ଟୋକିଓର କ୍ୟୋରିନ୍ ୟୁନିଭର୍ସିଟିର ଗବେଷକଙ୍କ ଦ୍ବାରା ହୋଇଥିବା ଏକ ସଦ୍ୟ ଅଧ୍ୟୟନ ଅନୁସାରେ, ଯେଉଁମାନେ ସକାଳ ଜଳଖିଆରେ ଆଇସ୍କ୍ରିମ୍ ଖାଆନ୍ତି, ଅନ୍ୟମାନଙ୍କ ତୁଳନାରେ ସେମାନେ ଅଧିକ ସ୍ମାର୍ଟ। ମନକୁ ଜାଗ୍ରତ କରିବାରେ ଆଇସ୍କ୍ରିମ୍ର ପ୍ରଭାବ ରହିଛି। ସକାଳେ ବିଛଣା ଛାଡ଼ିବା ସଙ୍ଗେସଙ୍ଗେ ଆଇସ୍କ୍ରିମ୍ ଖାଇବାଦ୍ବାରା ମସ୍ତିଷ୍କକୁ ଏକପ୍ରକାରର ଝଟ୍କା ଲାଗେ। ଫଳରେ ଏହା ସକ୍ରିୟ ହୋଇଯାଏ। ଏହାଦ୍ବାରା ମାନସିକ ଦକ୍ଷତା ବଢ଼ିଥାଏ। ମସ୍ତିଷ୍କକୁ ତାହା ସେହି ସ୍ତରକୁ ନେଇଯାଏ ଯାହା ଦିନସାରା ଜଣକୁ ସତର୍କ ରଖେ। ଏଭଳି ଏକ ଅସାଧାରଣ ଅଧ୍ୟୟନକୁ ପ୍ରମାଣ କରିବା ପାଇଁ ଏହି ୟୁନିଭର୍ସିଟିର ଗବେଷକମାନେ କିଛି ପରୀକ୍ଷା କରିଥିଲେ। କେତେକ ପ୍ରତିଯୋଗୀଙ୍କୁ ଦୁଇଟି ଦଳରେ ବିଭକ୍ତ କରିଥିଲେ। ଗୋଟିଏ ଦଳକୁ ସକାଳେ ଉଠିବା ମାତ୍ରେ ଆଇସ୍କ୍ରିମ୍ ଖାଇବାକୁ ଦିଆଗଲା। ଅଧ୍ୟୟନ ଅନୁସାରେ, ସକାଳେ ଆଇସ୍କ୍ରିମ୍ ଖାଇଥିବା ବ୍ୟକ୍ତି ଦିନସାରା ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ଅନ୍ୟ ଦଳଠାରେ ସେଭଳି କିଛି କାର୍ଯ୍ୟକଳାପ ପରିଲକ୍ଷିତ ହେଲାନାହିଁ। ମସ୍ତିଷ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଥିବାରୁ ଥଣ୍ଡା ଆଶଙ୍କା ଦେଖାଦେଇପାରେ ବୋଲି କିଛି ଗବେଷକ ଏହି ଅଧ୍ୟୟନକୁ ଚ୍ୟାଲେଞ୍ଜ୍ କରିଛନ୍ତି। ଏହାଛଡ଼ା ମାତ୍ରାଧିକ ସର୍କରା ଶରୀର ପାଇଁ ହାନିକାରକ ବୋଲି କେତେକ ମତ ଦେଇଛନ୍ତି।
ସ୍କାଏ ଲାଇଟ୍ : ସକାଳେ ଆଇସ୍କ୍ରିମ୍ ଖାଉଥିବା ବ୍ୟକ୍ତି ଅଧିକ ସ୍ମାର୍ଟ
/sambad/media/post_attachments/wp-content/uploads/2020/05/ice-cream.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)