ବର୍ତ୍ତମାନ ଯୁଗକୁ ରୋବୋଟ୍ର ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜାପାନ୍ର ଏକ ରୋବୋଟ୍ ପ୍ରସ୍ତୁତ ହୋଇଛି ଯାହା ନିଜେ ରୋଷେଇ କରିପାରୁଛି। ଘର ସଫା, ବାସନ ମଜା, ଭଳି କାମକୁ ମଧ୍ୟ ଆରାମରେ କରିପାରୁଛି। ଏହି ରୋବୋଟ୍ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି। ଏଥିରେ ୨୫ଟି େମାଟର ଏବଂ ୧୩୦ଟି ସେନ୍ସର ଲାଗିଛି। ରୋଷେଇ କରୁଥିବା ବ୍ୟକ୍ତିଙ୍କ୍ୁ ଥରେ ମାତ୍ର ଅନୁଧ୍ୟାନ କରିବା ପରେ ରୋବୋଟ୍ ଠିକ୍ ସେହିପରି ନିଜେ ହିଁ ଖାଦ୍ୟ ପ୍ରସ୍ତୁତ କରିପାରୁଛି। ଏହି ରୋବୋଟ୍ ଅଧିକ ଜ୍ଞାନକୌଶଳ ବିଶିଷ୍ଟ ହୋଇ କ୍ରିୟାଶୀଳ ହେବାପରେ ବଜାରରେ ଉପଲବ୍ଧ ହେବ ବୋଲି ପ୍ରସ୍ତୁତକାରୀ ସଂସ୍ଥା କହିଛି।
ପାଖରେ ସ୍ମାର୍ଟଫୋନ୍ ରଖି ଶୋଇବା କ୍ଷତିକାରକ
ସ୍ମାର୍ଟଫୋନ୍ର ଅଧିକ ଉପଯୋଗ ଦ୍ବାରା ଆମର ମନର ସ୍ଥିତି ପ୍ରଭାବିତ ହେଉଛି। ଏକ ଗବେଷଣାରୁ ଜଣାପଡ଼ିଛି ସ୍ମାର୍ଟଫୋନ୍ କାରଣରୁ ଲୋକେ ଜୀବନରେ ଅନେକ ସମସ୍ୟାର ଶିକାର ହେଉଛନ୍ତି। ଏଥିରୁ ଜଣାପଡ଼ିଛି ଯେ ୨୦ରୁ ୪୫ ବର୍ଷର ବୟସ୍କଙ୍କୁ ଏହା ନକାରାତ୍ମକ ରୂପରେ ପ୍ରଭାବିତ କରୁଛି। ପାଖାପାଖି ୫୦ ପ୍ରତିଶତ ଲୋକ ଲମ୍ବା ସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ଉପଯୋଗ କରନ୍ତି। ଆମେରିକାର ଏକ କମ୍ପାନି ସ୍ୟୁରେକଲ୍ଲର ଏକ ସର୍ବେକ୍ଷଣରେ କହଛନ୍ତି ଯେ ପାଖାପାଖି ତିନି ଚତୁର୍ଥାଂଶ ଲୋକ ରାତିରେ ବେଡ୍ ପାଖରେ ସ୍ମାର୍ଟଫୋନ୍ ରଖି ଶୁଅନ୍ତି।