ନୂଆ ସମୟ ନୂଆ କଥା : ପାହାଡ଼ି ଗାଡ଼ି ଫାର୍ମ ଏବଂ ସୁଟ୍‌କେସ୍‌ ସ୍କୁଟର

ପାହାଡ଼ ଉପରେ କିମ୍ବା ମାଟିରେ ଖାଦ୍ୟ ଶସ୍ୟ ଚାଷ କରାଯାଏ। ହେଲେ ଗାଡ଼ି ଚାଷ କଥାଟା ନିଶ୍ଚେ ଆଶ୍ଚର୍ଯ୍ୟ ଲାଗିବ। ଆମେରିକାର ‌ନେଭାଡା ସହରସ୍ଥିତ ଗୋଲ୍ଡଫିଲ୍‌ ପାହାଡ଼ ଉପରେ ଗାଡ଼ି ଚାଷ କରାଯାଏ। ୨୦୧୧ ମସିହାରୁ ମାଇକେଲ ମାର୍କ ରିପ୍ସ୍‌ ନାମକ ଜଣେ ବ୍ୟକ୍ତି ଏହି ଚାଷ କରିଆସୁଛନ୍ତି। ସେ ପୁରୁଣା ଗାଡ଼ିଗୁଡ଼ିକୁ ବିଭିନ୍ନ ରଙ୍ଗରେ ରଙ୍ଗେଇ ମାଟିରେ ପୋତିଥାଆନ୍ତି। ଏହି ନିଆରା ଚାଷ କାର୍ଯ୍ୟ ଦେଖି ମାଇକେଲଙ୍କର ବନ୍ଧୁ କ୍ୟାଡ୍‌ ସର୍ଗ ମଧ୍ୟ ତାଙ୍କ ସହିତ ଯୋଗ ଦେଇଥିଲେ। ସେହି ଚାଷ ଜମିର ନାମ ‘ଦ ଇଣ୍ଟରନ୍ୟାସନାଲ୍‌ କାର୍‌ ଫରେଷ୍ଟ ଅଫ୍‌ ଦ ଲାଷ୍ଟ୍‌ ଚର୍ଚ୍ଚ’। ଏହାପରେ ଦୁଇବନ୍ଧୁ ମିଶି ପାହାଡ଼ ଉପରେ ବିଭିନ୍ନ ପ୍ରକାରର ଗାଡ଼ି ଚାଷ କରିଥାଆନ୍ତି। ସେହି ଗାଡ଼ି ମଧ୍ୟରୁ କାର୍‌, ବସ୍‌, ଜିପ୍‌, ଲାମ୍ବରଗିନି, ଟ୍ରକ୍‌ ଆଦି ରହିଛି। ଏବେ ତାଙ୍କ ଜମିରେ ବଡ଼ ଓ ‌ଛୋଟ ଗାଡ଼ି ମିଶାଇ ମୋଟ୍‌ ୪୦ଟି ଗାଡ଼ି ରହିଛି। ମାଟିରେ ଅଧା ପୋତା ଥିବା ଏହି ଗାଡ଼ି ଦେଖିଲେ ଲାଗୁଛି, ଗାଡ଼ିଗୁଡ଼ିକ ଯେପରି ମାଟି ଫଟେଇ ବାହାରକୁ ବାହାରିଛନ୍ତି। ଏଣୁ କେତେକ ପର୍ଯ୍ୟଟକ ଏହି ଜମିକୁ ‘କାର୍‌ ଫାର୍ମ’ କହୁଛନ୍ତି।

Luxuo

ସୁଟ୍‌କେସ୍‌ ସ୍କୁଟର
ଚାଇନାର ଏକ ଯୁବକ ବ୍ୟାଟେରିରେ ଚାଲୁଥିବା ସୁଟ୍‌କେସ୍‌ ସ୍କୁଟର ତିଆରି କରିଛନ୍ତି। ଏହି ସ୍କୁଟରର ଉଦ୍ଭାବକ ହେଉଛନ୍ତି ଲାଏନ୍‌ଙ୍ଗ୍‌କାଇ। ସେ ଏକ ମଜବୁତ୍‌ ସୁଟ୍‌କେସ୍‌କୁ ସ୍କୁଟର ଭାବେ ତିଆରି କରିଛନ୍ତି। ଏହାର ଓଜନ ମାତ୍ର ୭ କିଲୋଗ୍ରାମ। ଏହା ଉପରେ ଦୁଇ ଜଣ ଆରାମରେ ବସି ଯାଇପାରିବେ। ଏଥିପାଇଁ ବ୍ୟାଟେରିକୁ ପୂର୍ଣ୍ଣ ଚାର୍ଜ କରିବାକୁ ପଡ଼ିଥାଏ। କାରଣ ପୂର୍ଣ୍ଣ ଚାର୍ଜରେ ସୁଟ୍‌କେସ୍‌ ସ୍କୁଟର୍‌ ଘଣ୍ଟାପ୍ରତି ୨୦ କିଲୋମିଟର ଯାଇପାରିବ। ଏଥିରେ ଜିପିଏସ୍‌ ଲାଗିଛି। ଏହି ସୁଟ୍‌କେସ୍‌କୁ ଜଣେ ସହଜରେ ଚୋରୀ କରିପାରିବ ନାହିଁ। କାରଣ ଏଥିରେ ଆଲାରାମ୍‌ ଲାଗିଛି। ଏଥିରେ ମୋବାଇଲ୍‌ ଫୋନ୍‌ ମଧ୍ୟ ଚାର୍ଜ କରିହେବ। ତାଙ୍କୁ ୧୦ ବର୍ଷ ସମୟ ଲାଗିଥିଲା ଏହି ସ୍କୁଟର୍‌ ତିଆରି କରିବା ପାଇଁ।

ସମ୍ବନ୍ଧିତ ଖବର