ନୂଆ ସମୟ ନୂଆ କଥା : ପିଆନୋ ବଜାଇବ ରୋବୋ ଏବଂ କୃତ୍ରିମ ରେଟିନା

ରୋବୋର ବ୍ୟବହାର ଆଜିକାଲି ସବୁଆଡ଼େ ହେଉଛି। ଏହାକୁ ସ୍ବାସ୍ଥ୍ୟ କ୍ଷେତ୍ରରେ, ରୋଷେଇରେ, ଶିକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଉଛି। ନିକଟରେ ମେକ୍ସିକୋ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି , ଯାହା ପିଆନୋ ବଜାଇପାରିବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ରୋବୋକୁ ପ୍ରସ୍ତୁତ କରାଯାଇଛି। କେବଳ ସେତିକି ନୁହେଁ, ଏହାକୁ ସେମାନେ ବିଶ୍ବର ସବୁଠାରୁ ଉନ୍ନତ ଜ୍ଞାନକୌଶଳବିଶିଷ୍ଟ ପିଆନୋ ପ୍ଲେଇଙ୍ଗ୍‌ ରୋବୋ ଭାବେ ଆଖ୍ୟା ଦେଇଛନ୍ତି। ଖାସ୍‌ କଥା ହେଲା, ପ୍ରାୟ ୧୦ ଡିଗ୍ରୀ ବୁଲି ଏହି ରୋବୋ ପିଆନୋ ବଜାଇ ପାରିବ।

କୃତ୍ରିମ ରେଟିନା
କିଛିବର୍ଷ ପରିଶ୍ରମ କରିବା ପରେ ଇଂଲଣ୍ଡର ବିଶେଷଜ୍ଞମାନେ କୃତ୍ରିମ ରେଟିନା ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି। ବିଶେଷଭାବରେ ଏହି ନୂଆ ରେଟିନା ଦୃଷ୍ଟିହୀନମାନଙ୍କ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି। ଏହି ଗବେଷଣା ସମୟରେ ବି‌େଶଷଜ୍ଞମାନେ ଏକ ସୁସ୍ଥ ରେଟିନାର ଲାଇଟ୍‌ ସେନ୍‌ସିଟିଭ୍ ସେଲ୍‌କୁ ପରୀକ୍ଷାମୂଳକ ଭାବରେ ଗୋଟିଏ ଦୃଷ୍ଟିହୀନ ମୂଷା ଆଖିରେ ପ୍ରତିରୋପଣ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ଏହାଦ୍ବାରା ଉକ୍ତ କୋଷିକା ସେହି ମୂଷାର ଚକ୍ଷୁ ଏବଂ ମସ୍ତିଷ୍କ ମଧ୍ୟରେ ସମନ୍ବୟ ରଖିପାରିଥିଲା। ଏପରି ସଫଳତା ପାଇବା ପରେ ଏହି ପଦ୍ଧତି ମନୁଷ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ସଫଳ ହେବ ବୋଲି ସେମାନେ ଅଶା କରିଛନ୍ତି। ଏପରି କୃତ୍ରିମ ରେଟିନା ତିଆରି କରିବା ପୂବର୍ରୁ ସେମାନେ ଷ୍ଟେମ୍‌ସେଲ୍‌କୁ ୪ ମାସ ପର୍ଯ୍ୟନ୍ତ ଭିଟାମିନ୍‌ ଓ ପ୍ରୋଟିନ୍ ଭିତରେ ରଖିଥିଲେ।

ସମ୍ବନ୍ଧିତ ଖବର