ନୂଆ ସମୟ ନୂଆ କଥା: ବ୍ଲାକ୍‌ ବର୍ଗର ଏବଂ ସନ୍ତୁଳିତ ରହିବ କ୍ୟାଲୋରି

ବର୍ଗର କଥା କହିଲେ ଆପେ ମନକୁ ବର୍ଗରଗୁଡ଼ିକର ନାମ ଆସିଯାଏ। ଏହା ପିଲାମାନଙ୍କର ଫାଷ୍ଟ୍‌ଫୁଡ୍‌ ଭିତରେ ପ୍ରିୟ ମଧ୍ୟ। କିନ୍ତୁ ଏମିତି ବର୍ଗର ବି ଅଛି ଯାହାର ରଙ୍ଗ କଳା । ଜାପାନ୍‌ର ବଜାରରେ କୁରୋ ବର୍ଗର୍‌ ମିଳୁଛି। ଯାହାର ରଙ୍ଗ ଗାଢ଼ କଳା। କୁରୋ ଏକ ଜାପାନୀ ଶବ୍ଦ। ଏହାର ଅର୍ଥ ହେଉଛି କଳା। ବର୍ଗର୍‌ କିଙ୍ଗ୍‌ କମ୍ପାନି ପକ୍ଷରୁ ଏହି ବିଚିତ୍ର ବର୍ଗର୍‌ ବିକ୍ରି କରାଯାଉଛି। ଏଥିରେ ବନ୍‌, ପନିର୍‌, ସସ୍‌ ଓ ପରିବା ଆଦି ସମସ୍ତ ଖାଦ୍ୟ ଉପାଦାନର ରଙ୍ଗ କଳା। ବାଉଁଶ ଅଙ୍ଗାର ଦ୍ବାରା ବନ୍‌କୁ ଏବଂ ସ୍କ୍ବିଡ୍‌ ଇଙ୍କ୍‌ ଦ୍ବାରା ସସ୍‌କୁ କଳା କରାଯାଉଛି। ଏହାଦ୍ବାରା ସ୍ବାଦରେ କିଛି ପରିବର୍ତ୍ତନ ହେଉନାହିଁ। ଦୁଇ ପ୍ରକାରର କୁରୋ ମିଳୁଛି- କୁରୋ ପର୍ଲ‌୍ ଓ କୁରୋ ଡାଇମଣ୍ଡ୍‌। ‘ମ୍ୟାକ୍‌ଡୋନାଡସ୍‌’ ପକ୍ଷରୁ ମଧ୍ୟ ମୁଖ୍ୟତଃ ଚାଇନାରେ ‘ୟିନ୍‌ ଆଣ୍ଡ୍‌ ୟାଙ୍ଗ୍‌’ ବର୍ଗରର ବିକ୍ରି ଚାଲିଛି। ଯାହାର ରଙ୍ଗ ଅଧା ଧଳା ଓ ଅଧା କଳା। ଚାଇନାରେ ୟିନ୍‌ ଓ ୟାଙ୍ଗ୍‌ ଭଲ ଓ ମନ୍ଦର ପ୍ରତୀକକୁ ବୁଝାଯାଏ।

ସନ୍ତୁଳିତ ରହିବ କ୍ୟାଲୋରି
ଆମ ଶରୀରରେ କ୍ୟାଲୋରି ସନ୍ତୁଳିତ ରହିବା ନିହାତି ଜରୁରି। ଏଥିରେ ଅସନ୍ତୁଳନ ଆସିଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ‌େତବେ କ୍ୟାଲୋରି ସ୍ତରକୁ ସନ୍ତୁଳିତ ରଖିବା ପାଇଁ କେତେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼େ। ସନ୍ତୁଳିତ ଖାଦ୍ୟ ଖାଇବା ବ୍ୟତୀତ ଆଉ ଏକ ସରଳ ଉପାୟରେ କ୍ୟାଲୋରିକୁ ସନ୍ତୁଳିତ ରଖିହେବ। ତାହା ହେଉଛି ରକ୍ତଦାନ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ସମୟ ଅନ୍ତରାଳରେ ରକ୍ତଦାନ କରନ୍ତି ତେବେ ତାଙ୍କ ଶରୀରରେ କ୍ୟାଲୋରି ପରିମାଣ ସନ୍ତୁଳିତ ରହିଥାଏ। ହେଲେ ରକ୍ତଦାନ କରିବା ପୂର୍ବରୁ ସେମାନେ ଏ ନେଇ କେତେ ଫିଟ୍‌ ତାହା ପରୀକ୍ଷା କରାଇ ନେବା ଜରୁରି। ନିୟମିତ ସମୟ ଅନ୍ତରାଳରେ ରକ୍ତଦାନ କରୁଥିବା କେତେକ ବ୍ୟକ୍ତିଙ୍କ କ୍ୟାଲୋରି ପରିମାଣ କେତେ ରହୁଛି ତାହାକୁ ପରୀକ୍ଷା କରିବା ପରେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ଜାଣିପାରିଥିଲେ।

ସମ୍ବନ୍ଧିତ ଖବର