ଧ୍ବନି ଏବଂ ତରଙ୍ଗ ମାଧ୍ୟମରେ ଛୋଟ ଛୋଟ ବସ୍ତୁକୁ ଉଠାଯାଇପାରିବ। ଏପରି ଏକ ପ୍ରୟାସ କରି ନିକଟରେ ସଫଳ ହୋଇଛନ୍ତି ଇଂଲଣ୍ଡସ୍ଥିତ ସସେକ୍ସ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ। ସେମାନେ ଏଭଳି ଏକ ତରଙ୍ଗ ପ୍ରସ୍ତୁତ କରିଛନ୍ତି, ଯାହାକୁ ଆଧାର କରି ଏପରି କାମ ସହଜରେ ସମ୍ପାଦନ କରାଯାଇପାରିବ। ଏହି ନୂଆ ତରଙ୍ଗକୁ ସେମାନେ ’ସୋନିକ୍ ଟ୍ରାକ୍ଟର୍ ବିମ୍’ ନାମରେ ନାମିତ କରିଛନ୍ତି। କୌଣସି ବସ୍ତୁକୁ ଉଠାଇବା କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁଞ୍ଚାଇବା ପାଇଁ ଏହି ଟ୍ରାକ୍ଟରରେ ୬୪ଟି କ୍ଷୁଦ୍ର ମାଇକ୍ରୋଫୋନ୍ ସଂଯୋଗ କରାଯାଇଛି। ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାକ୍ଟରଟି କିପରି କାମ କରୁଛି ତାହା ମଧ୍ୟ ପରୀକ୍ଷା କରି ସେମାନେ ସଫଳ ହୋଇଛନ୍ତି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହାକୁ କିପରି ଅଧିକ ଜ୍ଞାନକୌଶଳବିଶିଷ୍ଟ କରାଯାଇପାରିବ ସେ ନେଇ ସେମାନେ ଚେଷ୍ଟା ଜାରି ରଖିଛନ୍ତି।
/sambad/media/post_attachments/wp-content/uploads/2021/07/nua-samaya-2-3.jpg)
ଏୟାର ଫ୍ରେସ୍ନରର ବହୁଳ ବ୍ୟବହାର କ୍ଷତିକାରକ
ଘର ଭିତରଭାଗର ପରିବେଶକୁ ସୁଗନ୍ଧମୟ କରିବାକୁ ଆଜିକାଲି ବିଭିନ୍ନ ପ୍ରକାରର ଏୟାର ଫ୍ରେସନର୍ ‘‘ତାଜା ବାୟୁ ପ୍ରଦାନକାରୀ ଅତର’’ ବଜାରରେ ମିଳୁଛି। କିନ୍ତୁ ଏହାର ବହୁଳ ବ୍ୟବହାର ବାୟୁମଣ୍ଡଳ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ୍ ସିଡ୍ନିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ବିଶ୍ବବିଦ୍ୟାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ଏହି ଫ୍ରେସ୍ନର ବାୟୁମଣ୍ଡଳକୁ ସୁଗନ୍ଧିତ କରିଦିଏ, ହେଲେ ଏଥିରେ ଏପରି କେତେକ ତତ୍ତ୍ବ ରହିଛି, ଯାହା ବାୟୁମଣ୍ଡଳରେ ଥିବା ସୂକ୍ଷ୍ମ ତଥା ସ୍ବାସ୍ଥ୍ୟ ପାଇଁ ଉପକାରୀ କଣିକାଗୁଡ଼ିକୁ ନଷ୍ଟ କରିଦିଏ। ଏଥିରେ ଥିବା ‘ଲିମୋଲିନ୍’ ତତ୍ତ୍ବ ଘର ଭିତରକୁ ଆସୁଥିବା ବାୟୁକୁ ସୁଗନ୍ଧମୟ କରେ। କିନ୍ତୁ ଏହାର ବହୁଳ ବ୍ୟବହାର ଘରର ଆଭ୍ୟନ୍ତରୀଣ ବାୟୂକୁ ଦୂଷିତ କରିଦିଏ, ଯାହା କେତେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏହାର ବ୍ୟବହାର ପ୍ରତି ଆମେ ସଚେତନ ରହିବା ଆବଶ୍ୟକ ବୋଲି ଏହି ଗବେଷଣାର ମୁଖ୍ୟ ଡା. ମିଶେଲ ୱାରିଙ୍ଗ୍ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/sss-f.jpg)