ଓଡ଼ିଆ ଭାଷାରେ ଏକାକ୍ଷର ଶବ୍ଦ ଅନେକ। ଆମର ଧାରଣା ଏକରୁ ଅଧିକ ଅକ୍ଷର ଏକାଠି ହେଲେ ଶବ୍ଦ ଉତ୍ପନ୍ନ ହୁଏ ମାତ୍ର ଅନେକ ଅକ୍ଷରରେ ଫଳା ବା ମାତ୍ରାଟିଏ ଲାଗିଗଲେ ତାହା ଏକାଧିକ ଅର୍ଥକୁ ବୁଝାଇଥାଏ। ଯେମିତି ଘ, ଘା, ଘି, ଘୁ , ଘୋ ଓ ଘ୍ନ ଇତ୍ୟାଦି। ଗୋଟିଏ ମାତ୍ର ଅକ୍ଷର ହେଲେ ମଧ୍ୟ ତାହା ଏକାଧିକ ଅର୍ଥକୁ ବହନ କରେ। ଆଗରୁ କବି ବା ଲେଖକମାନେ ଅଳଙ୍କାର ପ୍ରୟୋଗ କରି ସାହିତ୍ୟ ରଚନା କଲାବେଳେ ଏଭଳି ଏକାକ୍ଷର ଶବ୍ଦର ବ୍ୟବହାର କରି ସାହିତ୍ୟ ରଚନା କାର୍ଯ୍ୟ ଜାରି ରଖିଥିଲେ। ଯେମିତି କି ‘କ’। ‘କ’ ହେଉଛି ଆମ ବର୍ଣ୍ଣମାଳାରେ ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ। ଏହା ବିଶେଷ୍ୟ ପଦ ଭାବେ ବ୍ୟବହୃତ ହୋଇ କେତେକେତେ ଅର୍ଥକୁ ବୁଝାଏ। ଯଥା: ବ୍ରହ୍ମା, ବିଷ୍ଣୁ, ଶିବ, ବାୟୁ, ଯମ, ସୂର୍ଯ୍ୟ, ଆତ୍ମା, ଅଗ୍ନି, ପକ୍ଷୀ, ରୋଗ, କାଳ, କନ୍ଦର୍ପ, ଦୀପ୍ତି, କେଶ, ମୟୂର, ଶରୀର, ରାଜା, ଜଳ, ଶବ୍ଦ, ଧନ, ମସ୍ତକ, ସୁଖ ଓ ମନ ଇତ୍ୟାଦି। ଗୋଟିଏ ମାତ୍ର ଅକ୍ଷରରେ ଯେ ଏତେ ଅର୍ଥ ନିହିତ ସେ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଓ ଆମ ଓଡ଼ିଆ ଭାଷା କେତେ ସମୃଦ୍ଧ ସେ କଥା ସହଜରେ ବୁଝି ହୁଏ।
ଏକାକ୍ଷର ଶବ୍ଦ ‘କ’
/sambad/media/post_attachments/wp-content/uploads/2023/01/k-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)