ଆଲୋକର ବେଗ କେତେ, ନାସାର ଜଣେ ବୈଜ୍ଞାନିକ ଏକ ଆନିମେସନ୍ ସିରିଜ୍ ମାଧ୍ୟମରେ ତାହା ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ଏକ ଶୂନ୍ୟ ବଳୟ ଭିତରେ ଆଲୋକର ଏକ କଣିକା ସେକେଣ୍ତ୍ ପ୍ରତି ୧୮୬,୨୮୨ ମାଇଲ ବା ଘଣ୍ଟା ପ୍ରତି ପ୍ରାୟ ୬୭୦.୬ ନିୟୁତ ମାଇଲ ଗତି କରିପାରେ। ଏହା ଏକ ସେକେଣ୍ଡ୍କୁ ପ୍ରାୟ ୭.୫ ଥର ପୃଥିବୀକୁ ପରିକ୍ରମା କରିପାରେ। ମହାକାଶର ବିଶାଳତା ତୁଳନାରେ ପୃଥିବୀରେ ଏହା ଶୀଘ୍ର ବୋଲି ଜଣାପଡ଼ିପାରେ, କିନ୍ତୁ ଆଲୋକର ବେଗ ନିରାଶଜନକ ଭାବେ ଧୀମା। ଖାସ୍ କରି ଅନ୍ୟ ଗ୍ରହ ସହିତ ସଂଯୋଗ ସ୍ଥାପନ ପାଇଁ ବୈଜ୍ଞାନିକମାନେ ଏହା ଉପରେ ଭରସା କରୁଥିବାବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି। ନାସାର ବୈଜ୍ଞାନିକ ଜେମ୍ସ ଓ’ ଡୋନୋଗ୍ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି। ପ୍ରଥମ ଭିଡିଓରେ ପୃଥିବୀକୁ ପରିକ୍ରମା କରୁଥିବା ଆଲୋକର କିରଣର ସେ ଆନିମେସନ୍ ଦର୍ଶାଇଛନ୍ତି। ଦ୍ବିତୀୟ ଆନିମେସନ୍ରେ ପ୍ରକୃତ ସମୟରେ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଆଲୋକର େବଗ ସେ ଦର୍ଶାଇ ପାରିଛନ୍ତି। ପୃଷ୍ଠରୁ ପୃଷ୍ଠ ପଥକୁ ପୂର୍ଣ୍ଣ ପରିକ୍ରମା କରିବାକୁ ଏହା ଫୋଟନ୍ ୧.୨୫୫ ସେକେଣ୍ଡ୍ ଓ ଗୋଲ୍ ଯାତ୍ରା ପୂରଣ କରିବାରେ ୨.୫୧ ସେକେଣ୍ଡ୍ ନେଇଥାଏ। ଚନ୍ଦ୍ର ଧୀରେ ଧୀରେ ପୃଥିବୀଠାରୁ ଦୂରେଇ ଯାଉଛି ବୋଲି ନାସା କହିଛି। ବର୍ଷକୁ ଏହା ପ୍ରାୟ ୧ ଇଞ୍ଚ୍ ଲେଖାଏଁ ଦୂରକୁ ଯାଉଛି। ତେଣୁ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଆଲୋକ ବେଗର ସମୟରେ ପରିବର୍ତ୍ତନ ଜାରି ରହିବ ବୋଲି ନାସା କହିଛି। ତୃତୀୟ ଆନିମେସନ୍ ସିରିଜ୍ ଅନୁସାରେ, ପୃଥିବୀ ଓ ମଙ୍ଗଳ ମଧ୍ୟରେ ସମୁଦାୟ ଦୂରତା ପ୍ରାୟ ୧୫୮ ନିୟୁତ ମାଇଲ୍। ଏଭଳି ଗୋଲାକାର ଯାତ୍ରା ପୂରଣ କରିବା ପାଇଁ ଆଲୋକକୁ ୨୮ ମିନିଟ୍ ୧୨ ସେକେଣ୍ଡ୍ ସମୟ ଲାଗେ। ସମ୍ପ୍ରତି ଏକକ ପଥ ଯାତ୍ରାରେ ଯାତ୍ରାର ସମୟ ୩ ମିନିଟ୍ ୨ ସେକେଣ୍ଡ୍କୁ ହ୍ରାସ ପାଇଛି ଓ ଗୋଲାକାର ଯାତ୍ରା ନିମିତ୍ତ ୬ ମିନିଟ୍ ୪ସେକେଣ୍ଡ୍ ହ୍ରାସ ପାଇଥିବା ଆନିମେସନ୍ ମାଧ୍ୟମରେ ସେ ଦର୍ଶାଇଛନ୍ତି।
ସ୍କାଏ ଲାଇଟ୍ : ଆଲୋକର ବେଗ କମୁଛି
/sambad/media/post_attachments/wp-content/uploads/2020/04/sky-light.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)