କେରଳର ‘ପୁସ୍ତକ ଗାଁ’ ଏବେ ଇଣ୍ଟର୍ନେଟ୍ରେ ଭାଇରାଲ ହୋଇଛି। କେରଳ ଟୁରିଜିମ୍ ନିଜର ଟ୍ବିଟର୍ରେ ଏହି ପୋଷ୍ଟ୍ ଶେୟାର୍ କରିଛି। ଭିଡିଓ ସହ କ୍ୟାପସନ୍ ଲେଖିଛି ‘ପେରୁମ୍କୁଲମ୍ କେରଳର ପ୍ରଥମ ‘ପୁସ୍ତକ ଗ୍ରାମ’’। ପୁସ୍ତକ ବସା, ପୁସ୍ତକ କୁଡୁ ନାମରେ ଏହା ବେଶ୍ ପରିଚିତ। ପୁସ୍ତକ ବସା ଏକ ଅଭିନବ ବିଚାର, ଯେଉଁଠି ଲୋକେ ପୁସ୍ତକର ମାଗଣା ଆଦାନପ୍ରଦାନ କରିପାରନ୍ତି।’ କେରଳଟୁରିଜିମ୍ ପକ୍ଷରୁ ପୋଷ୍ଟ୍ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ‘ପୁସ୍ତକ ବସା’ରୁ ଖଣ୍ଡେ ବହି ନେଉଛନ୍ତି ପଢ଼ିବା ପାଇଁ। ଭିଡିଓଟି ଶେୟାର ହେବା ମାତ୍ରେ ହଜାର ହଜାର ସଂଖ୍ୟାରେ ଲୋକେ ଦେଖିଛନ୍ତି। ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହି ବିଚାରକୁ ଅନୁକରଣ କଲେ ଘରେ ଘରେ ଶିକ୍ଷାର ପ୍ରସାର ହେବ ବୋଲି ଲୋକେ ପ୍ରତିକ୍ରିୟା ରଖିଛନ୍ତି।

ସୁନାର ହୋଟେଲ
ଭିଏତ୍ନାମ, ହାନୋଇରେ ଏମିତି ଏକ ହୋଟେଲ ଆରମ୍ଭ ହୋଇଛି; ଯାହାକୁ ଦେଖିଲେ ଆଖି ଝଲସିଯିବ। କାରଣ ଏହି ହୋଟେଲ୍ଟି ସମ୍ପୂର୍ଣ୍ଣଭାବେ ଗୋଲ୍ଡ୍ ପ୍ଲେଟେଡ୍। ଏହାର ବାହାର, ଭିତର କୋଠରି, ଏମିତିକି ଟଏଲେଟ୍, ବେସିନ୍ ସବୁକିଛି ଗୋଲ୍ଡ୍ ପ୍ଲେଟେଡ୍। ଏଠାରେ ଗୋଟିଏ ରାତି ରହିବା ପାଇଁ ୨୫୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ। ମହାମାରୀ କରୋନା ଚାଲିଥିବା ସମୟରେ ଏହି ହୋଟେଲ୍ଟି ଖୋଲିଛି। ଏହାର ନାମ ‘ଡୋଲ୍ସ ହାନୋଇ ଗୋେଲ୍ଡ୍ନ୍ ଲେକ୍’। ଏହା ହେଉଛି ପୃଥିବୀର ପ୍ରଥମ ସୁନାର ହୋଟେଲ୍। ହୋଟେଲ୍ର ଲବି ୨୪ କ୍ୟାରେଟ୍ ସୁନାରେ ତିଆରି ହୋଇଛି। ଏଥିରେ ୨୦ ମିଲିୟନ୍ ଡଲାର୍ ଟଙ୍କା ଖର୍ଚ୍ଚ ହୋଇଛି। ହୋଟେଲ୍ର ପୁଲ୍, ବାସ କୁସନ, ଟଏଲେଟ୍ ଆଦି ସବୁକିଛି ସୁନାରେ ତିଆରି ହୋଇଛି। ସୁନାର କପ୍ରେ କଫି ଓ ଚା ପିଇବାକୁ ଦିଆଯାଇଥାଏ। ହାନୋଇଠାରେ ୨୫ ମହଲାବିଶିଷ୍ଟ ଏହି ହୋଟେଲ୍ଟି ଅବସ୍ଥିତ।