ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳବିଶିଷ୍ଟ ଏକ ମହାକାଶଯାନ ପ୍ରସ୍ତୁତ କରିଛି। ଏହି ଯାନରୁ ମଙ୍ଗଳ ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିହେବ ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ଖାସ୍ କଥା ହେଲା ଏହି ମହାକାଶଯାନ ଯୋଗଁୁ ବାୟୁମଣ୍ଡଳରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। କେବଳ ସେତିକି ନୁହେଁ, ଏକ ସୁଇଚ୍ ଦ୍ବାରା ଏହାର ବାହ୍ୟ ଆବରଣକୁ ନିୟନ୍ତ୍ରଣ କରିହେବ। ଅର୍ଥାତ୍, ପରିସ୍ଥିତିକୁ ଅନୁଧ୍ୟାନ କରି ଏହାର ଆକାରକୁ ସଙ୍କୋଚନ କରାଯାଇପାରିବ ଏବଂ ପରବର୍ତ୍ତୀ ସମୟରେ ତାହାକୁ ବୃଦ୍ଧି କରାଯାଇ ପ୍ରକୃତ ଆକାରକୁ ଅଣାଯାଇପାରିବ। ଉକ୍ତ ନୂଆ ମହାକାଶଯାନକୁ ‘ହାଇପର୍ସୋନିକ୍ ଏରୋଡାଇନାମିକ୍ ଡିସିଲିଟର’ ନାମରେ ନାମିତ କରାଯାଇଛି।
ଚାହା-ପାତ୍ର ସଂଗ୍ରହାଳୟ
ବିଶ୍ବର ବୃହତ୍ତମ ଚାହା-ପାତ୍ର ଆକୃତିର ସଂଗ୍ରହାଳୟ ରହିଛି ଚାଇନାର ମେଇତାନ୍ରେ। ଏହାର ଉଚ୍ଚତା ୭୩.୮ ମିଟର୍। ପାଞ୍ଚ ହଜାର ବର୍ଗ ମିଟର୍ ପରିମିତ ସ୍ଥାନରେ ସଂଗ୍ରହାଳୟଟି ନିର୍ମିତ। ମେଇତାନ୍, ଚାଇନିଜ୍ ସବୁଜ ଚାହାର ଜନ୍ମସ୍ଥାନ। ଏଠାକାର ସବୁଜ ଚାହା ଚାଇନାରେ ବେଶ୍ ଲୋକପ୍ରିୟ। ଏଣୁ କିଛି ବର୍ଷ ତଳେ ଚାହା-ସଂସ୍କୃତି ଉପରେ ଏଠାରେ ସଂଗ୍ରହାଳୟଟିଏ ସ୍ଥାପନ କରିବା ପାଇଁ ଚିନ୍ତା କରାଯାଇଥିଲା। ଚାହା ସଂମ୍ପର୍କିତ ନାନା ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେଉଛି। ଅଣ ଚାଇନିଜ୍ଙ୍କ ପାଇଁ ସଂଗ୍ରହାଳୟଟି ଏକ ଅପୂର୍ବ ସ୍ଥାପତ୍ୟ। ସଂଗ୍ରହାଳୟଟି ହେଖିବାକୁ ଏକ ବିଶାଳ ଚାହା ପାତ୍ର ପରି। ଏହାର ଭିତର ପାଖର ବ୍ୟାସ ଚବିଶ ମିଟର। ଏହା ଭିତରେ ଅଛି ୨୮,୩୬୦ ଘନ ମିଟର୍ ଖାଲି ସ୍ଥାନ।