ଆଜିକାଲି ୬ମାସର ଶିଶୁଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍‌ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ମୋବାଇଲ୍ କିମ୍ବା ଅନ୍ୟ କୌଣସି ଉପକରଣକୁ ଦେଖିବା ପାଇଁ ମୁଣ୍ଡ ନୁଆଁଇ ତଳକୁ ଦେଖିବାକୁ ପଡ଼ିଥାଏ। ଅଧିକାଂଶ ସମୟ ଏଭଳି କଲେ ଏହାର ପରିଣାମ ଆମ ଉଚ୍ଚତା ଉପରେ ପଡ଼ିଥାଏ। ଆଜିର ସମୟରେ ଫୋନ୍ ଏବଂ ଟାବଲେଟ୍‌ର ଗୁରୁତ୍ବ ବଢ଼ିବା ସହ ଲାପଟପ୍ ଏବଂ ଡେସ୍କ୍‌ଟପ୍ କମ୍ପ୍ୟୁଟରର ବ୍ୟବହାର ମଧ୍ୟ ଅଧିକ ବଢ଼ୁଛି। ତେବେ ଏହି ଉପକରଣକୁ ବ୍ୟବହାର କରିବାକୁ ହେଲେ ବେକକୁ ତଳକୁ କରି କାମ କରିବାକୁ ହୋଇଥାଏ। ଅକ୍ସଫୋର୍ଡ‌୍ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡ଼ିଛି ଯେ ଏହି ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରିବା ଦ୍ୱାରା ବେକ ଉପରେ ଏହାର ଚାପ ପଡ଼ୁଛି। ଯେଉଁଥିପାଇଁ ତାଙ୍କ ଉଚ୍ଚତାରେ ଏହାର ସିଧାସଳଖ ପ୍ରଭାବ ପକାଉଛି। ବେକରେ ଯନ୍ତ୍ରଣା ହେଉଛି। ଛୋଟ ବୟସରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ଯୋଗୁଁ ଆଜିକାଲି ପିଲାଙ୍କ ଉଚ୍ଚତାରେ ପାର୍ଥକ୍ୟ ଦେଖିବାକୁ ମିଳିଛି।

Advertisment

କଥା-ଫରୁଆ : ଦୂର ପାହାଡ଼ ସୁନ୍ଦର

ପାହାଡ଼ ମାତ୍ରେ ତାହା ଗଛଲତା, ଗୋଡ଼ି ପଥର, ଖାଲଖମାରେ ଭରପୂର ହୋଇଥାଏ। କେଉଁଠାରେ ଏଡ଼େ ବଡ଼ ଢିମା ପଥର ତ କେଉଁଠାରେ ଅତଳତଳ ଗାତ। ସାଇଁ ସାଇଁ ପବନ ଓ ନିର୍ଜନତା। ବିଷାକ୍ତ ସରୀସୃପ। ତେଣୁ ‌ପାଖରୁ ଦେଖିଲେ ସେ ସବୁ ହୁଏ ତ ଆଖିକୁ ରୁଚିକର ଲାଗେ ନାହିଁ। ହେଲେ ଦୂର ପାହାଡ଼? ଗଛଲତା ନ ଥିବା ଦୂର ପାହାଡ଼ ବି ନୀଳନୀଳ, କୁଞ୍ଚିକୁଞ୍ଚିକା ଦିଶେ। ପାହାଡ଼ ଉପରେ ମେଘ ବା ପାହାଡ଼ କଡ଼ରେ ସୂ‌େର୍ଯ୍ୟଦେୟ ବା ସୂର୍ଯ୍ୟାସ୍ତ ଦେଖିଲେ ତାହା ମନଛୁଆଁ ଚିତ୍ର ପ୍ରଦାନ କରେ। ସେଇଥିପାଇଁ କୁହାଯାଏ ଯେ ଯେତେ ସବୁକଥା ଦୂରରେ ଥାଏ ତାହା ଆଖିକୁ ସୁନ୍ଦର ଦିଶେ। ଏପରିକି ଯେଉଁ ବନ୍ଧୁ ଦୂରରେ ଥାଆନ୍ତି ସେମାନଙ୍କର ଆନ୍ତରିକତା ବି ବେଶ୍‌ ଅନ୍ତରଙ୍ଗ ପାଲଟିଯାଏ। ପାଖରେ ଥିଲେ ହୁଏ ତ ସେଭଳି ଅନୁଭବ ମିଳନ୍ତା ନାହିଁ। ତେଣୁ ଉପଲକ୍ଷ୍ୟ କରି କୁହାଯାଏ, ‘‘ଦୂର ପାହାଡ଼ ସୁନ୍ଦର’’।

ଶବ୍ଦତୋଡ଼ା: ବହି

publive-image

ଆଗରୁ ପିଲାମାନଙ୍କ ପଢ଼ା ବହିରେ ଏକ ଗୀତ ଥିଲା। ତା’ର ଗୋଟିଏ ପଦ ହେଲା, ‘‘ଏହି ଯେ ମୋର ବହି, ରଙ୍ଗରଙ୍ଗିଆ ତାହାର ଛବି ନିଏ ମୋ ମନ ମୋହି।’’ ହେଲେ ସବୁ ବହି କ’ଣ ରଙ୍ଗରଙ୍ଗିଆ? ଅନେକ ବହି ଅଛି ଯେଉଁଥିରେ କେବଳ ଥାଏ ଧଳା ଓ କଳା ରଙ୍ଗ। ବହିର ଆକାରପ୍ରକାର ମଧ୍ୟ ଭିନେ ଭିନେ। କେଉଁ ବହି ବଡ଼ ତ କିଏ ସାନ। କାହାର ରୂପ ଆୟତକ୍ଷେତ୍ର ପରି ତ କାହାର ଦେହ ବର୍ଗକ୍ଷେତ୍ର ପରି। କେଉଁ ବହିର କାଗଜ ମୋଟା ତ କାହାର ପତଳା। ସେମିତି କେଉଁ ବହିର ମଲାଟ ପଟାକାଗଜରେ ବନ୍ଧା ତ କାହାର ମଲାଟ ପତଳା। ଏ ସବୁ ସିନା ବହିର ବାହାର ରୂପ କଥା, ମାତ୍ର ବହି କହିଲେ ତାହା ଅନେକ ପ୍ରକାରର ବହିକୁ ବୁଝାଏ। କେଉଁଟା ଗୀତ ବହି ତ ଆଉ କେଉଁଟା ଗପ ବହି। ପୁଣି କେଉଁଟା ନାଟକ ବା ଉପନ୍ୟାସ। କୁହାଯାଏ ଯେ ଗୋଟିଏ ଉପାଦେୟ ବହିଠାରୁ ବଳି ବଡ଼ ସାଙ୍ଗ ଆଉ କେହି ନାହିଁ। ଆମେ ପଢ଼ାବହି ସହ ବାହାରର ଉପାଦେୟ ପୁୁସ୍ତକ ସବୁ ପଢ଼ିବା ଉଚିତ୍‌।