ପୃଥିବୀର ଜଳବାୟୁ ଦିନକୁ ଦିନ ପରିବର୍ତ୍ତିତ ହେବାରେ ଲାଗିଛି। ତା’ସହ ବାୟୁମଣ୍ଡଳରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହି ଧାରା ଯଦି ଲାଗି ରହେ ତେବେ ପୃଥିବୀ ପୃଷ୍ଠରେ ପୁଣି ଥରେ ବରଫ ଯୁଗ ପ୍ରତ୍ୟାବର୍ତ୍ତନ ପରିପାରେ ବୋଲି ଆମେରିକୀୟ ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି। ପୃଥିବୀର ପରିବର୍ତ୍ତିତ ଜଳବାୟୁ ଉପରେ ଏକ ସର୍ଭେ କରାଯାଇଥିଲା। ଗତ କିଛି ବର୍ଷ ଧରି ଏହି ସର୍ଭେ ସହ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ପାଣିପାଗ ବିଜ୍ଞାନୀମାନେ ଜଡ଼ିତ ଥିଲେ। ସେମାନଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଉଛି ଯେ, ୧୬୬୪-୧୭୧୫ ମଧ୍ୟରେ ଲଘୁ ବରଫ ଯୁଗ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଆମେରିକାର ଥେମ୍ସ ନଦୀର ଜଳ ଦୀର୍ଘ ସାତ ସପ୍ତାହ ପର୍ଯ୍ୟନ୍ତ ବରଫରେ ପରିଣତ ହୋଇଯାଇଥିଲା। ଉକ୍ତ ସର୍ଭେରୁ ସେମାନେ ପୁନଶ୍ଚ ଜାଣିପାରିଛନ୍ତି ଯେ ସୂର୍ଯ୍ୟଙ୍କ ଉତ୍ତାପରେ ତାରତମ୍ୟ ପରିଲକ୍ଷିତ ହେଉଛି। ବେଳେବେଳେ ଏହି ଉତ୍ତାପ କମୁଥିବାର ଜଣାପଡ଼ୁଛି। ଯଦି ଏହା ଜାରି ରହେ ତେବେ ୨୦-୩୦ ବର୍ଷ ମଧ୍ୟରେ ବରଫ ଯୁଗ ପୁଣି ଥରେ ଫେରିବାର ଆଶଙ୍କାକୁ ଏଡ଼ାଇ ଦିଆଯିଇ ନ ପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଙ୍ଗୁଠିରୁ ଜାଣିହେବ ରୋଗ
କୌଣସି ରୋଗ ନିୟନ୍ତ୍ରଣ କରିବା ପାଇଁ କେତେକ ପରୀକ୍ଷା କରାଯାଏ। ତା’ସହ ରୋଗର ଲକ୍ଷଣ ଦେଖି ଡାକ୍ତର ତାହାର ଚିକିତ୍ସା କରିଥାଆନ୍ତି। ତେବେ ଏହି ତାଲିକାରେ ଏକ ନୂଆ ଜିନିଷ ସାମିଲ କରାଯାଉଛି। ଅର୍ଥାତ୍ ଜଣେ ବ୍ୟକ୍ତିର ଆଙ୍ଗୁଟିକୁ ତର୍ଜମା କରି ରୋଗ ସମ୍ପର୍କରେ ସୂଚନା ପାଇହେବ। ଏପରି ରୋଚକ ତଥ୍ୟକୁ ଲୋକଲୋଚନକୁ ଆଣିଛନ୍ତି ସ୍ପେନ୍ର ବିଶେଷଜ୍ଞମାନେ। ଏଥିପାଇଁ ସେମାନେ ଏକ ଡିଭାଇସ୍ ପ୍ରସ୍ତୁତ କରିଥିଲେ। ଉକ୍ତ ହାଇଟେକ୍ ଡିଭାଇସ୍ ହାତ ଅାଙ୍ଗୁଠିରେ ବାନ୍ଧି ଦିଆଯାଏ। ତା’ପରେ ସେଥିରେ ସଂଯୋଗ କରାଯାଇଥିବା ସୂକ୍ଷ୍ମ ମେସିନ୍ ରୋଗ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ଏପରି କ୍ଷେତ୍ରରେ ସଫଳତା ମିଳିଛି ବୋଲି ଏହି ବିଶେଷଜ୍ଞମାନେ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି।