ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରଦୂଷିତ ପରିବେଶର ପ୍ରଭାବ କେବଳ ମାନବ ସମାଜ ନୁହେଁ, ଜୀବଜନ୍ତୁ, ବୃକ୍ଷଲତା ଉପରେ ମଧ୍ୟ ପଡ଼ୁଛି। ଏହି ସମୟରେ ଏକ ରୋଚକ କଥା ଜାଣିବାକୁ ମିଳିଛି। ଜଳବାୟୁ ଓ ପରିବେଶ ପରିବର୍ତ୍ତନ ଦ୍ବାରା ମୂଷାର ଶାରୀରିକ ଗଠନ ଓ ଓଜନ ପ୍ରଭାବିତ ହେବା ଆଶଙ୍କା ରହିଛି। ଏକ ଗବେଷଣା ପରେ ଲଣ୍ଡନ୍ ୟୁନିଭର୍ସିଟି ଅଫ୍ ଲିସେଷ୍ଟରର ବୈଜ୍ଞାନିକମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ସେମାନେ କିଛି ମୂଷାଙ୍କ ଶାରୀରିକ ଗଠନ ଉପରେ ତନ୍ନ ତନ୍ନ କରି ତର୍ଜମା କରି ଏଭଳି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ନିକଟରେ ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସମୟ ଆସିବ ମୂଷାମାନଙ୍କ ଆକାର ମେଣ୍ଢାଙ୍କ ପରି ହେବ। କେବଳ ସେତିକି ନୁହେଁ, ଏପରି ମୂଷାଙ୍କ ଓଜନ ପାଖାପାଖି ୮୦ କିଲୋଗ୍ରାମ୍ ହେବ ବୋଲି ସେମାନେ ପୂର୍ବାନୁମାନ କରିଛନ୍ତି। ଏଭଳି ମୂଷାକୁ ସୁପର୍ ରୢାଟ୍ ନାମରେ ନାମିତ କରାଯାଇଛି।
/sambad/media/post_attachments/wp-content/uploads/2021/05/nua-samaya-2-2.jpg)
ହୃଦ୍ ରୋଗୀ ଓ ରୋବୋ
ଚିକିତ୍ସା ବିଜ୍ଞାନରେ ରୋବୋର ଅନେକ ବ୍ୟବହାର କରାଯାଉଛି। ସେମିତି ଅନ୍ୟ ଏକ ନୂଆ ଜିନିଷ ଦେଖିବାକୁ ମିଳୁଛି। ଜାପାନ୍ର ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି ଯାହା ଅକ୍ଲେଶରେ ଜଣେ ହୃଦ୍ ରୋଗୀର ଯତ୍ନ ନେଇପାରିବ। ଏହି ରୋଗୀକୁ ଠିକ୍ ସମୟରେ ଔଷଧ ଖୁଆଇବା ସହ ତାହାର ସ୍ବାସ୍ଥ୍ୟ କିପରି ଅଛି ସେ ନେଇ ସୂଚନା ମଧ୍ୟ ଦେଇପାରିବ। ପରୀକ୍ଷାମୂଳକ ଭାବରେ ଏପରି ରୋବୋକୁ ବ୍ୟବହାର କରି ସଫଳତା ମିଳିଛି ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/rat-aaa.jpg)