ଆଜିକାଲି ଖାଦ୍ୟକୁ ସଂରକ୍ଷିତ କରି ରଖିବା ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରାଯାଉଛି। ଏହି ତାଲିକାରେ ନିକଟରେ ଆଉ ଏକ ଉପାୟକୁ ସାମିଲ କରାଯାଇଛି। ସିଙ୍ଗାପୁରସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସିଙ୍ଗାପୁରର ବିଶେଷଜ୍ଞମାନେ ଉକ୍ତ ଉପାୟ ଖୋଜି ପାଇବାରେ ସକ୍ଷମ େହାଇଛନ୍ତି। ସେମାନଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏପରି ନୂଆ ଉପାୟ ଦ୍ବାରା ଖାଦ୍ୟକୁ ବ୍ୟାକ୍ଟେରିଆମାନଙ୍କଠାରୁ ରକ୍ଷା କରାଯାଇପାରିବ। ସେଥିପାଇଁ ସେମାନେ ‘ବ୍ଲୁ ଲାଇଟ୍ ଏମିଟିଂ ଡାଇଓଡସ୍’ ବାହାର କରିଛନ୍ତି। ଏହି ଲାଇଟ୍ର ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି। ତା’ ସହ ଉକ୍ତ ଲାଇଟ୍ରେ ଥିବା ଖାଦ୍ୟକୁ ବ୍ୟାକ୍ଟେରିଆ ନଷ୍ଟ କରିବା ଆଶଙ୍କା ଯଥେଷ୍ଟ କମ। ଅନ୍ୟ ପକ୍ଷରେ ଉକ୍ତ ଲାଇଟ୍ ରସାୟନମୁକ୍ତ ହୋଇଥିବାରୁ ତାହା ଖାଦ୍ୟପଦାର୍ଥକୁ ମଧ୍ୟ ନଷ୍ଟ କରି ନ ଥାଏ।
୬.୫ ଫୁଟ୍ ଲମ୍ବା ଡାଇନୋସର୍ ଜଙ୍ଘ ହାଡ଼
ଦକ୍ଷିଣ-ପୂର୍ବ ଫ୍ରାନ୍ସ୍ର ଏକ ଖନନସ୍ଥଳୀରୁ ପ୍ରତ୍ନତତ୍ତ୍ବବିତ୍ମାନେ ୧୪ କୋଟି ବର୍ଷ ତଳର ବିଶାଳକାୟ ଡାଇନୋସର୍ ହାଡ଼ ଆବିଷ୍କାର କରିଛନ୍ତି। ଏହାର ଲମ୍ବ ୬.୫ ଫୁଟ ଓ ଓଜନ ୧,୧୦୦ ପାଉଣ୍ଡ। ଏହା ଡାଇନୋସର୍ର ଜଙ୍ଘ ହାଡ଼। ସଦ୍ୟ ଆବିଷ୍କୃତ ହାଡ଼ଟି ମୋଟା ପରସ୍ତ ମାଟିଦ୍ବାରା ଅବୃତ୍ତ ହୋଇ ରହିଥିଲା। ଏହି ଡାଇନୋସର୍ ସରୋପଡ଼୍ ପ୍ରଜାତିର ଓ ତୃଣେଭାଜୀ। ଲମ୍ବା ବେକ ଓ ଲାଞ୍ଜଯୁକ୍ତ ଏ ଜୀବ ଜୁରାସିକ୍ ଯୁଗ ଶେଷ ସମୟ ଅର୍ଥାତ୍ ୧୪ କୋଟି ବର୍ଷ ତଳେ ଏଠାରେ ବିଚରଣ କରୁଥିଲା। ଓଜନ ପ୍ରାୟ ୪୦ରୁ ୫୦ ଟନ୍। ଏହା ଏକ ଗୁରୁତ୍ବପୂର୍ଣ୍ଣ ଆବିଷ୍କାର ବୋଲି ପ୍ୟାରିସ୍ର ନ୍ୟାସ୍ନାଲ୍ ନ୍ୟାଚୁରାଲ୍ ହିଷ୍ଟ୍ରି ମ୍ୟୁଜିୟମ୍ର ପ୍ରତ୍ନତତ୍ତ୍ବବିତ୍ ରୋନାନ୍ ଆଲେନ୍ ପ୍ରକାଶ କରିଛନ୍ତି।