ଉତ୍ସବରେ ଭୋଜିଭାତ ହେଉ କିମ୍ବା ହୋଟେଲ୍ମାନଙ୍କରେ ଖାଦ୍ୟ ଖାଇସାରିଲା ପରେ ମିଠା ନିଶ୍ଚିତ ଖିଆ ଯାଇଥାଏ। ଏହାର କାରଣ ବହୁତ ଲୋକ କମ୍ ଜାଣିଥାନ୍ତି। ବୈଜ୍ଞାନିକ କାରଣ ଅନୁଯାୟୀ, ଖାଦ୍ୟରେ ଥିବା ତେଲ, ମସଲା ଓ ଲୁଣ ପେଟକୁ ଯାଇ ପାଚନ ପ୍ରକ୍ରିୟାର ସଞ୍ଚାଳନ କାର୍ଯ୍ୟକୁ ଧୀର କରି ଦେଇଥାଏ। ଫଳରେ ଗ୍ୟାସ୍ ଓ ବଦହଜମିର ସମସ୍ୟା ଦେଖାଯାଏ। ମିଠା ଖାଇଲେ ଶରୀରରେ ହେଉଥିବା ଅମ୍ଲର ଗତି ଧୀର ହୋଇଯାଏ। ଫଳରେ ଏସିଡିଟି ବା ଜଳାପୋଡ଼ା ହୋଇ ନଥାଏ। ଖାଦ୍ୟ ଶୀଘ୍ର ହଜମ ହେବାକୁ ଲାଗେ। ସେହିପରି ଭୋଜିଭାତ ଅଧିକ ଖାଇଦେଲେ ବହୁତ ଶୋଷ ଲାଗିଥାଏ। ପାଣି ପିଇଲେ ପେଟ ପୂରିଯାଏ କିନ୍ତୁ ଶୋଷ ମେଣ୍ଟି ନଥାଏ। କାରଣ ଭୋଜନ ପରେ ଖାଦ୍ୟ ନଳୀ ଶୁଷ୍କ ହୋଇଯାଏ। ଫଳରେ ପ୍ରବଳ ଶୋଷ ଲାଗେ। ଏପରି ସ୍ଥଳେ ମିଠା ଖାଇଲେ ଶୋଷ ନ ଲାଗିବା ସହିତ ଖାଦ୍ୟ ସହଜରେ ହଜମ ହୋଇଯାଏ। ଏଣୁ ଖାଇବା ପରେ ମିଠା ଖାଇବା ଆବଶ୍ୟକ ପଡ଼ିଥାଏ।
ସ୍କାଏ ଲାଇଟ୍ : ଖାଦ୍ୟ ଖାଇସାରିଲା ପରେ ମିଠା ଖାଇବାର ଉପକାରିତା
/sambad/media/post_attachments/wp-content/uploads/2020/02/ladoo.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)