ପୃଥିବୀ ପୃଷ୍ଠରେ ଅନେକ ଅଜବ ଓ ରହସ୍ୟମୟ ସ୍ଥାନ ରହିଛି। ସେଥିମଧ୍ୟରୁ ଫ୍ରାନ୍ସ୍ର ପ୍ୟାରିସ୍ରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠି ୬୦ ଲକ୍ଷ ମୃତଦେହର ହାଡ଼ ସଂରକ୍ଷିତ କରି ରଖାଯାଇଛି। ଭୂପୃଷ୍ଠରୁ ୨୦ ମିଟର ଗଭୀରତାରେ ତିଆରି ଏକ କବରସ୍ଥାନରେ ୬୦ ଲକ୍ଷ ମୃତ ବ୍ୟକ୍ତିଙ୍କ ହାଡ଼ ଓ ଖପୁରି ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ହାଡ଼ ଓ ଖପୁରିକୁ ସଜାଇ ୨-୨ କିଲୋମିଟର ଲମ୍ବର କାନ୍ଥ ତିଅାରି ହୋଇଛି। ପ୍ୟାରିସ୍ର ଏହି ଜାଗାକୁ ‘‘ଫ୍ରେଞ୍ଚ୍ କ୍ୟାଟ୍କମ୍ବସ୍’’ କୁହାଯାଉଛି। କୁହାଯାଏ ଯେ, ୧୭୮୫ରେ କବରସ୍ଥାନର ଅଭାବ ଯୋଗୁ ଅନେକଗୁଡ଼ିଏ ଶବକୁ ଏକାଠି ପୋଡ଼ି ଦିଆଯାଇଥିଲା। ଜାଗାଟି ଭୟଙ୍କର ହୋଇଥିଲେ ବି ଏହାକୁ ଦେଖିବାକୁ ଦୂର ଦୂରାନ୍ତରୁ ଲୋକମାନେ ଆସିଥାଆନ୍ତି। ପ୍ରଥମଥର ପାଇଁ ୨୦୦୮ରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଗଲା। ସେବେଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ପାଖାପାଖି ୪ କୋଟିରୁ ଅଧିକ ଲୋକ ବୁଲିବାକୁ ଆସି ସାରିଛନ୍ତି। ଏଠାରେ ପୋଡ଼ା ଯାଇଥିବା ଅର୍ଦ୍ଧଦଗ୍ଧ କଙ୍କାଳ ସବୁକୁ ଏକାଠି କରିବା ପାଇଁ ପାଖାପାଖି ୧୦ ବର୍ଷ ସମୟ ଲାଗିଥିଲା।
ସ୍କାଏ ଲାଇଟ୍ : ୬୦ ଲକ୍ଷ ମୃତଦେହର ହାଡ଼ ସଂରକ୍ଷିତ
/sambad/media/post_attachments/wp-content/uploads/2020/07/ParisCatacombs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)