ଡାକ୍ତରଖାନାରେ ରକ୍ତ ଭଣ୍ଡାର ଥିବା କଥା ଆମେମାନେ ଜାଣିଛେ। ହେଲେ ପଶୁମାନଙ୍କର ରକ୍ତଭଣ୍ଡାର ଟିକେ ଅଜବ। ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠି ରହିଛି ପଶୁଙ୍କର ରକ୍ତଭଣ୍ଡାର। ଏଥିରେ ପଶୁ ଯଥା କୁକୁର, ବିଲେଇଙ୍କ ପାଇଁ ରକ୍ତ ମିଳିଥାଏ। କାରଣ ଏମାନଙ୍କୁ ଲୋକେ ବେଶି ପାଳିବାକୁ ପସନ୍ଦ କରିଥାନ୍ତି। ଯେତେବେଳେ ବି କୌଣସି ବିଲେଇ, କୁକୁର ଗୁରୁତର ଅସୁସ୍ଥ ହୁଅନ୍ତି କିମ୍ବା କୌଣସି କାରଣରୁ ତାଙ୍କର ରକ୍ତ ଦରକାର ହୋଇଥାଏ, ତେବେ ଏହି ସ୍ଥାନରୁ ତାହା ମିଳିପାରିବ। ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି କୁକୁର ଓ ବିଲେଇଙ୍କର ବ୍ଲଡ୍ ଗ୍ରୁପ୍ ମଧ୍ୟ ଥାଏ। ଏମାନଙ୍କର ମଣିଷଙ୍କ ଭଳି ବିଭିନ୍ନ ବ୍ଲଡ୍ ଗ୍ରୁପ୍ ଥାଏ।
ସାଧାରଣତଃ କୁକୁରଙ୍କର ୧୨ ପ୍ରକାରର ବ୍ଲଡ୍ ଗ୍ରୁପ୍ ଥିବାବେଳେ ବିଲେଇଙ୍କର ତିନି ପ୍ରକାର ରହିଥାଏ। ଉତ୍ତର ଆମେରିକାସ୍ଥିତ ‘ପଶୁ ଚିକିତ୍ସା ବ୍ଲଡ୍ ବ୍ୟାଙ୍କ୍’ ଡାକ୍ତର କେସି ମିଲ୍ସ୍ଙ୍କ ସୂଚନା ଅନୁଯାୟୀ ଅନେକ ଦେଶରେ ପଶୁଙ୍କର ବ୍ଲଡ୍ ବ୍ୟାଙ୍କ୍ ରହିଛି। ତାଙ୍କ ମତରେ କାଲିଫର୍ନିଆର ଡିକ୍ସନ୍ ଗାର୍ଡନ, ମିଶିଗନ୍ର ଷ୍ଟାକ୍ବ୍ରିଜ୍, ଭର୍ଜିନିଆ, ବ୍ରିଷ୍ଟୋ ,ମେରିଲାଣ୍ଡ୍ ଓ ଉତ୍ତର ଆମେରିକାର ଅନେକ ସହରରେ ଏହି ବ୍ଲଡ୍ ବ୍ୟାଙ୍କ୍ ବା ରକ୍ତ ଭଣ୍ଡାର ରହିଛି। ଏଠାରେ ଯେ ଖାଲି ରକ୍ତ ମିଳେ ତାହା ନୁହେଁ ରକ୍ତ ଦାନ ମଧ୍ୟ କରାଯାଏ। ଏଥିରେ ଖାସ୍ କଥା ହେଲା ଯେ ବ୍ଲଡ୍ ଦେଣନେଣ ବେଳେ ପଶୁମାନଙ୍କୁ ଆନାସ୍ଥେସିଆ ଦିଆଯାଇନଥାଏ।