ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ, ବାୟୁ ପ୍ରଦୂଷଣର ଉଚ୍ଚସ୍ତର କିଶୋରଙ୍କ ମଧ୍ୟରେ ଅପରାଧିକ ବ୍ୟବହାର ଆଶଙ୍କା ବୃଦ୍ଧି କରିପାରେ। ଗବେଷକମାନଙ୍କ କହିବାନୁସାରେ ବାୟୁ ପ୍ରଦୂଷଣ ଉଚ୍ଚତମ ସ୍ତରରେ ରହିବା ଯୋଗୁଁ ଛୋଟ ଛୋଟ ବିଷାକ୍ତ କଣିକା ବିକଶିତ ହୋଇ ମସ୍ତିଷ୍କରେ ପ୍ରବେଶ କରିଥାଏ। ଏହା ମସ୍ତିଷ୍କ ଭିତରେ କିଛି ନା କିଛି ପ୍ରଭାବ ପକାଇଥାଏ। ଭାବନା ଏବଂ ନିଷ୍ପତ୍ତି ନେବା ପାଇଁ ମସ୍ତିଷ୍କର ଯେଉଁ ଅଂଶ ଦାୟୀ ତାହା ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହି ଗବେଷଣା ହେଉଛି ସ୍ବଚ୍ଛ ପବନର ମହତ୍ବ ସମ୍ପର୍କରେ ଏକ ଚେତାବନୀ। ସହରାଞ୍ଚଳେର ବୃକ୍ଷରୋପଣର କେତେ ଆବଶ୍ୟକତା ରହିଛି ତାହା ଏହି ଗବେଷଣାରୁ ଜଣାପଡ଼ିଛି। ଗବେଷଣାର ନେତୃତ୍ବ ନେଇଥିବା ଗବେଷକ ଡାଏନା ୟୋନାନ୍ଙ୍କ କହିବାନୁସାରେ ପ୍ରଦୂଷଣ ପାଇଁ ଦାୟୀ ଛୋଟ କଣିକାକୁ ପାର୍ଟିକୁଲେଟ୍ ମ୍ୟାଟର୍ ବୋଲି କୁହାଯାଏ। ଏହି କଣିକା ଏକ କେଶମୂଳଠାରୁ ମଧ୍ୟ ୩୦ ଭାଗ ଛୋଟ ହୋଇଥିବାରୁ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ବୋଲି ଡାଏନା କହିଛନ୍ତି। ଆମେରିକାସ୍ଥିତ ୟୁନିଭର୍ସିଟି ଅଫ୍ ସର୍ଦନ କାଲିଫର୍ଣ୍ଣିଆର ରିସର୍ଚ୍ଚ ଆସୋସିଏଟ୍ ଡାଏନା କହିଛନ୍ତି, ଏହି ଛୋଟ ରାସାୟନିକ କଣିକା ମଣିଷ ଶରୀରରେ ପ୍ରବେଶ କରି ଫୁସ୍ଫୁସ୍ ଏବଂ ହୃଦୟକୁ ପ୍ରଭାବିତ କରିଥାଏ। ଯାହାଦ୍ବାରା ମସ୍ତିଷ୍କର ସରଞ୍ଚନା ଓ ସ୍ନାୟୁ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥାଏ। ଏହା କିଶୋରଙ୍କ ବ୍ୟବହାରକୁ ମଧ୍ୟ ପ୍ରଭାବିତ କରିଥାଏ ବୋଲି ଗବେଷଣାରତ ଡାଏନା କହିଛନ୍ତି।
ସ୍କାଏ ଲାଇଟ୍ : କିଶୋରଙ୍କ ପାଇଁ ବାୟୁ ପ୍ରଦୂଷଣ
/sambad/media/post_attachments/wp-content/uploads/2020/07/air-polluction.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)