ସାଧାରଣତଃ ଗୋଟିଏ ଚିପ୍ରୁ ଅନ୍ୟ ଚିପ୍କୁ ଡାଟା ଟ୍ରାନ୍ସ୍ଫର ପାଇଁ ବିଦ୍ୟୁତ୍ର ଆବଶ୍ୟକତା ହୋଇଥାଏ। ହେଲେ ଏଣିକି ବିଦ୍ୟୁତ୍ ନ ଥିଲେ ମଧ୍ୟ ଏପରି କାମକୁ ସମ୍ପାଦନ କରିହେବ। ପୁଣି ତାହା ଏକ ସରଳ ଉପାୟରେ ସମ୍ପାଦନ କରାଯାଇପାରିବ। ଅର୍ଥାତ୍,ଆଲୋକ ମାଧ୍ୟମରେ ଡାଟା ଟ୍ରାନ୍ସ୍ଫର ହୋଇପାରିବ। ଏଥିପାଇଁ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ଉନ୍ନତ ଜ୍ଞାନକୌଶଳବିଶିଷ୍ଟ ଚିପ୍ ପ୍ରସ୍ତୁତ କରିଛନ୍ତି। ଏହି ଚିପ୍ରେ ଥିବା ଆଲୋକ ଏତେ ଶକ୍ତିଶାଳୀ ଯେ ତାହା ମାଧ୍ୟମରେ ଡାଟାକୁ ଖୁବ୍ ଶୀଘ୍ର ଟ୍ରାନ୍ସଫର୍ କରାଯାଇପାରିବ। ପ୍ରତି ବର୍ଗ ମିମିରେ ସେକେଣ୍ତ୍ ପିଛା ଏହି ଚିପ୍ର କ୍ଷମତା ହେଉଛି ୩୦୦୦ ଗିଗାବାଇଟ୍। ଏହାକୁ ଆହୁରି କ୍ଷମତାସମ୍ପନ୍ନ କରିବାକୁ ଆଉ କିଛି ମାସ ସମୟ ଲାଗିବ ବୋଲି ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2021/11/nua-samaya-2.jpg)
ବ୍ଳାକ୍ ଡାଇମଣ୍ଡ୍ ସେଓ
ଲାଲ୍ ଓ ସବୁଜ ରଙ୍ଗର ସେଓ ବିଷୟରେ ସମସ୍ତଙ୍କୁ ଜଣା। ଏହାବାଦ୍ ପୃଥିବୀରେ ୨୦ରୁ ଅଧିକ ଦେଶରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ କିସମର ସେଓ ଉତ୍ପାଦନ ହୋଇସାରିଲାଣି। ଏହା ମଧ୍ୟରେ ଗୋଟିଏ ହେଉଛି ଗାଢ଼ ବାଇଗଣୀ ରଙ୍ଗର ସେଓ। ଯାହା କି ‘ବ୍ଲାକ୍ ଡାଇମଣ୍ଡ୍’ ସେଓ ନାମରେ ପରିଚିତ। ଏହା ମହୁଠାରୁ ବି ମିଠା। ତିଦ୍ଧତର ପାହାଡ଼ ଅଞ୍ଚଳ ତଥା ସମୁଦ୍ର ପତ୍ତନରୁ ୩୧୦୦ ମିଟର ଉଚ୍ଚତାରେ ଉତ୍ପାଦନ ହୋଇଥାଏ ଏହି ସେଓ। ବହୁତ ଉଚ୍ଚତାରେ ଚାଷ ହେଉଥିବାରୁ ଏଠାକାର ଦିନ ଓ ରାତିର ତାପମାତ୍ରା ଭିତରେ ବହୁତ ଅନ୍ତର ଥାଏ। ଦିନରେ ସେଓ ଉପରେ ପ୍ରଚଣ୍ଡ ଖରା ସହ ଅତି ବାଇଗଣୀ ରଶ୍ମୀ ପଡ଼ିବାବେଳେ ରାତିରେ ପ୍ରବଳ ଥଣ୍ଡା ପଡ଼େ। ତେଣୁ ଏହି ସେଓ ବାଇଗଣୀ ରଙ୍ଗ ପାଲଟି ଯାଇଥାଏ। ତିଦ୍ଧତରେ ଏହି ସେଓକୁ ‘ହୁଆ ନିଉ’ କୁହାଯାଏ। ଗଛରେ ଫଳ ଧରିବାକୁ ପ୍ରାୟ ୮ବର୍ଷ ଲାଗିଯାଏ। ଗୋଟିଏ ସେଓର ମୂଲ୍ୟ ୫୦୦ରୁ ୧୦୦୦ ଟଙ୍କା ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/nua-samaya-1-2.jpg)