ଆମେ ବିଭିନ୍ନ ପ୍ରକାରର ଚାଷ ବିଷୟରେ ଜାଣିଛେ। କିନ୍ତୁ ସାପ ଚାଷ କଥା ଶୁଣିବାକୁୁ ନୂଆ ଲାଗୁଛି। ଚୀନ୍ର ଜିସିକିୟାଓ ଗାଁରେ ଏହି ସାପ ଚାଷ କରାଯାଉଛି। ଏଠାକାର ଗ୍ରାମବାସୀମାନେ ୩୦ ଲକ୍ଷରୁ ଅଧିକ ସାପ ପୋଷିଛନ୍ତି। ୧୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଅଧାରୁ ଅଧିକ ଲୋକ ଏହି କାମରେ ଲାଗିଛନ୍ତି। ଏହା ‘ସ୍ନେକ୍ ଫାର୍ମିଙ୍ଗ୍’ ନାମରେ ପରିଚିତ ଓ ବିଷଧର ସାପ ଚାଷ ପାଇଁ ଏହି ଗାଁ ବିଶ୍ବପ୍ରସିଦ୍ଧ। ବିଷଧର ନାଗ ଓ ବିଶାଳକାୟ ଅଜଗର ସାପ ମଧ୍ୟ ଏଠାକାର ଲୋକେ ପୋଷିଛନ୍ତି। ଏହି ଗାଁର ଲୋକେ ସାପର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ବିକ୍ରିକରି ଟଙ୍କା ରୋଜଗାର କରିଥାନ୍ତି। ସାପର ବିଷ ମଧ୍ୟ ବହୁଳ ପରିମାଣରେ ଏଠାରେ ବିକ୍ରି କରାଯାଏ। ବିଷଧର ସାପଙ୍କ ସହିତ ରହିବା ଏହି ଗ୍ରାମବାସୀଙ୍କ ପାଇଁ ଏକ ସାଧାରଣ କଥା। କିନ୍ତୁ ‘ଫାଇଭ୍ ଷ୍ଟେପ୍’ ସାପକୁ ସେମାନେ ଡରିଥାନ୍ତି। କାରଣ ଏହି ସାପର ଦଶଂନରେ ଲୋକଟି ୧ସେକେଣ୍ଡ୍ରେ ମୃତ୍ୟୁବରଣ କରିଥାଏ।
କବରସ୍ଥାନ-କାର
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ଏକ ସ୍ଥାନ ଅଛି ଯେଉଁଠାରେ କାର୍କୁ ପୋତାଯାଇଥାଏ। ଏଠାରେ ଗୋଟିଏ ଗୋଟିଏ ମଡେଲ୍ର ୫୦୦ରୁ ବି ଅଧିକ କାର୍ ଦେଖିବାକୁ ମିଳିଥାଏ। ୭୦ ହଜାରରୁ ଅଧିକ କାର ଏଠାରେ ଏମିତି ପଡ଼ିରହିଛି। କିଛି ଲୋକଙ୍କ କହିବା ଅନୁସାରେ ଏଠାରେ କୌଣସି କାର୍ କମ୍ପାନୀର ଫ୍ୟାକ୍ଟ୍ରି ରହିଥିଲା, ଯାହା ନଷ୍ଟ ହୋଇଯାଇଛି। କିନ୍ତୁ ଏଠାରେ କାର୍ ଛଡ଼ା ଅନ୍ୟ କୌଣସି ଜିନିଷର ଫ୍ୟାକ୍ଟ୍ରି ନାହିଁ। ପ୍ରକୃତରେ ଏହି କାର୍ଗୁଡ଼ିକ ଉକ୍ତ ସ୍ଥାନକୁ କିପରି ଆସିଲା ଏବଂ କେଉଁଠୁ ଆସିଲା ତାହା କାହାକୁ ବି ଜଣାନାହିଁ। ସ୍ଥାନୀୟ ପ୍ରଶାସନ କହିବାନୁସାରେ ଆମେରିକା ସୈନିକମାନେ ଏହି କାରଗୁଡ଼ିକୁ ନିଜ ଘରକୁ ନେବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା କୌଣସି କାରଣରୁ ସମ୍ଭବ ହୋଇପାରି ନଥିଲା। ତେଣୁ କାର୍ଗୁଡ଼ିକୁ ଏଠାରେ ଛାଡ଼ି ଦେଇ ଯାଇଥିଲେ। ଉକ୍ତ ସ୍ଥାନକୁ କେହି ଯିବା ଆସିବା କରୁନଥିବାରୁ ସେମାନଙ୍କ କାର୍ ସେଠାରେ ସୁରକ୍ଷିତ ରହିବ ବୋଲି ସେମାନଙ୍କର ଧାରଣା ଥିଲା।