ଖରାଦିନ ଦ୍ବିପହର ହୋଇଥାଏ। ଚାରିଆଡ଼େ ଶୂନ୍ଶାନ୍ ଆଉ ଗରମ ପବନ। ଗୋଟିଏ ଚଢ଼େଇ ଡାଳରେ ବସିଥାଏ। ତଳେ ଝରଣାରେ କୁଳୁକୁଳୁ ହୋଇ ପାଣି ବୋହିଯାଉଥାଏ। ଗରମ ହେବା କାରଣରୁ ସେ ସେହି ଝରଣାକୁ ପାଣି ପିଇବାକୁ ଯାଇଥିଲା।
ଚଢ଼େଇଟି ଦେଖିଲା ଗୋଟିଏ ପିମ୍ପୁଡ଼ି ପାଣିରେ ଭାସି ଯାଉଛି। ତା’ର ଚିତ୍କାର ଶୁଣି ଚଢ଼େଇଟି କିଛି ବୁଝିପାରିଲାନି। ହଠାତ୍ ବସିଥିବା ଗଛରୁ ଥଣ୍ଟରେ ପତ୍ର୍ରଟିଏ ଛିଣ୍ଡାଇ ନେଇ ପାଣିରେ ପକେଇ ଦେଲା। ପିମ୍ପୁଡ଼ିଟି ଖୁସିରେ ପତ୍ର ଉପରକୁ ଉଠିଗଲା। ପତ୍ରଟି ଭାସି ଭାସି ଯାଇ ଝରଣା କୂଳରେ ଲାଗିଲା। ସେ ଭୂଇଁ ଉପରକୁ ଚାଲିଗଲା।
ଆଉ ଦିନକର କଥା। ବାଣୁଆଟିଏ କେଉଁଠୁ ଆସି ସେଠାରେ ପହଞ୍ଚିଲା। ସେ ଚଢ଼େଇଟିକୁ ମାରିବା ପାଇଁ ଧନୁଶର ଖଞ୍ଚିଲା। ଏତିକିବେଳେ ପିମ୍ପୁଡ଼ିଟି ଦେଖିପାରିଲା। ସେ ଚଢ଼େଇର ସାହାଯ୍ୟ ମନେ ରଖିଥିଲା। େସଥିପାଇଁ ତାକୁ ବଞ୍ଚେିଇବାକୁ ଗୋଟିଏ ଉପାୟ ପାଞ୍ଚିଲା। ପିମ୍ପୁଡ଼ିଟି ବାଣୁଆର ଗୋଡ଼କୁ ଯାଇ ଚୁଟ୍ କରି କାମୁଡ଼ି ଦେଲା। ହଠାତ୍ ବାଣୁଆ ହାତରୁ ଶରଟି ଖସି ପଡ଼ିଲା। ଶବ୍ଦ ଶୁଣି ଚଢ଼େଇଟି ଉଡ଼ିଗଲା।
ପିମ୍ପୁଡ଼ି ଯୋଗୁ ସେ ବଞ୍ଚିଗଲା। ଉପକାର ଶୁଝିଗଲା।
କୁମ୍ଭାରପଡ଼ା, ପୁରୀ