ନୂଆ ସମୟ, ନୂଆ କଥା: ସବୁଠାରୁ ଉଚ୍ଚ ଦୋଳି ଏବଂ ନିଜ ଶରୀର ସହ ଲଢ଼ିପାରେ ଏହି ଚଢ଼େଇ

ଛୋଟରୁ ବଡ଼ ସମସ୍ତଙ୍କୁ ଦୋଳି ଖେଳିବାକୁ ଭଲ ଲାଗେ। ହେଲେ ଏମିତି ଦୋଳି ଯାହାକୁ ଅଧିକାଂଶ ଖେଳି ନଥିବେ। କାରଣ ଏ ହେଉଛି ପୃଥିବୀର ସବୁଠାରୁ ଉଚ୍ଚା ଦୋଳି। ଦୋଳି ଝୁଲୁଥିବା ଅର୍ଦ୍ଧଗୋଲାକାର ଫ୍ରେମ୍‌ ପୃଥିବୀର ସବୁଠାରୁ ଉଚ୍ଚ ସ୍ବିଙ୍ଗ୍‌ ଫ୍ରେମ୍‌ଭାବେ ପରିଚିତ। ଏହା ୩୨୮ ଫୁଟ୍‌ ଉଚ୍ଚତାବିଶିଷ୍ଟ ଅଟେ। ଯାହା କି ୩୦ ମହଲା ଅଟ୍ଟାଳିକାର ଉଚ୍ଚତା ସହ ସମାନ। ଏଠାରେ ୩୫୪ ଫୁଟ୍‌ ଉଚ୍ଚତାର ଲଞ୍ଚିଂ ଟାୱାର୍‌ ବି ଅଛି। ସେଥିରେ ଲୋକଙ୍କୁ ଭୂସମାନ୍ତରାଳଭାବେ ବାନ୍ଧି ଘଣ୍ଟାକୁ ୮୦ ମାଇଲ୍‌ ବେଗରେ ଝୁଲାଯାଏ।

ନିଜ ଶରୀର ସହ ଲଢ଼ିପାରେ ଏହି ଚଢ଼େଇ
ଏମିତି ଏକ ଚଢ଼େଇ ଅଛି , ଯେ କି ନିଜ ଶରୀରରେ ଯେ କୌଣସି ରୋଗ ସହ ଲଢ଼ିବା ପାଇଁ ବିନା ଔଷଧରେ ଆପେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇପାରେ। ସେ ଯେବେ ଦେଖେ ନିଜ ପ୍ରଜାତିର ଚଢ଼େଇଙ୍କ ଭିତରେ ନୂଆ ରୋଗ ଦେଖାଦେଉଛି, ସଙ୍ଗେ ସଙ୍ଗେ ଚଢ଼େଇଟି ନିଜ ଶରୀରରେ ସେହି ରୋଗ ପାଇଁ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଚଢ଼େଇଟିର ନାମ ‘କ୍ୟାନେରିଜ୍‌’। ହଳଦିଆ ରଙ୍ଗର ଏହି କୁନି ଚ‌େଢ଼ଇଟିର ଏଭଳି ଅସମ୍ଭବ ଗୁଣ ସମ୍ପର୍କରେ ଜାଣିବା ପରେ ବୈଜ୍ଞାନିକମାନେ ତା’ ଉପରେ ଗବେଷଣା କରିବାକୁ ଲାଗିଛନ୍ତି।

ସମ୍ବନ୍ଧିତ ଖବର