ନାଗପୁଷ୍ପ ଏକ ବେଶ୍ ଆଶ୍ଚର୍ଯ୍ୟଜନକ ଫୁଲ। ଏହି ଫୁଲ ମୁଖ୍ୟତଃ ହିମାଳୟ ପର୍ବତର ଶିଖରରେ ଫୁଟିଥାଏ। ଏହା ଦେଖିବାକୁ ଅବିକଳ ନାଗସାପ ଭଳି। ଫୁଲଟି ସମ୍ପର୍କରେ ଖାସ୍ କଥା ହେଉଛି, ନାଗପୁଷ୍ପ ୩୬ ବର୍ଷରେ ଥରେ ଫୁଟିଥାଏ। ଏହିି ଗଛ ନେପାଳ, ଭୁଟାନ୍, ନୀଳଗିରି ପାର୍ବତ୍ୟାଞ୍ଚଳରେ ମିଳିଥାଏ। ମେ ଓ ଜୁନ୍ ମାସ ମଧ୍ୟରେ ଭୋର ୩ରୁ ୪ଟା ମଧ୍ୟରେ ଏହା ଫୁଟିଥାଏ। ପୌରାଣିକ ମାନ୍ୟତା ଅନୁସାରେ, ଅମରନାଥ ଗୁମ୍ଫାରେ ଅମର କାହାଣୀ ଶୁଣାଇବା ପୂର୍ବରୁ ଭଗବାନ ଶିବ ମାତା ପାର୍ବତୀଙ୍କୁ ଏହା ଦେଇଥିଲେ। ଏହି ଫୁଲ ବେଶ୍ ସୁଗନ୍ଧଯୁକ୍ତ ଓ ଏଥିରେ ୪୨ଟି ପାଖୁଡ଼ା ଥାଏ। ନାଗପୁଷ୍ପକୁ ଦର୍ଶନ ମାତ୍ରେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହାର ପ୍ରୟୋଗରେ ଅନେକ ଦୁଃସାଧ୍ୟ ରୋଗ ଭଲ ହୋଇଥାଏ।
ସୁପରଫାଷ୍ଟ୍ କମ୍ପ୍ୟୁଟର
ସୂଚନାନୁସାରେ ଅଷ୍ଟ୍ରେଲିଆର ବୈଜ୍ଞାନିକଙ୍କ ଏକ ଟିମ୍ କୋୱାଟମ୍ କମ୍ପ୍ୟୁଟିଙ୍ଗ୍ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ବୈଜ୍ଞାନିକମାନେ କୋୱାଟମ୍ କମ୍ପ୍ୟୁଟର୍ର ସେଣ୍ଟ୍ରାଲ୍ ବିଲ୍ଡିଙ୍ଗ୍ର ସୁପରଫାଷ୍ଟ୍ ନମୁନା ନିର୍ମାଣ କରିଛନ୍ତି। ଏହା ନିଜସ୍ବ ଶକ୍ତି ଦ୍ବାରା ବିଭିନ୍ନ ସମସ୍ୟାକୁ ପ୍ରାୟ ୨୦୦ ଗୁଣା ଅଧିକ ବେଗରେ ସମାଧାନ କରିପାରିବ। କମ୍ପ୍ୟୁଟର୍ଟି ଅନ୍ୟ କମ୍ପ୍ୟୁଟର୍ ତୁଳନାରେ ଅଧିକ କାର୍ଯ୍ୟକ୍ରମ ବୋଲି ଦାବି କରାଯାଇଛି। କାରଣ ଏହାର କାର୍ଯ୍ୟଦକ୍ଷତା ଅନ୍ୟ ତୁଳନାରେ ଅଧିକ। ଏହି କମ୍ପ୍ୟୁଟର ଅଧିକରୁ ଅଧିକ ଆଧୁନିକ। ଏହା ଦୁନିଆର ଉତ୍ପତ୍ତିରୁ ନେଇ ଅନ୍ୟ ଗ୍ରହରେ ଜୀବସତ୍ତା ହୋଇଛି କି ନାହିଁ ତାହାର ଗଣନା କିଛି ସମୟ ମଧ୍ୟରେ କହିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।