ପୃଥିବୀର ଅତି ନିକଟ ଦେଇ ଗତି କରୁଥିବା ଧୂମକେତୁମାନଙ୍କରୁ ଅଲଗା ହୋଇ ପୃଥିବୀରେ ଖସି ପଡ଼ୁଥିବା ଉଲ୍କା ପିଣ୍ଡ ସମ୍ପର୍କରେ ଏକ ନୂଆ ତଥ୍ୟ ମିଳିଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଦାବି କରିଛି ଯେ ସେମାନେ ଏଭଳି ତିନୋଟି ଉଲ୍କା ପିଣ୍ଡରେ ଶର୍କରା ଥିବାର ଜାଣି ପାରିଛନ୍ତି। ସେଗୁଡ଼ିକରେ ଜାଇଲୋଜ୍, ଆରବିନୋଜ୍ ଏବଂ ରାଇବୋଜ୍ ପରି ଶର୍କରାଜାତୀୟ ପଦାର୍ଥ ଥିବାର ଜଣା ପଡ଼ିଛି। ଜୀବମାନଙ୍କ ଦେହରେ ଥିବା ଆରଏନ୍ଏ ମଲିକ୍ୟୁଲରେ ରାଇବୋଜ୍ ମିଳିଥାଏ। ଉଲ୍କା ପିଣ୍ଡରୁ ଏହା ମିଳିଥିବାରୁ ଏଥିରୁ ଧୂମକେତୁମାନଙ୍କରେ ବି ଜୀବସତ୍ତା ଥିବାର ଅନୁମାନ କରାଯାଇଛି। ସେହିପରି ଡିଏନ୍ଏ ପୂର୍ବରୁ ଆରଏନ୍ଏର ସୃଷ୍ଟି ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।
ସ୍କାଏ ଲାଇଟ୍ : ଉଲ୍କା ପିଣ୍ଡରେ ଶର୍କରାର ସନ୍ଧାନ
/sambad/media/post_attachments/wp-content/uploads/2020/01/sky-light.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)