ମେଘାଳୟର ଜ୍ରେନ୍ତିଆ ପାହାଡ଼ ନିକଟସ୍ଥ ଏକ ଗୁମ୍ଫାରେ ଏକ ଭୂଗର୍ଭସ୍ଥ ମାଛ ଚିହ୍ନଟ କରାଯାଇଛି। ଏହି ପ୍ରଜାତିର ଯେ କୌଣସି ମାଛଠାରୁ ଏହାର ଲମ୍ବ ୫ଗୁଣ ଅଧିକ। ସର୍ବବୃହତ୍ ଭୂଗର୍ଭସ୍ଥ ମାଛ ସାଧାରଣତଃ ୧୩ ଇଞ୍ଚ ଲମ୍ବ ପର୍ଯ୍ୟନ୍ତ ବଢ଼ିପାରନ୍ତି। କିନ୍ତୁ ଏହି ମାଛର ଲମ୍ବ ତା’ଠାରୁ ୧ ଫୁଟ ଅଧିକ ଲମ୍ବ। ଗତ ବର୍ଷ ଫେବ୍ରୁଆରିରେ ବିଶେଷଜ୍ଞ ଦଳ ଏହି ଗୁମ୍ଫା ଭ୍ରମଣରେ ଯାଇଥିଲେ। ଜାଣିବାକୁ ପାଇଲେ ଯେ ଆଲୋକ ସଂସ୍ପର୍ଶରେ ଆସିବା ପରେ ମଧ୍ୟ ମାଛଟି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲା। ଅନ୍ଧାରୁଆ ପରିବେଶରେ ବିଚରଣ କରୁଥିବା ମାଛକୁ ସୀମିତ ଆହାର ମିଳେ ବୋଲି ପ୍ରସ୍ତାବିତ ସିଦ୍ଧାନ୍ତକୁ ଏହି ଆବିଷ୍କାର ଚ୍ୟାଲେଞ୍ଜ୍ କରିଛି। ଅାଲୋକ ପ୍ରତି ମାଛଟି ଅଜଣା ଥିଲା। କିନ୍ତୁ ପାଣିର ହଲ୍ଚଲ୍ ଯୋଗୁ ଅନ୍ୟର ଉପସ୍ଥିତି ଜାଣି ଲୁଚିିଯାଇଥିଲା। ପାଣିରେ ହଲ୍ଚଲ୍ କମ୍ ଥିବା ସ୍ଥାନରେ ସେ ବାହାରକୁ ଆସି ଖାଦ୍ୟ ଅନ୍ବେଷଣ କରିଥିବା ଗବେଷକମାନେ ଲକ୍ଷ୍ୟ କରିଥିଲେ। ତେଣୁ ଅନ୍ଧାରୁଆ ପରିବେଶରେ ବାସ କରୁଥିବା ମାଛ କମ୍ ଖାଦ୍ୟ ପାଇବା ଯୋଗୁ ବେଶି ବଢ଼ିପାରନ୍ତି ନାହିଁ ବୋଲି ଏହି ବିଶ୍ଲେଷଣରୁ ଜଣାପଡ଼ିଛି।
ଷ୍ଟେମ୍ ସେଲ୍ ଓ ମସ୍ତିଷ୍କ ଟିସୁ
ଆଜିକାଲି କେତେକ କ୍ଷେତ୍ରରେ ଷ୍ଟେମ୍ ସେଲ୍ର ବ୍ୟବହାର କରାଯାଉଛି। ଏହାଦ୍ବାରା ମସ୍ତିଷ୍କର ଟିସୁକୁ ବିକଶିତ କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି ସିଡ୍ନି ୟୁନିଭର୍ସିଟିର ବିଶେଷଜ୍ଞମାନେ। ସେମାନେ ନିକଟରେ ଏପରି ଏକ ସେଲ୍ ପ୍ରସ୍ତୁତ କରିଛନ୍ତି। ପରୀକ୍ଷାମୂଳକ ଭାବରେ ଏହି ନୂଆ ଷ୍ଟେମ୍ ସେଲ୍କୁ ମୂଷାଙ୍କର ମସ୍ତିଷ୍କରେ ପ୍ରତିରୋପଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଏଥିରୁ ସଫଳତା ମିଳିବା ପରେ ଏହି ଷ୍ଟେମ୍ ସେଲ୍କୁ ମନୁଷ୍ୟମାନଙ୍କ ମସ୍ତିଷ୍କରେ ପ୍ରତିରୋପଣ କରି ସଫଳତା ମିଳିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ତେବେ ଏହା ପୂର୍ବରୁ ଉକ୍ତ େଷ୍ଟମ୍ ସେଲ୍ ଉପରେ ଆହୁରି ଗବେଷଣା କରିବାକୁ ଯୋଜନା କରିଛନ୍ତି ବୋଲି ଗବେଷଣା ମୁଖ୍ୟ ଡା. ଜେରୁଜେନ୍ କ୍ଲୋବିଲିଚ୍ ପ୍ରକାଶ କରିଛନ୍ତି।