ନୂଆ ସମୟ ନୂଆ କଥା : ୧ ଟନ୍‌ର କଇଁଛ ଜୀବାଶ୍ମ ଏବଂ ବିଶ୍ୱର ଦାମୀ ଅଟ୍ଟାଳିକା ପ୍ରିନ୍‌ସେସ୍‌ ଟାୱାର୍‌, ଦୁବାଇ

ଜ୍ୟୁରିକ୍ ୟୁନିଭର୍ସିଟିର ଜୀବାଶ୍ମ ବିଜ୍ଞାନୀମାନେ ୧ କୋଟି ବର୍ଷ ତଳର ଏକ ବିଶାଳତମ କଇଁଛ ଅବଶେଷ ଆବିଷ୍କାର କରିଛନ୍ତି। ଏହାର ଓଜନ ପ୍ରାୟ ୧ ଟନ୍‌ରୁ ଅଧିକ ଏବଂ କବଚ ୮ ଫୁଟ୍‌ ଲମ୍ବା, ଯାହା ଶିଙ୍ଗଯୁକ୍ତ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଖାଦ୍ୟ କିମ୍ବା ସାଥୀ ପାଇଁ ଅଣ୍ଡିରା କଇଁଛ ସହ ଏହା ହୁଏତ ଯୁଦ୍ଧ କରିବା ଲାଗି ଶିଙ୍ଗ ବ୍ୟବହାର କରୁଥିଲା ବୋଲି ସେମାନେ ଅନୁମାନ କରୁଛନ୍ତି। ଏହି ପ୍ରଜାତିର ଅଣ୍ଡିରା କଇଁଛଙ୍କ ବେକ ନିକଟସ୍ଥ କବଚରେ ଶିଙ୍ଗ ଥାଏ। ଏହି ପ୍ରଜାତିର କଇଁଛର ନାଁ ‘ଷ୍ଟିପେନ୍‌ଡେମିସ୍‌ ଜିଓଗ୍ରାଫିକସ୍‌’। ବତ୍ତର୍ମାନ କୋଲୋମ୍ବିୟାର ପରିବେଶ ଯେଉଁଭଳି, ଠିକ୍‌ ସେହିଭଳି ପଙ୍କୁଆ ପରିବେଶରେ ହାରାହାରି ୧ କୋଟି ବର୍ଷ ପୂର୍ବେ ଏହି କଇଁଛ ବିଚରଣ କରୁଥିଲେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଅଦ୍‌ଭୁତ ବିଶାଳକାୟ ଜୀବଙ୍କର ଏକ ଲୁପ୍ତ ପୃଥିବୀ ଭାବେ ପରିଚିତ ଦକ୍ଷିଣ ଆମେରିକାରେ ଏହା ବିଚରଣ କରୁଥିଲା। ବର୍ତ୍ତମାନର ସର୍ବବୃହତ୍‌ କଇଁଛ ଲେଦରବ୍ୟାଙ୍କ୍‌ ସମୁଦ୍ର କଇଁଛର କବଚ ପ୍ରାୟ ୫ ଫୁଟ ୭ ଇଞ୍ଚ ଏବଂ ଲମ୍ବ ୭ ଫୁଟ୍‌ରୁ ଟିକିଏ ଅଧିକ।

ବିଶ୍ବର ଦାମୀ ଅଟ୍ଟାଳିକା ପ୍ରିନ୍‌ସେସ୍‌ ଟାୱାର୍‌, ଦୁବାଇ
୧୦୧ ମହାଲା ବିଶିଷ୍ଟ ପ୍ରିନ୍‌ସେସ୍‌ ଟାୱାର୍‌ ହେଉଛି ଦୁବାଇର ସର୍ବୋଚ୍ଚ ରେସିଡେନ୍‌ସିଆଲ୍‌ ବିଲ୍ଡିଂ। ଏହାର ଉଚ୍ଚତା ୪୧୪ ମିଟର। ଟାୱାର୍‌ଟିକୁ ନିର୍ମାଣ କରିବା ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୦୬ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୬ବର୍ଷ ପରେ ଶେଷ ହୋଇଥିଲା। ୭୬୩ଟି ଫ୍ୟାମିଲି ୟୁନିଟ୍‌, ୮ଟି ରିଟେଲ୍‌ ଦୋକାନ, ୯୫୭ଟି ପାର୍କିଂ ୟୁନିଟ୍‌ ଏବଂ ୧୩ଟି ଲିଫ୍ଟ୍‌ ବ୍ୟବସ୍ଥା ଏଥିରେ ରହିଛି।

ସମ୍ବନ୍ଧିତ ଖବର