ଶ୍ରବଣଶକ୍ତି ହରାଇବା ସ୍ମୃତିଶକ୍ତି ପାଇଁ ହାନିକାରକ ହୋଇପାରେ। ଏପରି କି ଶ୍ରବଣ ଶକ୍ତିଜନିତ ସମସ୍ୟା ଜଣା ପଡ଼ିବାର ଅନେକ ପୂର୍ବରୁ ସ୍ମୃତିଶକ୍ତି ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଏକ ଗବେଷଣାରୁ ଜଣାଯାଇଛି। ଗତ କିଛି ବର୍ଷ ମଧ୍ୟରେ ମିଳିଥିବା ପ୍ରମାଣରୁ ଶ୍ରବଣଶକ୍ତି ହରାଇବା ଓ ଧୀ-ସମ୍ବନ୍ଧୀୟ ପତନ ମଧ୍ୟରେ ସ୍ପଷ୍ଟ ସମ୍ପର୍କ ଥିବା ଜଣାପଡ଼ିଛି। ଏପରିକି ଶ୍ରବଣଶକ୍ତି ହ୍ରାସର ପ୍ରାଥମିକ ପର୍ଯ୍ୟାୟରେ ମଧ୍ୟ ମସ୍ତିଷ୍କର ଧୀ-ସମ୍ବନ୍ଧୀୟ କ୍ଷେତ୍ରକୁ ହାନି ପହଞ୍ଚିଥାଏ ବୋଲି ଗବେଷକମାନେ ଦର୍ଶାଇଛନ୍ତି। ଶ୍ରବଣ ସମସ୍ୟା କାରଣରୁ ମସ୍ତିଷ୍କ ଭିନ୍ନ ଢଙ୍ଗରେ କାମ କରେ। ଏହା ଫଳରେ ମସ୍ତିଷ୍କର ଅଙ୍ଗ ସଂରଚନାରେ ପରିବର୍ତ୍ତନ ଆସିଥାଏ ଓ ବୟସ ବଢ଼ିବାର ପ୍ରକ୍ରିୟା ମଧ୍ୟ ଆଗେଇ ଯାଇଥାଏ। ଶ୍ରବଣଶକ୍ତି ହରାଇଥିବା ବ୍ୟକ୍ତି ଏକୁଟିଆ ଅନୁଭବ କରନ୍ତି, ଯାହାର ପରିଣାମସ୍ୱରୂପ ମେସାନଙ୍କ ମସ୍ତିଷ୍କ କମ୍ ଉତ୍ତେଜିତ ହୁଏ। କୋଲୋମ୍ବିଆ ୟୁନିଭର୍ସିିଟିର ଗବେଷକମାନେ ହାରାହାରି ୫୯ ବର୍ଷ ବୟସର ୬,୪୫୧ ଜଣଙ୍କୁ ପରୀକ୍ଷା କରିଥିଲେ ଓ ସେମାନଙ୍କ ଶ୍ରବଣଶକ୍ତି ତଥା ଧୀଶକ୍ତି ସମ୍ବନ୍ଧୀୟ କିଛି ପରୀକ୍ଷା କରିଥିଲେ। ଶ୍ରବଣଶକ୍ତିରେ ପ୍ରତି ୧୦ ଡେସିବିଲ ହ୍ରାସ ହେବା ଫଳରେ ଧୀ-ସମ୍ବନ୍ଧୀୟ ଦକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ପତନ ଘଟିବା ସେମାନେ ଜାଣିବାକୁ ପାଇଥିଲେ।
ସ୍କାଏ ଲାଇଟ୍ : ଶ୍ରବଣ ସମସ୍ୟା ସ୍ମୃତି ଶକ୍ତି କମାଏ
/sambad/media/post_attachments/wp-content/uploads/2020/02/hearing.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)