ଗଳିଶୂନ୍ୟ ଗାଁ
ଏପରି କୌଣସି ଗାଁ କି ବସ୍ତି ନାହିଁ ଯେଉଁଠି ଗଳି କି ଛକ ନଥିବ। ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାର ଏକ ଗାଁ ଅଛି ଯେଉଁଠାରେ କୌଣସି ଛକ କି ଗଳି ନାହିଁ। ଗାଁରେ କେବଳ ଗୋଟାଏ ରାସ୍ତା ଦେଖିବାକୁ ମିଳେ। ମନ୍ଦିର, ବିଦ୍ୟାଳୟ ଦୋକାନଠାରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ସବୁକିଛି ଏହି ଗାଁରେ ଅଛି। କହିବାକୁ ଗଲେ ରୁପାରେଲ ଗାଁଟି ସମ୍ପୂଣ୍ଣଭାବେ ଗୋଟାଏ ରାସ୍ତାର ଉଭୟ ପାର୍ଶ୍ବରେ ଅବସ୍ଥିତ। ଏକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଦୁଇଧାଡ଼ିଆ ଗାଁର ଜନସଂଖ୍ୟା ୬୦୦ରୁ ଅଧିକ। ଗ୍ରାମବାସୀ କହିଛନ୍ତି ଯେ, ପୂର୍ବରୁ ଏହି ଗାଁ ଏହିପରି ନଥିଲା। ୧୨ ବର୍ଷ ପୂର୍ବେ ବନ୍ଧ ନିର୍ମାଣ ଯୋଗଁୁ ସମଗ୍ର ଗାଁ ଜଳମଗ୍ନ ହୋଇଗଲା। ପରେ ୨୦୧୨ ମସିହାରେ ସରକାର ଗାଁକୁ ପୃଥକ୍ ଭାବରେ ବସାଇଥିଲେ। କିନ୍ତୁ ଗାଁଟିର ନିର୍ମାଣ ଏଭଳି ଭାବରେ ହୋଇଥିଲା ଯେ ଗଳି କିମ୍ବା ଛକ ସ୍ଥାନ ନିର୍ମାଣ ହୋଇପାରିଲା ନାହିଁ। ଏହି ବିଶେଷତା ହେତୁ ବର୍ତ୍ତମାନ ଏହି ଗାଁକୁ ଏକ ଭିନ୍ନ ପରିଚୟ ମିଳିଛି।
/sambad/media/post_attachments/wp-content/uploads/2023/04/nua-samaya-2-720x430.jpg)
ଓଲଟା ଝରଣା
ଆମ ଦେଶରେ ଏଭଳି କିଛି ଜାଗା ରହିଛି ଯାହାର ସୁନ୍ଦରତା ନ ଦେଖିଲେ ବିଶ୍ବାସ ହୁଏନି। ଏପରି ଏକ ସ୍ଥାନ ହେଉଛି ମହାରାଷ୍ଟ୍ରର ‘ନାନେଘାଟ ଓଲଟା ଝରଣା’। ଜଳର ଧର୍ମ ହେଉଛି ଉଚ୍ଚରୁ ନିଚ୍ଚକୁ ଝରିବା। କିନ୍ତୁ ନାନେଘାଟର ଏହି ଝରଣାରେ ପାଣି ତଳୁ ଉପରକୁ ଉଠିଥାଏ। ମୁମ୍ବାଇରୁ ୧୨୦ କି.ମି ଓ ପୁନେରୁ ୧୫୦ କି.ମି ଦୂରରେ ଏହା ଅବସ୍ଥିତ। ବିଶେଷ କରି ବର୍ଷା ଋତୁରେ ଏହାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଇଥାଏ। ଏହା କିଭଳି ସମ୍ଭବ ହେଉଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ବି ଉଠିଥାଏ। ପାଣି ତଳେ ନ ପଡ଼ି କିପରି ଉପରକୁ ଉଠୁଛି? ବୈଜ୍ଞାନିକମାନେ କୁହନ୍ତି ପବନ ଶକ୍ତି ଯୋଗୁ ଏପରି ହେଉଛି। ଏହି ସ୍ଥାନରେ ପବନର ବେଗ ଅଧିକ ଥିବାରୁ ଝରଣାର ପାଣି ତଳକୁ ଖସିବା ମାତ୍ରେ ପବନରେ ଏହା ଉପରକୁ ଉଠିଥାଏ। ଏହା ମାଧ୍ୟାକର୍ଷଣ ନିୟମର ବିପରୀତରେ କାମ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/nua-samaya-1.jpg)