ନୂଆ ସମୟ ନୂଆ କଥା : ଜୋତାରେ ହେବ ଚାର୍ଜ ଏବଂ କଞ୍ଚା ଲଙ୍କା କରେ ଦୀର୍ଘାୟୁ

ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ର ବିନୟ କାପକୋଟିଙ୍କୁ ବର୍ତ୍ତମାନ ଯୁବ ବୈଜ୍ଞାନିକ କୁହାଯାଉଛି। ବିନୟ ଏଭଳି ଡିଭାଇସ୍‌ ଉଦ୍ଭାବନ କରିଛନ୍ତି ଯାହାକୁ ଜୋତାରେ ଲଗାଇବା ଦ୍ବାରା ଜୋତା ବିଜୁଳି ଉତ୍ପନ୍ନ କରିବ। ଡିଭାଇସ୍‌ଟି ଲଗାଯିବା ପରେ ଜୋତାଟି ସ୍ମାର୍ଟ ଡିଭାଇସେସ୍‌ ପାଇଁ ବିଜୁଳିର କାମ କରିବ। ଏଥିରେ ମୋବାଇଲ୍‌ ଚାର୍ଜ ହେବା ସହ ରାତିରେ ଜୋତାଟି ଆଲୋକ ମଧ୍ୟ ଯୋଗାଇବ। ଏହି ଜୋତାରେ ଏକ ବ୍ୟାଟେରି ଲଗାଯାଇଛି ଯାହା ବିଦ୍ୟୁତ୍‌ ଶକ୍ତିକୁ ସଂରକ୍ଷିତ କରିବାର କାମ କରିବ। ଏହି ବିଶେଷ ଜୋତାରେ ୫ ଭୋଲ୍‌ଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉପକରଣକୁ ଚାର୍ଜ କରାଯାଇପାରିବ ଏବଂ ଏଥିରେ ଇନ୍‌ଭଟର୍‌ ସର୍କିଟ୍‌ ମଧ୍ୟ ରହିଛି।

କଞ୍ଚା ଲଙ୍କା କରେ ଦୀର୍ଘାୟୁ
ଦୀର୍ଘ ଦିନ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ। ଏହା ସମ୍ଭବ ହୋଇପାରିବ ଯଦି ଜଣେ ଅଧିକ କଞ୍ଚା ଲଙ୍କା ଖାଇବେ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, କଞ୍ଚା ଲଙ୍କା ଖାଇବା ଦ୍ବାରା ମୃତ୍ୟୁ ୧୩ ପ୍ରତିଶତ କମ୍‌ ହୋଇଥାଏ। ଯେଉଁମାନେ ନିୟମିତ କଞ୍ଚା ଲଙ୍କା ଅଧିକ ଖାଇଥାଆନ୍ତି ସେମାନଙ୍କ ଶରୀରରେ କୋଲେଷ୍ଟ୍ରଲ୍‌ କମ୍‌ ହେବା ସହ ହୃଦ୍‌ରୋଗରୁ ମୁକ୍ତି ମିଳିଥାଏ। କଞ୍ଚା ଲଙ୍କା ବା କ୍ୟାପ୍ସିକମ୍‌ର ମୋଟାପଣ କମାଇବାରେ, ଧମନୀରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଥାଏ।

ସମ୍ବନ୍ଧିତ ଖବର