ଭିନ୍ନ ଭିନ୍ନ ଜାଗାର ଭିନ୍ନ ଭିନ୍ନ ପରିଚୟ ରହିଛି। ସେହିଭଳି ଏକ ସ୍ଥାନ ଚୀନ୍ର ପୂର୍ବାଞ୍ଚଳସ୍ଥିତ ଫୁଜିୟାନ୍ରେ ଅଛି। ଘଞ୍ଚ ଜଙ୍ଗଲ ଓ ପାହାଡ଼ ଭିତରେ ଲୁଚି ହୋଇ ରହିଛି ବଡ଼ ଗମ୍ବୁଜ ଆକାରର ମାଟି ଘର। ମାଟିରେ ନିର୍ମିତ ଏହି ପ୍ରାସାଦକୁ ସ୍ଥାନୀୟ ଭାଷାରେ ଟୁଲୋ କୁହାଯାଏ। ଟୁଲୋ ଅର୍ଥ ମାଟିରେ ତିଆରି ଘର। ଏହା କୌଣସି ସାଧାରଣ ଘର ନୁହଁ ବରଂ ଏ ବିଶାଳ ପ୍ରାସାଦ ଭିତରେ ଅନେକ ବସ୍ତି ରହିଛି। ପ୍ରତ୍ୟେକ ପ୍ରାସାଦ ଭିତରେ କିଛି ନା କିଛି ବସ୍ତି ଦେଖିବାକୁ ମିଳେ। ବାହାରୁ ଦେଖିଲେ ଏହି ଟୁଲୋ ସାଧାରଣ ମାଟିରେ ତିଆରି ହୋଇଛି ବୋଲି କେହି ଭାବିପାରିବେନି। କିନ୍ତୁ ଭିତରକୁ ଗଲା ପରେ ଏହା ଏକ ପ୍ରାସାଦ ଭଳି ମନେ ହେବ। ଗମ୍ବୁଜ ଭଳି ଚାରିପଟେ ଗୋଲାକାର ହୋଇଥିବା ପ୍ରାସାଦ ଭିତରେ ତିନିରୁ ଚାରି ମହଲାର ଘର ରହିଛି। ବାହାର ଦୁନିଆର କୌଣସି ଲୋକଙ୍କୁ ଏହା ଭିତରକୁ ଯିବା ମନା କରାଯାଇଛି। ଏହାର ତଳ ମହଲା ରୋଷେଇ ଘର ହୋଇଥିବାବେଳେ ପ୍ରଥମ ମହଲା ଫସଲ ଜାତୀୟ ଜିନିଷ ରଖିବା ପାଇଁ ଏବଂ ଉପର ଦୁଇ ମହଲା ଶୋଇବା ଘର ଭାବେ ବ୍ୟବହୃତ। ଶହ ଶହ ବର୍ଷ ଧରି ଏହି ଲୋକମାନେ ନିଜର କଳା ଓ ସଂସ୍କୃତିକୁ ନେଇ ବଞ୍ଚି ଆସୁଛନ୍ତି। ଶୀତଳ ଯୁଦ୍ଧ ସମୟରେ ଆମେରିକା ଏହାକୁ ମିଜାଇଲ୍ ଗୋଦାମ୍ ଭାବି ନେଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହାର ସତ୍ୟତା ସାରା ବିଶ୍ବ ଜାଣିଥିଲା। ୨୦୦୮ରେ ୟୁନିସ୍କୋ ଏହାକୁ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି।
ଖୋଲା ଝରକା : ଟୁଲୋ
/sambad/media/post_attachments/wp-content/uploads/2020/07/Fujian-Tulou.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)