ବ୍ରାଜିଲ୍ର ପାରାନୋଆ ହ୍ରଦ ଉପରେ ଏହି ସେତୁ ରହିଛି। ଏହା ୨୦୦୨ ମସିହାରେ ନିର୍ମିତ ହୋଇଥିଲା ଯାହା ବ୍ରାଜିଲ୍ର ପୂର୍ବତନ ରାଷ୍ଟ୍ରପତି ଜୁସୋଲିନୋ କୁବିିଶ୍ଚେକ୍ଙ୍କ ନାମରେ ନାମିତ, ଯିଏକି ୧୯୫୦ ମସିହାରେ ବ୍ରାସିଲିଆରେ ବ୍ରାଜିଲ୍ର ରାଜଧାନୀ ସ୍ଥାପନ କରିଥିିଲେ। ଏହି ବ୍ରିଜ୍ ପ୍ରାୟ ୩୯୦୦ ଫୁଟ୍ ଲମ୍ବ ବିଶିଷ୍ଟ, ଯାହାକୁ ତିନୋଟି ବିଶାଳ ଇସ୍ପାତ ତୋରଣ ଧରି ରଖିଛି। ସେଗୁଡ଼ିକ ବ୍ରିଜ୍ର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଡେଇଁ ଡେଇଁ ଗଲା ପରି ଦେଖାଯାଆନ୍ତି। ଏହି ସେତୁର ନିର୍ମାତା ଆଲେକ୍ଜାଣ୍ଡି ଚାନ୍ କୁହନ୍ତି ଯେ ସେ ବ୍ରାଜିଲିଆର ମନୋରମ ସୂର୍ଯ୍ୟାସ୍ତକୁ ଉପଭୋଗ କରିବା ପାଇଁ ଏହି ବ୍ରିଜ୍କୁ ସରଳରେଖା ପରିବର୍ତ୍ତେ ଅର୍ଦ୍ଧଚନ୍ଦ୍ର ତୋରଣ ଆକାରର ନିର୍ମାଣ କରିଥିଲେ।

ଧ୍ୟାନର ମନ୍ତ୍ର
ଧ୍ୟାନ ଦ୍ବାରା ଏକାଗ୍ରତା ବଢ଼ିଥାଏ। ୮ ସପ୍ତାହ ପର୍ଯ୍ୟନ୍ତ ନିୟମିତ ଧ୍ୟାନ କରୁଥିବା ୧୦ ବିଦ୍ୟାର୍ଥୀଙ୍କ ଉପରେ ବୈଜ୍ଞାନିକମାନେ ଅଧ୍ୟୟନ କରିଥିଲେ। ଏହି ବିଦ୍ୟାର୍ଥୀ ସପ୍ତାହରେ ୫ ଦିନ ଧରି ଦିନକୁ ୧୦ ମିନିଟ୍ ଧ୍ୟାନ କରୁଥିଲେ। ଅଧ୍ୟୟନ ପରେ ବିଦ୍ୟାର୍ଥୀଙ୍କ ମସ୍ତିଷ୍କକୁ ସ୍କାନ୍ କରାଗଲା। ସ୍କାନିଂ ରିପୋର୍ଟରୁ ଜଣାପଡ଼ିଲା, ଧ୍ୟାନ ଦ୍ବାରା ମସ୍ତିଷ୍କରେ ଏଭଳି ପରିବର୍ତ୍ତନ ହୁଏ ଯାହା ଏକାଗ୍ରତା ବଢ଼ାଏ। ନ୍ୟୁୟର୍କର ବିଙ୍ଗହାମ୍ଟନ ବିଶ୍ବବିଦ୍ୟାଳୟର ଗବେଷକମାନେ କହିଛନ୍ତି, ଧ୍ୟାନ ମସ୍ତିଷ୍କର ସେହି ଦୁଇ ସଂଯୋଗକୁ ଯୋଡ଼େ, ଯାହା ଏକାଗ୍ରତା ସହିତ ଚିନ୍ତା କରିବା ଓ ଧ୍ୟାନ କରିବାକୁ ପ୍ରେରିତ କରେ। ଯେତେବେଳେ ବ୍ୟକ୍ତି କୌଣସି କାର୍ଯ୍ୟ ମନ ଲଗାଇ କରେ, ସେତେବେଳେ ଦୁଇ ସଂଯୋଗ କାମ କରନ୍ତି। କମ୍ପ୍ୟୁଟର ନୀତି ବିଶେଷଜ୍ଞ ଜର୍ଜ ୱେନ୍ସଚେକ୍ ଓ ନ୍ୟୁରୋଇମେଜିଙ୍ଗ୍ ବିଶେଷଜ୍ଞଙ୍କ ମଧ୍ୟରେ ହୋଇଥିବା ଚର୍ଚ୍ଚା ଦ୍ବାରା ଅଧ୍ୟୟନର ଫଳ ବାହାର କରାଯାଇଛି। ଜର୍ଜ ୱେନ୍ସ୍ଚେକ୍ ବିଙ୍ଗହାମ୍ଟନ୍ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଭାଗରେ କାମ କରୁଛନ୍ତି। ଅଧ୍ୟୟନ ପୂର୍ବରୁ ଓ ପରେ ୧୦ ବିଦ୍ୟାର୍ଥୀଙ୍କର ସେ ଏମ୍ଆର୍ଆଇ କରିଥିଲେ। ଧ୍ୟାନ ଉପରେ ଅଧ୍ୟୟନ ପୂର୍ବରୁ ସେମାନଙ୍କ ମସ୍ତିଷ୍କ ଏକାଗ୍ର ନ ଥିଲା। ଅଧ୍ୟୟନ ପରେ ମସ୍ତିଷ୍କରେ ଏକାଗ୍ରତା ବଢ଼ିବା ଲକ୍ଷ୍ୟ କରାଯାଇଥିଲା।