ନୂଆ ସମୟ, ନୂଆ କଥା: ସବୁଠାରୁ ଦାମୀ ଫଳ ଏବଂ ଗ୍ଲାସ୍‌ ଅକ୍ଟୋପସ୍‌

ଆମେ ସମସ୍ତେ ଫଳ ବା ପନିପରିବା କିଣୁ। ବଜାରରେ ମଧ୍ୟ ଅନେକ କିସମର ସବୁଜ ଫଳ ତଥା ପରିବା ମିଳିଥାଏ। ତେବେ ଏଠାରେ ଯେଉଁ ଫଳ କଥା କୁହାଯାଉଛି ତାହା ହେଉଛି ଦୁନିଆର ସବୁଠୁ ଦାମୀ ଫଳ। ଏହି ଫଳର ଦାମ୍‌ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବା ନିଶ୍ଚିତ। ଫଳଟିର ନାମ ହେଉଛି ହପ୍‌ ସୁଟ୍‌। ଏହି ଫଳର ଦାମ୍‌ ହେଉଛି କିଲୋ ପ୍ରତି ୧ହଜାର ୟୁରୋ ବା ଭାରତୀୟ ମୁଦ୍ରାରେ ତାହାର ଦାମ୍‌ କିଲୋ ପ୍ରତି ୮୨ ହଜାରରୁ ୮୩ ହଜାର। କେବଳ ଫଳ ନୁହେଁ; ଏହି ଗଛର ଫୁଲ ମଧ୍ୟ ଖୁବ୍‌ ମୂଲ୍ୟବାନ୍‌। ଜର୍ମାନୀ ଆଦି ଦେଶରେ ଏହି ଫଳର ଉତ୍ପାଦନ କରାଯାଇଥାଏ। ଏହା ଏକ ଔଷଧୀୟ ଫଳ। ସେଥିଲାଗି ଏହାର ମୂଲ୍ୟ ଏଭଳି ଚଢ଼ା। ଏହାକୁ ସାଧାରଣ ବଜାରରେ ବିକ୍ରି କରାଯାଏ ନାହିଁ। କେତେକ ରୋଗର ଆଣ୍ଟିବା‌େୟାଟିକ୍‌ ପ୍ରସ୍ତୁତ କରିବା ପାଇଁ ଏହି ଫଳର ଆବଶ୍ୟକତା ପଡ଼ିଥାଏ। ଯକ୍ଷ୍ମା, ଦାନ୍ତ ରୋଗ ପାଇଁ ଏହି ଫଳ ବହୁତ କାମରେ ଆସେ।

ଗ୍ଲାସ୍‌ ଅକ୍ଟୋପସ୍‌
ସ୍କମିଟ୍‌ ଓସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ଠାର ବୈଜ୍ଞାନିକମାନେ ମଧ୍ୟ-ପ୍ରଶାନ୍ତ ମହାସାଗର ଗଭୀରରେ ଏକ ଦୁର୍ଲ୍ଲଭ ସ୍ବଚ୍ଛ ଅକ୍ଟୋପସ୍‌ ଠାବ କରିଛନ୍ତି। ଏହାର ନାମ ଗ୍ଲାସ୍‌ ଅକ୍ଟୋପସ୍‌। ସ୍ବଚ୍ଛ ତ୍ବଚା ବା ଚର୍ମ ପାଇଁ ଏହାର ଏପରି ନାମକରଣ ହୋଇଛି। ଏହାର ତ୍ବଚା ଏତେ ସ୍ବଚ୍ଛ ଯେ ତା’ର ପ୍ରତ୍ୟେକ ଅଙ୍ଗ ଖାଲି ଆଖିରେ ଦେଖାଯିବ ନାହିଁ। ଅନ୍ୟ ଏକ ଜୀବ ଶିକାର କରିବା ସମୟରେ ଏହାକୁ ଠାବ କରାଯାଇଥିଲା। କିରିବାଟିର ପୂର୍ବରେ ଥିବା ଫୋନିକ୍ସ ଦ୍ବୀପ ନିକଟରେ ସାମୁଦ୍ରିକ ଅନ୍ବେଷଣ ସମୟରେ ସେମାନେ ଏହି ଦୁର୍ଲ୍ଲଭ ପ୍ରଜାତି ଠାବ କରିଛନ୍ତି। ଏହି ସମୟରେ ସେମାନେ ଗଭୀର ସମୁଦ୍ରରେ ବାସ କରୁଥିବା ଆଶ୍ଚର୍ଯ୍ୟଜନକ ଜୀବଟକୁ ଅନ୍ବେଷଣ କରିଥିଲେ। ଏହି ଅଭିଯାନରେ ବିରଳ ଗ୍ଲାସ୍‌ ଅକ୍ଟୋପସ୍‌ ସେମାନଙ୍କ ନଜରରେ ପଡ଼ିଥିଲା। ଏମାନେ ସମୁଦ୍ରର ଅତିଗଭୀରରେ ବାସ କରନ୍ତି। ଗ୍ଲାସ୍‌ ଅକ୍ଟୋପସ୍‌ର ଶରୀର ୪୫ ସେମି ପର୍ଯ୍ୟନ୍ତ ବଢ଼ିପାରେ। ଆଖି ବର୍ଗାକାର। ଅଣ୍ଡା ଭିତରେ ଏହାର ଭ୍ରୁଣ ବିକଶିତ ହୋଇଥାଏ। ବାହାରକୁ ଆସିବାଯୋଗ୍ୟ ହେବା ପର୍ଯ୍ୟନ୍ତ ତାହା ସେହିଠାରେ ବିକଶିତ ହେଉଥାଏ।

ସମ୍ବନ୍ଧିତ ଖବର