ଦଉଡ଼ିବା, ଡିଆଁକୁଦା କରିବା ଓ ଘିରି ଘିରି ହୋଇ ଘୂରିବାକୁ ଏବେ କୁହାଯାଉଛି କାଡିଓ-ବାୟାମ। ଓଡ଼ିଆରେ କହିଲେ ତା’ର ଅର୍ଥ ହେବ ହୃତ୍ପିଣ୍ଡ ପାଇଁ କସରତ। ଏ ସବୁ କରିବା ଦ୍ବାରା ହୃତ୍ପିଣ୍ଡ ଅଧିକ ଶକ୍ତିଶାଳୀ ହୁଏ ଓ ରୋଗମୁକ୍ତ ରହେ। ଜାଣିବା କଥା ହେଲା ଯେ ଆମ ଦେହରେ ହୃତ୍ପିଣ୍ଡର ସାମର୍ଥ୍ୟ ବଢ଼ିବା ଯୋଗୁଁ ସହଜରେ ଏଣ୍ଡୋରଫିନ୍ ନିର୍ଗତ ହୋଇଥାଏ। ଏହି ଏଣ୍ଡୋରଫିନ୍ ଶରୀର ଭିତରେ ଉପୁଜୁଥିବା ସମସ୍ତ ପ୍ରକାରର ଚାପ ସହ ଲଢ଼ିବାରେ ସାହଯ୍ୟ କରେ। ଫଳରେ ଶାରୀରିକ ଶକ୍ତି ବୃଦ୍ଧି ପାଏ। ଏ ପ୍ରକାର ଶକ୍ତି ହିଁ ଶରୀରକୁ ମାନସିକ ଶାନ୍ତି ମାଧ୍ୟମରେ ଯଥେଷ୍ଟ ଆରାମ ପ୍ରଦାନ କରେ। ତେଣୁ ହୃତ୍ପିଣ୍ଡ ପାଇଁ ଆମେ କସରତ ଜାରି ରଖିବା ଆବଶ୍ୟକ।
ସ୍କାଏ ଲାଇଟ୍ : ହୃତ୍ପିଣ୍ଡ ପାଇଁ କସରତ
/sambad/media/post_attachments/wp-content/uploads/2020/06/exercise.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)