ନୂଆ ସମୟ ନୂଆ କଥା : ବିୟର୍‌ ଠିପିରେ ରୋଷେଇ କାଉଣ୍ଟର୍‌ ଏବଂ ବର୍ଷେ ପାଣି ନ ପିଇ ସୁସ୍ଥ

ଆଜିକାଲି ଅନେକ ନୂଆକଥା ଦେଖିବାକୁ ମିଳୁଛି। ଲୋକେ ନୂଆ କରିବାକୁ ଭଲ ପାଉଛନ୍ତି। ଏମିତି ଏକ ବ୍ୟକ୍ତି ଅଛନ୍ତି ଯିଏ ଘର ସଜାଇବାରେ ସଉକ୍‌ ରଖନ୍ତି। କିନ୍ତୁ ତାଙ୍କ ଘର ସଜାଇବାର ଶୈଳୀ ଟିକିଏ ନିଆରା। ସେ ହେଉଛନ୍ତି ଆମେରିକାର ବାସିନ୍ଦା। ସେ ନିଜ ରୋଷେଇ ଘର ପାଇଁ ସୁନ୍ଦର କାଉଣ୍ଟର୍‌ ତିଆରି କରିଛନ୍ତି। ଏଥିପାଇଁ ସେ ୫ବର୍ଷ ପର୍ଯ୍ୟନ୍ତ ବିୟର୍‌ ଠିପିକୁ ଏକାଠି କରିଥିଲେ। ଏହି କାମ ଖାଲି ସେ କରି ନାହାନ୍ତି, ଏଥିପାଇଁ ତାଙ୍କ ପରିବାର ମଧ୍ୟ ସାହାଯ୍ୟ କରିଛନ୍ତି। ସେ ୫ ବର୍ଷରେ ପାଖାପାଖି ୨୫୯୯ ଠିପି ଏକାଠି କରିଛନ୍ତି। ଅଲଗା ଅଲଗା ଇନ୍ଦଧନୁ ଭଳି ଠିପି ଏକାଠି କରିଛନ୍ତି। ଏହି କାମକୁ ପୂରା କରିବା ପାଇଁ ତାଙ୍କୁ ୪ ଦିନ ଲାଗିଥିଲା। ଏହାକୁ ଏକ ମାନସିକ ଖେଳ ବୋଲି କହିଲେ କିଛି ଭୁଲ ହେବ ନାହିଁ।

ବର୍ଷେ ପାଣି ନ ପିଇ ସୁସ୍ଥ
ପ୍ରଚୁର ପାଣି ପିଇବା ଦ୍ବାରା ଶରୀର ସୁସ୍ଥ ରହେ ବୋଲି ଡାକ୍ତର ଉପଦେଶ ଦିଅନ୍ତି। ଇଣ୍ଡୋନେସିଆର ବାଲି ବାସିନ୍ଦା ନ୍ୟୁଟ୍ରିସନିଷ୍ଟ୍‌ ସୋଫି ପାର୍ଟିକ୍‌ଙ୍କ ମତ କିନ୍ତୁ ଭିନ୍ନ। ସେ କୁହନ୍ତି ପାଣି ବିନା ଆମେ ବଞ୍ଚିପ‌ାରିବା। ୩୫ ବର୍ଷୀୟା ସୋଫି ପ୍ରାୟ ୧ ବର୍ଷ ପୂର୍ବରୁ ଗଣ୍ଠି ଯନ୍ତ୍ରଣା, ଆଖି ଫୁଲା, ଆଲର୍ଜି ସହିତ ଆହୁରି ଅନେକ ଶାରୀରିକ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଦୁଶ୍ଚିନ୍ତା ବଢ଼ିଯାଇଥିଲା ଏବଂ ମୁହଁର ସୁନ୍ଦରତା ଖରାପ ହେବାକୁ ଲାଗିଲା। ଚିକିତ୍ସା ପାଇଁ ଅନେକ ଡାକ୍ତରଙ୍କ ନିକଟକୁ ଦୌଡ଼ୁଥିଲେ ସେ। କିନ୍ତୁ କୌଣସି ସୁଫଳ ମିଳୁ ନଥିଲା। କିଛି ଡାକ୍ତର ତାଙ୍କୁ ପ୍ଲାଷ୍ଟିକ୍‌ ସର୍ଜରୀ ପାଇଁ ଉପଦେଶ ଦେଲେ। ଥରେ ‘ଡ୍ରାଏ ଫାଷ୍ଟିଂ’ କରିବା ପାଇଁ ସୋଫିଙ୍କର ଜଣେ ବନ୍ଦୁ ତାଙ୍କୁ ପରାମର୍ଶ ଦେଲେ। ଏହାର ଅର୍ଥ ପାଣି ବିନା ରହିବା। ପାଣି ବଦଳରେ ପଇଡ଼ ପାଣି, ତରଭୁଜ ରସ, ଆମ୍ବ ରସ ଆଦି ଓ ଫଳ ରସ ସେ ପିଇଲେ। କିଛି ଦିନ ମଧ୍ୟରେ ତାଙ୍କ ଶରୀର ଯନ୍ତ୍ରଣା, ଆଖି ଓ ମୁହଁ ଫୁଲା କମିଗଲା। ଚର୍ମ ରୋଗ ମଧ୍ୟ ଭଲ ହେବାକୁ ଲାଗିଲା। ଏହା ଦେଖି ସୋଫି ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ବର୍ଷେ କାଳ ପାଣି ପିଇଲେ ନାହିଁ।

ସମ୍ବନ୍ଧିତ ଖବର