ଆକାଶରେ ମେଘ ଘୋଟି ଆସିଲେ ଛତା କଥା ଆଗ ମନେ ପଡ଼େ। ଘରେ ଘରେ ସମସ୍ତଙ୍କ ପାଖରେ ଥାଏ ବର୍ଷାରୁ ସୁରକ୍ଷା ପ୍ରଦାନ କରୁଥିବା ଏଇ ଛତା। ଏମିତି ଏକ ଛତା ଅଛି ଯାହା ବର୍ଷାରୁ ସୁରକ୍ଷା ଦେଇପାରିବନି। କାରଣ ଏହା ଏକ ଛୋଟିଆ ଛତା। କିନ୍ତୁ ଏହାର ମୂଲ୍ୟ ଶୁଣି ନିଶ୍ଚୟ ହୋସ୍‌ ଉଡ଼ିଯିବ। ସୁରାଟର ଏକ ହୀରା ବ୍ୟବସାୟୀ ଏହାକୁ ତିଆରି କରିଛନ୍ତି। ଏଥିରେ ସେ ୧୭୫ କ୍ୟାରେଟ୍‌ର ହୀରା ବ୍ୟବହାର କରିଛନ୍ତି। ପ୍ରାୟ ୪୫୦ ଗ୍ରାମ୍‌ର ସୁନାରେ ୧୨୦୦୦ରୁ ଉର୍ଦ୍ଧ ହୀରା ଖଚିତ କରାଯାଇ ଏହି ଛତାକୁ ତିଆରି କରାଯାଇଛି। ଏହାକୁ ତିଆରି କରିବା ପାଇଁ ୨୫-୩୦ କାରିଗର ୨୫ ଦିନ ପରିଶ୍ରମ କରିଥିଲେ। ଏହାର ମୁଲ୍ୟ ରହିଛି ୩୦ ଲକ୍ଷ ଟଙ୍କା। ଏହାକୁ ସୁରଟର ବ୍ୟବସାୟୀ ଜଣକ ଜେମ୍ସ୍‌ ଆଣ୍ଡ୍‌ ଜୁଏଲାରୀ ଅର୍ନ୍ତରାଷ୍ଟ୍ରୀୟ ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିଲେ।

ଝୁଲନ୍ତା ସୁଇମିଂପୁଲ୍‌

Advertisment

publive-image Dr Prem Jagyasi

ବିଶ୍ବରେ ଏମିତି ବହୁତ ଜିନିଷ ଅଛି ଯାହାକି ପର୍ଯ୍ୟଟକଙ୍କ ମନକୁ ଆକର୍ଷିତ କରିଥାଏ। ସେମିତି ଦୁବାଇର ମୁଖ୍ୟ ଆକର୍ଷଣ ହେଉଛି ଝୁଲନ୍ତା ସୁଇମିଂପୁଲ୍‌। ଏହାର ନାମ ରଖାଯାଇଛି ‘ଦି ଆରା ସ୍କାଇପୁଲ୍‌’। ଏହି ସ୍ଥାନରୁ ଦୁବାଇ ସ୍କାଇଲାଇନ୍‌ ଓ ଆରବିଆନ୍‌ ଗଲ୍‌ଫ ହୋରାଇଜନ୍‌ର ସୁନ୍ଦରତା ସ୍ପଷ୍ଟ ଦେଖାଯାଇପାରିବ। ଏହି ସୁଇମିଂପୁଲ୍‌ର ଅନୁଭବ ସେଭେନ୍‌ ଷ୍ଟାର୍‌ କିମ୍ବା ହଲିଉଡ୍‌ ଫିଲ୍ମର ସୁଟିଂ ଭଳି ଲାଗିବ। ‘ଦି ଆରା ସ୍କାଇପୁଲ୍‌’ ଦୁଇଶହ ମିଟର୍‌ ଉଚ୍ଚତାରେ ଝୁଲନ୍ତା ଅବସ୍ଥାରେ ଅଛି। ଏହି ସ୍କାଇପୁଲ୍‌ ଗୋଟିଏ ପାମ୍‌ ଟାୱାର୍‌ର ୫୦ତମ ମହଲାରେ ନିର୍ମାଣ କରାଯାଇଛି। ଏହାର ବ୍ୟବହାର ସକାଶେ ଗୋଟିଏ ଦିନ ପାଇଁ ୭ ହଜାର ୪ଶହ ଟଙ୍କା ଦେବାକୁ ପଡ଼ିଥାଏ। ଗିନିଜ୍‌ ବୁକ୍‌ରେ ମଧ୍ୟ ଦୁବାଇର ଏହି ଝୁଲନ୍ତା ସୁଇମିଂ ପୁଲ୍‌କୁ ସାମିଲ୍‌ କରାଯାଇଛି।