ସାଧାରଣତଃ ଫାଷ୍ଟ୍-ଫୁଡ୍ ବହୁତ ଜଲଦି ଖରାପ ହୋଇଯାଇଥାଏ। କିନ୍ତୁ ଗୋଟିଏ ଜାଗାରେ ୧୦ ବର୍ଷ ହେଲା ବର୍ଗର ଓ ଫ୍ରାଇଜ୍ ଭଳି ଖାଦ୍ୟ ସୁରକ୍ଷିତ ହୋଇ ରହିଛି। ଏହାକୁ ଦେଖିବାକୁ ଲୋକମାନଙ୍କର ଭିଡ଼ ମଧ୍ୟ ଜମୁଛି। ୧୦ ବର୍ଷ ପୂର୍ବେ ୨୦୦୯ରେ ଆଇସ୍ଲାଣ୍ଡ୍ରେ ଆର୍ଥିକସ୍ଥିତି ମାନ୍ଦା ହୋଇଯାଇଥିଲା। ଯାହାଫଳରେ ମ୍ୟାକ୍ଡୋନାଲ୍ଡ୍ ନିଜର ୩ଟି ଷ୍ଟୋର୍ ବନ୍ଦ କରିଦେଇଥିଲେ। ଜଣେ ବ୍ୟକ୍ତି ୩୧ ଅକ୍ଟୋବର, ୨୦୦୯ରେ ଏଠାରୁ ଏକ ବର୍ଗର୍ କିଣିଥିଲେ ଏବଂ ଯାହାକୁ ନିଜ ସୁବିଧା ପାଇଁ ସୁରକ୍ଷିତ ସ୍ଥାନରେ ରଖିଥିଲେ। ରିପୋର୍ଟ ଅନୁଯାୟୀ ସେ ଶୁଣିବାକୁ ପାଇଥିଲେ ଯେ ମ୍ୟାକ୍ଡୋନାଲ୍ଡ୍ର ବର୍ଗର୍ ଖରାପ ହୁଏ ନାହିଁ। ତେଣୁ ଏହାକୁ ସେ ପରୀକ୍ଷା କରିବାକୁ ଚିନ୍ତା କରିଥିଲେ। ଏହି ଖାଦ୍ୟ ପଦାର୍ଥକୁ ପ୍ଲାଷ୍ଟିକ୍ ବ୍ୟାଗ୍ରେ ପୂରାଇ ଗ୍ୟାରେଜ୍ରେ ରଖିଦେଇଥିଲେ। ସେଠାରେ ପ୍ରାୟ ୩ବର୍ଷ ପର୍ଯ୍ୟନ୍ତ ତାହା ନଷ୍ଟ ହୋଇ ନଥିଲା। ଏହାପରେ େସ ସେହି ପ୍ଲାଷ୍ଟିକ୍ ବ୍ୟାଗ୍କୁ ନ୍ୟାସ୍ନାଲ୍ ମ୍ୟୁଜିୟମ୍କୁ ଦେଇ ଦେଇଥିଲେ। ବର୍ତ୍ତମାନ ସେହି ବର୍ଗର୍ ଦକ୍ଷିଣ ଆଇସ୍ଲାଣ୍ଡ୍ରେ ସୁରକ୍ଷିତ ଅବସ୍ଥାରେ ରହିଛି। ବୈଜ୍ଞାନିକଙ୍କ ମତରେ ଖାଦ୍ୟରେ ଆର୍ଦ୍ରତା ନଥିବାରୁ ଏହା ଏତେ ଦିନ ହେବ ସୁରକ୍ଷିତ ରହିଛି।
ଖୋଲା ଝରକା : ଦୀର୍ଘଦିନ ଧରି ସତେଜ ରହିଥିବା ବର୍ଗର୍
/sambad/media/post_attachments/wp-content/uploads/2020/08/burger.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)