ଗୁଗୁଲ୍ ଏକ ନୂଆ ଅଦ୍ଭୁତ ଟେକ୍ନୋଲୋଜି ତିଆରି କରିବାକୁ ଯାଉଛି। ଛୋଟ ପିଲାମାନଙ୍କୁ ଧ୍ୟାନରେ ରଖି ଗୁଗୁଲ୍ ଏକ ସ୍ବୟଂଚାଳିତ କାର୍ ଲଞ୍ଚ୍ କରିଛି। କୁହାଯାଉଛି, ଏହି ସ୍ବୟଂଚାଳିତ କାର୍ ଏମିତି ଭାବେ ଡିଜାଇନ୍ କରାଯାଇଛି ଯେ, ତାହା ଛୋଟ ପିଲାମାନଙ୍କୁ ପୂରା ସୁରକ୍ଷା ଦେବ। ଏହି ସ୍ବୟଂଚାଳିତ କାର୍ରେ ଏମିତି ଏକ ସେନ୍ସର୍ ଲଗାଯାଇଛି ଯାହା ରାସ୍ତାରେ ଛୋଟ ପିଲାଙ୍କୁ ଦେଖି ଗତି ପୂରା କମ୍ କରିଦେବ। ବେଳେବେଳେ କିଛି ପିଲା ଅଚାନକ ଗାଡ଼ି ସାମ୍ନାରେ ଆସିଯାଆନ୍ତି। ଠିକ୍ ଏହି ସମୟରେ କାର୍ରେ ଲାଗିଥିବା ସେନ୍ସର୍ ପିଲାମାନଙ୍କ ବ୍ୟବହାର ଓ ଶାରୀରିକ ଭାବ ଭଙ୍ଗୀରୁ କାର୍ର ଗତି ଓ ଦିଗ ଠିକ୍ ଭାବେ ଦେଖାଇବ। ଏହାଦ୍ବାରା କୌଣସି ବି କାର୍ ଦୁର୍ଘଟଣାର ଭୟ ରହିବ ନାହିଁ।
ସମୁଦ୍ର ଘର, ବେଲ୍ଗ୍ରେଡ୍
ବେଲ୍ଗ୍ରେଡ୍ ଅଞ୍ଚଳରେ ପ୍ରବାହିତ ଡ୍ରାଏନା ନଦୀ ଭିତରେ ଏକ ପଥର ଉପରେ ୨୦୧୩ ମସିହାରେ ଛୋଟିଆ ଘରଟିଏ ତିଆରି ହୋଇଛି। ୧୯୬୮ ମସିହାରେ ଏକ ଯୁବଗୋଷ୍ଠୀ ନଦୀ ଭିତରେ ବାସଘର ତିଆରି କରିବାକୁ ଲକ୍ଷ୍ୟ ରଖିଥିଲେ। ଏହା ଏବେ ଦର୍ଶନୀୟ ସ୍ଥାନ ପାଲଟିଛି। ସାମୟିକ ଭାବେ ଏଠାକୁ ପର୍ଯ୍ୟଟକ ବୁଲିବାକୁ ଯାଆନ୍ତି। ବିଶେଷ କରି ପିଲାମାନଙ୍କୁ ଏହା ଅଧିକ ଖୁସି ଦେଉଛି।