ନୂଆ ସମୟ, ନୂଆ କଥା: କୃତ୍ରିମ ତ୍ୱଚାରୁ ମିଳିବ ପାୱାର୍‌ ଏବଂ ୟୁବାରି କିଂ

କନେକ୍ଟିକଟ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ କୃତ୍ରିମ ତ୍ବଚା ବା ଚର୍ମ ପାଇଁ ଏକ ସେନ୍ସର ବିକାଶ କରିଛନ୍ତି, ଯାହା କେବଳ ପୋଡ଼ିଯାଇଥିବା ବ୍ୟକ୍ତିଙ୍କ ଅଙ୍ଗରେ ସମ୍ବେଦନଶୀଳତା ଅନୁଭବ କରାଇବ। ଗରମ, ଥଣ୍ଡା, କମ୍ପନ ଆଦି ଅନୁଭବ କରିବା ଆମ ତ୍ବଚାର ଏକ ଗୁରୁତ୍ବପୂର୍ଣ୍ଣ ଦକ୍ଷତା। ପୋଡ଼ାର ଶିକାର ହୋଇଥିବା, ପ୍ରୋସ୍ଥେଟିକ୍‌ ଅଙ୍ଗ ବ୍ୟବହାର କରୁଥିବା ଏବଂ ତ୍ବଚାର ସମ୍ବେଦନଶୀଳତା ହରାଇଥିବା ବ୍ୟକ୍ତି ବାରମ୍ବାର ନିଜକୁ ଆଘାତ ଦେଇ ମଧ୍ୟ ଜାଣିପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ଗବେଷକମାନେ ଏହି ସେନ୍ସର୍‌ ତିଆରି କରିଛନ୍ତି। ସିଲିକନ୍‌ ଟ୍ୟୁବ୍‌ର ଏହି ସେନ୍ସର୍‌କୁ ତମ୍ବା ତାରରେ ଗୁଡ଼ାଯାଇଛି। ଆଇରନ୍‌ ଅକ୍ସାଇଡ୍‌ ସୂକ୍ଷ୍ମ କଣିକା ଦ୍ବାରା ପ୍ରସ୍ତୁତ ସ୍ବତନ୍ତ୍ର ତରଳ ଏଥିରେ ଭର୍ତ୍ତି କରାଯାଇଛି। ଟ୍ୟୁବ୍‌ଟି ଯେତେବେଳେ କୌଣସି ଚାପ ସଂସ୍ପର୍ଷରେ ଆସେ, ସୂକ୍ଷ୍ମ କଣିକା ଗତି କରେ ଓ ବୈଦ୍ୟୁତିକ ସଙ୍କେତ ପରିବର୍ତ୍ତନ ହୁଏ। ଏଥିସହ ବୈଦ୍ୟୁତିକ ସଙ୍କେତ ବିଭିନ୍ନ ଉପାୟରେ ପରିବର୍ତ୍ତିତ ହୁଏ।

ୟୁବାରି କିଂ
ଏହା ହେଉଛି ଏକ ଭିନ୍ନ ପ୍ରଜାତିର ତରଭୁଜ। ଏହି ତରଭୁଜଟି ଜାପାନ୍‌ ମାଟିରେ ହିଁ ଭଲ ଭାବରେ ଉତ୍ପାଦିତ ହୋଇ ପାରିଥାଏ। ତରଭୁଜକୁ ଉତ୍ପାଦନ କରିବାର ଏକ ବି‌େଶଷ ପ୍ରଣାଳୀ ମଧ୍ୟ ରହିଛି। ସାମାନ୍ୟତମ ସୂର୍ଯ୍ୟକିରଣକୁ ଏହି ତରଭୁଜର ଲଟା ସମ୍ଭାଳି ପାରେ ନାହିଁ। ଏହାକୁ ସୂର୍ଯ୍ୟକିରଣଠାରୁ ଯଥାସମ୍ଭବ ଦୂରେଇ ରଖି ଉତ୍ପାଦନ କରାଯାଇଥାଏ। ଏହାକୁ କେହି କେହି ଗ୍ରୀନ୍‌ହାଉସ୍‌ ତରଭୁଜ ବୋଲି ମଧ୍ୟ କହିଥାନ୍ତି। ଗୋଟିଏ ୟୁବାରି କିଂ ତରଭୁଜର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ।

ସମ୍ବନ୍ଧିତ ଖବର