ନୂଆ ସମୟ ନୂଆ କଥା : ପେଣ୍ଟିଂ ପେଟ୍‌ ଏବଂ ବ୍ଲାକ୍‌ହୋଲ୍‌ରୁ ବିଶ୍ବ ସୃ‌ଷ୍ଟି

ଅଧିକାଂଶ ବ୍ୟକ୍ତି ଘରେ ଘରେ ପୋଷା କୁକୁର, ବିଲେଇ ରଖିଛନ୍ତି। ସେମାନଙ୍କୁ ଏବେ ସେମାନେ କଣ୍ଢେଇ ବାଘ, ଘୁଷୁରି ଆଦିରେ ମଧ୍ୟ ପରିଣତ କରିପାରିବେ। ଏହା ସମ୍ଭବ ହୋଇପାରୁଛି ଚାଇନାରେ ଥିବା ପେଟ୍‌ ଗ୍ରୁପିଙ୍ଗ୍‌ ଏବଂ ଡିଜାଇନିଙ୍ଗ୍‌ ସେଣ୍ଟର ଦ୍ବାରା। ଏହି ସେଣ୍ଟର ଗୁଡ଼ିକରେ ଲୋମଯୁକ୍ତ ଗୃହପାଳିତ କୁକୁର ବା ବିଲେଇଙ୍କ ଲୋମକୁ କାଟି ବିଭିନ୍ନ ସେପ୍‌ ଦେବା ପରେ ତାକୁ ପ୍ରାକୃତିକ କଲର୍‌ରେ ଡ୍ରାଏ କରାଯାଏ। ମାଲିକଙ୍କ ଡିମାଣ୍ଡ୍‌ ଅନୁଯାୟୀ, ଏଠାରେ କାର୍ଯ୍ୟରତ ଅଭିଜ୍ଞ କ୍ରିଏଟିଭ୍‌ ଗ୍ରୁପ୍‌ମାନେ ପୋଷା ଜୀବଙ୍କୁ ବିଭିନ୍ନ କ୍ରିଏଟିଭ୍‌ ଲୁକ୍‌ ମାଧ୍ୟମରେ ଜେବ୍ରା, ଜିରାଫ୍‌, କାର୍ଟୁନ୍‌ ଚରିତ୍ରର ରୂପ ଦେଇଥାନ୍ତି।

ବ୍ଲାକ୍‌ହୋଲ୍‌ରୁ ବିଶ୍ବ ସୃ‌ଷ୍ଟି
ବିଶ୍ବ ସୃଷ୍ଟି ପଛରେ କି ରହସ୍ୟ ଅଛି ତାହା ଜାଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି ତାଲିକାରେ ନିକଟରେ ଆଉ ଏକ ରୋମାଞ୍ଚକର ତଥ୍ୟ ସାମିଲ କରାଯାଇଛି। ଅଷ୍ଟ୍ରେଲିଆର ମହାକାଶବିଜ୍ଞାନୀମାନେ ଏ ନେଇ ଗବେଷଣା କରି ଏପରି ତଥ୍ୟ ବିଷୟରେ ଜାଣିପାରିଛନ୍ତି। ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବ୍ଲାକ୍‌ ହୋଲ୍‌ରୁ ବିଶ୍ବ ସୃଷ୍ଟି ହୋଇଛି। ମହାକାଶରେ ତାରକାଗୁଡ଼ିକ ପରସ୍ପର ସହ ଧକ୍କା ହେବା ଦ୍ବାରା ମୃତ ତାରକାଗୁଡ଼ିକରୁ ବ୍ଲାକ୍‌ ହୋଲ୍‌ ସୃଷ୍ଟି ହୋଇଥିଲା। ସମୟକ୍ରମେ ଏହି ବ୍ଲାକ୍‌ ହୋଲ୍‌ଗୁଡ଼ିକୁ ‌ନେଇ ବିଶ୍ବର ସୃଷ୍ଟି ହୋଇଛି ବୋଲି ସେମାନେ ପୂର୍ବାନୁମାନ କରିଛନ୍ତି। ତେବେ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଆହୁରି କିଛି ସମୟ ଲାଗିବ ବୋଲି ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର