ପୃଥିବୀରେ ଏମିତି ଅନେକ ସ୍ଥାନ ଅଛି ଯାହା ବେଶ୍ ଆଶ୍ଚର୍ଯ୍ୟଜନକ। ସେଥିମଧ୍ୟରୁ ଗୋଟିଏ ହେଉଛି ଏକ ଛୋଟ ଗାଁ ଅଲ୍-ହୁତୈବ। ଏଠାରେ କେବେ ବର୍ଷା ହୁଏ ନାହିଁ। ଏହା ଏକ ମରୁଭୂମି ବି ନୁହେଁ। ତଥାପି ବର୍ଷା ହୁଏ ନାହିଁ। ଏହା ୟେମେନ୍ର ରାଜଧାନୀ ସନାର ପଶ୍ଚିମରେ ଥିବା ମନଖ୍ର ନିର୍ଦ୍ଦେଶାଳୟ ହରଜ କ୍ଷେତ୍ରରେ ଅଛି। ପାହାଡ଼ ଶୀର୍ଷରେ ଥିବା ଏହି ଗାଁ’ରେ ବର୍ଷା ନ ହେଲେ ବି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଆସନ୍ତି। ଏହି ଗାଁ ଭୂମିଠାରୁ ୩୨୦୦ ମିଟର ଉଚ୍ଚତାରେ ଅବସ୍ଥିତ। ଏଠାକାର ବାତାବରଣ ଗରମ ରୁହେ। କିନ୍ତୁ ଶୀତଦିନେ ବହୁତ ଥଣ୍ଡା ରହେ। ଏଠାକାର ପ୍ରାଚୀନ ଓ ଆଧୁନିକ ବାସ୍ତୁକଳା ବହୁତ ସୁନ୍ଦର। ବର୍ଷା ନ ହେବାର କାରଣ ହେଉଛି କି ଗାଁଟି ବାଦଲ ଉପରେ ଅବସ୍ଥିତ। ବାଦଲ, ଗାଁ ତଳେ ରହେ।
ବାଲାନ୍ସ୍ କିଙ୍ଗ୍ ହାର୍ଲସୋ
ହାର୍ଲସୋ ହେଉଛି ଏକ ୫ ବର୍ଷୀୟ ଡାଟ୍ସନ୍ ପ୍ରଜାତିର କୁକୁର। ତା’ର ଘର ଉତ୍ତର ଆୟଲାର୍ଣ୍ଡର ବେଲଫାଷ୍ଟ୍ରେ। ହେଲେ ଏବେ ସେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚିତ। କାରଣ ସେ ନିଜ ମୁଣ୍ଡ ଉପରେ ବିଭିନ୍ନ ଜିନିଷକୁ ସନ୍ତୁଳନ ରକ୍ଷାକରି ରଖିପାରୁଛି। ତାହା ପାଣିଭର୍ତ୍ତି ଗ୍ଲାସ୍ ହେଉ କି ଖେଳଣା ଅବା ଖାଦ୍ୟ ସାମଗ୍ରୀ, ସବୁ ଜିନିଷକୁ ସେ ବେଶ୍ ଆରାମ୍ରେ ନିଜର କୁନି ମୁଣ୍ଡ ଉପରେ ଅନେକ ସମୟ ପର୍ଯ୍ୟନ୍ତ ରଖିପାରେ। ଏହି ପ୍ରତିଭା ସମ୍ପର୍କରେ ତା’ ମାଲିକ ପଲ୍ ଲାଭେରୀ ତିନିବର୍ଷ ପୂର୍ବେ ଜାଣିବାକୁ ପାଇଥିଲେ। ତା’ ମୁଣ୍ଡରେ ଏକ ଖେଳଣା ରଖିଲେ ଓ ତାକୁ ସେ ଅନେକ ସମୟ ପର୍ଯ୍ୟନ୍ତ ନ ପକାଇ ଧରି ରଖିଲା। ଏବେ ହାର୍ଲସୋ ବାଲାନ୍ସ୍ର କିଙ୍ଗ୍ ପାଲଟିଗଲାଣି।