ଅଧିକାଂଶ ଲୋକ ଚା’ ନ ପିଇଲେ କାମ କରିପାରନ୍ତି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏବେ ଘୋଡ଼ା ମଧ୍ୟ ଚା’ ପିଇଲାଣି। ଏଭଳି ଅଭ୍ୟାସ ଲଣ୍ଡନ୍ର ମର୍ସିସାଇଡ୍ ପୁଲିସ୍ ବିଭାଗରେ ଥିବା ଏକ ଘୋଡ଼ାର ରହିଛି। ଏହାର ନାମ ଜ୍ୟାକ୍। ସକାଳୁ ସେ ଚା’ ନ ପିଇଲେ କାମ କରିବାକୁ ରାଜି ହୁଏ ନାହିଁ। ତା’ର ବୟସ ୨୦। ସେ ଗତ ୧୫ ବର୍ଷ ଧରି ଏଭଳି ପ୍ରତିଦିନ ସକାଳୁ ଚା’ ପିଇଥାଏ। ଜ୍ୟାକ୍ ୨୦୨୦ ମସିହାରେ ପୁଲିସ୍ ସେବାରୁ ଅବସର ନେଇଛି ବୋଲି ଟ୍ରେନର୍ ଲିଣ୍ଡେସ୍ ଗବେନ୍ ସୂଚନା ଦେଇଛନ୍ତି।
ସୁପରଫାଷ୍ଟ୍ କମ୍ପ୍ୟୁଟର୍
ବୈଜ୍ଞାନିକମାନେ ମନୁଷ୍ୟର କାମକୁ ସରଳ କରିବା ପାଇଁ ଦିନ ରାତି କାମ କରୁଛନ୍ତି। ସୂଚନାନୁସାରେ ଅଷ୍ଟ୍ରେଲିଆର ବୈଜ୍ଞାନିକଙ୍କ ଏକ ଟିମ୍ କୋୱାଟମ୍ କମ୍ପ୍ୟୁଟିଙ୍ଗ୍ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ବୈଜ୍ଞାନିକମାନେ କୋୱାଟମ୍ କମ୍ପ୍ୟୁଟରର ସେଣ୍ଟ୍ରାଲ୍ ବିଲ୍ଡିଙ୍ଗ୍ର ସୁପରଫାଷ୍ଟ୍ ନମୁନା ନିର୍ମାଣ କରିଛନ୍ତି। ଏହା ନିଜସ୍ବ ଶକ୍ତି ଦ୍ବାରା ବିଭିନ୍ନ ସମସ୍ୟାକୁ ପ୍ରାୟ ୨୦୦ ଗୁଣା ଅଧିକ ବେଗରେ ସମାଧାନ କରିପାରିବ। କମ୍ପ୍ୟୁଟର୍ଟି ଅନ୍ୟ କମ୍ପ୍ୟୁଟର୍ ତୁଳନାରେ ଅଧିକ କାର୍ଯ୍ୟକ୍ରମ କରିପାରିବ। କାରଣ ଏହାର କାର୍ଯ୍ୟକ୍ରମ ଅନ୍ୟ ତୁଳନାରେ ଅଧିକ। ଏହି କମ୍ପ୍ୟୁଟର୍ ଅଧିକରୁ ଅଧିକ ଆଧୁନିକ। ଏହା ଦୁନିଆର ଉତ୍ପତ୍ତିକୁ ନେଇ ଅନ୍ୟ ଗ୍ରହରେ ଜୀବସତ୍ତା ହୋଇଛି କି ନାହିଁ ତାହାର ଗଣନା କିଛି ସମୟ ମଧ୍ୟରେ କରିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।