ଆମେରିକାର ଉତ୍ତର କାରୋଲିନାର ଉପକୂଳରେ ଜଣେ ମାଛ ଧରାଳି ଏକ ବିରଳ ମାଛ ଧରିଛନ୍ତି ଯାହାର ଦାନ୍ତ ଦେଖିବାକୁ ଠିକ୍‌ ମଣିଷ ଦାନ୍ତ ଭଳି। ଜେନେଟ୍‌ସ ପିଅର୍‌ ନାମକ ଫେସ୍‌ବୁକ୍‌ ପେଜ୍‌ରେ ମାଛର ଫଟୋ ଶେୟାର କରାଯାଇଛି। ଫଟୋ ସହିତ କ୍ୟାପ୍‌ସନ୍‌ରେ ଉଲ୍ଳେଖ ହୋଇଛି ‘ଧୀବର ନଥନ୍‌ ମାର୍ଟିକ୍‌ ସୁନ୍ଦର ଦାନ୍ତଯୁକ୍ତ ଶିପ୍‌ଶେଡ୍‌ ମାଛ ଧରିଛନ୍ତି’। ଶିପ୍‌ଶେଡ୍‌ ମାଛ ସାଧାରଣତଃ ପଥର, ଶୈବାଳ, ଏମିତି କି ପୋଲ ନିକଟରେ ଦେଖିବାକୁ ମିଳନ୍ତି। ଚର୍ମରେ ବିରଳ କଳା-ଧଳା ପଟି ଯୋଗୁ ଏମାନେ ‘କନ୍‌ଭିକ୍ଟ୍‌ ଫିଶ୍‌’ ଭାବେ ମଧ୍ୟ ପରିଚିତ। ସାଇଣ୍ଟିଫିକ୍‌ ଆମେରିକାନ୍‌ ଅନୁସାରେ, ଏମାନେ ସର୍ବାହାରୀ ଜୀବ। ଶିକାର କରିବା ଲାଗି ଏମାନେ ସେମାନଙ୍କ ଆଗଦାନ୍ତ ବ୍ୟବହାର କରିଥାନ୍ତି। ଏହି ମାଛର ଓଜନ ପ୍ରାୟ ୫ରୁ ୧୫ ପାଉଣ୍ଡର ହୋଇଥାଏ। ଉତ୍ତର କରୋଲିନାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏମାନେ ଦେଖାଯାଆନ୍ତି।

Advertisment

publive-image

୪ଗୁଣ ଲମ୍ବା ଜିଭ
ଏକ ଦୁର୍ଳଭ ରୋଗରେ ଆକ୍ରାନ୍ତ ଅଟନ୍ତି ଆମେରିକାର ଓୱେନ୍‌ ଥମାସ୍‌। ସେହି ରୋଗର ନାଁ ‘ବ୍ୟାକ୍‌ୱିଥ୍‌ ୱିଡ୍‌ମେନ୍‌ ସିଣ୍ଡ୍ରୋମ୍‌’। ଏହି ରୋଗ ପାଇଁ ଶରୀରର କିଛି ଅଂଶ ଲଗାତର ବଢ଼ିଚାଲେ। ଓୱେନ୍‌ଙ୍କର ବି ଏକ ଅଙ୍ଗ ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି। ଆଉ ସେହି ଅଙ୍ଗଟି ହେଉଛି ତାଙ୍କ ଜିଭ। ତାଙ୍କ ଜିଭ ସାମାନ୍ୟଠାରୁ ଚାରିଗୁଣ ଅଧିକ ବଡ଼ ହୋଇଯାଇଛି। ଜନ୍ମରୁ ତାଙ୍କଠାରେ ଏହି ରୋଗ ଦେଖାଯାଇଥିଲା। ଡାକ୍ତର ପରୀକ୍ଷା କରିବାରୁ ଜାଣିପାରିଲେ ଯେ, କେବଳ ତାଙ୍କର ଅଙ୍ଗ ବଢ଼ୁଛି ତାହା ନୁହେଁ, ତାଙ୍କଠାରେ ଶ୍ବାସକ୍ରିୟା କରିବାରେ ବି ସମସ୍ୟା ରହିଛି। ଅନେକ ସମୟରେ ଓୱେନ୍‌ ଶୋଇଥିବାବେଳେ ଶ୍ବାସକ୍ରିୟା ବନ୍ଦ ହୋଇଯାଉଥିଲା। ତେଣୁ ଓୱେନ୍‌ଙ୍କ ମା’ ବାପା ଏକ ଡିଜିଟାଲ ମନିଟର ଆଣିଲେ। ଯେଉଁଥିରେ ଓୱେନ୍‌ଙ୍କ ହୃଦୟର ଗତି ଓ ଅମ୍ଳଜାନ ସ୍ତର ମପା ଯାଇପାରିଲା। ତାଙ୍କୁ ମାତ୍ର ୩ ବର୍ଷ। ଅଧିକ ଲମ୍ବା ହେଲେ ଜିଭ କଟାଯାଉଛି କିନ୍ତୁ ଏହାର ସ୍ଥାୟୀ ସମାଧାନ କରାଯାଇପାରୁନାହିଁ।