ଥରେ ବିଲୁଆ ନନା ଜଂଗଲରେ ବୁଲୁବୁଲୁ ତାକୁ ଭାରି ଶୋଷ ହେଲା। ଗୋଟିଏ ଜଳାଶୟକୁ ଯାଇ ଯେମିତି ପାଣି ଭିତରେ ପଶି ପାଣି ପିଇବାକୁ ଆରମ୍ଭ କରିଛି,ଘଡ଼ିଆଳ କୁମ୍ଭୀର ଚଟ୍ କିନା ତା’ର ଗୋଡ଼କୁ କାମୁଡ଼ି ଧରି ପକାଇଲା।
ଚତୁର ବିଲୁଆ ଉପାୟ ପାଞ୍ଚି କହିିଲା ମାମୁଁ ,ମୋ ଗୋଡ଼ ନ ଧରି ଶୁଖିଲା ବାଡ଼ି ଟେ ଧରିଛ ଯେ। ଏଇ ନିଅ ମୋ ଗୋଡ଼ କହି ଶୁଖିଲା ବାଡ଼ି ଟେ ପାଣି ଭିତରକୁ ବଢ଼ାଇ ଦେଲା।
ମୂର୍ଖ କୁମ୍ଭୀର ଗୋଡ଼ କୁ ଛାଡି ଦେଇ ଯେମିତି ବାଡ଼ି କୁ କାମୁଡିଛି, ବିଲୁଆ ନନା ଏକା ଡ଼ିଆଁରେ କୂଳରେ ହାଜର।
ଚତୁର ବିଲୁଆ ନନା ସେଇ ଦିନଠୁ ଅମୃତଭଣ୍ଡା ଗଛର ପତ୍ରନଳୀରେ ଦୂରରୁ ପାଣି ପିଏ। ଜଙ୍ଗଲର ସବୁ ପଶୁପକ୍ଷୀ ଙ୍କୁ ବି ତାହା ଶିଖାଇ ଦେଇଥାଏ। କୁମ୍ଭୀର ମଉକା ଖୋଜି ଦିନେ ବିଲୁଆ ନନା ର ଯିବା ଆସିବା ରାସ୍ତାରେ କାଠ ଗଡ଼ ପରି ପଡ଼ିରହିଥିଲା। ବିଲୁଆ ତା’କୁ ବାଟରେ ଦେଖି କହିଲା କୁମ୍ଭୀର ହେଲେ ତ ଚୁପଚାପ ପଡ଼ି ରହିବା କଥା,କିନ୍ତୁ କାଠଗଡ଼ ହୋଇଥିଲେ ତ ହଲିବା କଥା। ଏହାଶୁଣି ଛଟା ଗାଳି ପଡ଼ିଥିବା କୁମ୍ଭୀର ଆସ୍ତେ ଆସ୍ତେ ହଲିବାକୁ ଲାଗିଲା। ଏହାଦେଖି ବିଲୁଆ ନନା ଜୋରରେ ହସିଲା ଆଉ କହିଲା ମୂର୍ଖ କୁମ୍ଭୀର, କାଠ ଗଡ଼ କି କେବେ ଦୋହଲେ?
ଲାଜରେ କୁମ୍ଭୀର ଜଳାଶୟ ଛାଡ଼ି କୁଆଡ଼େ ପଳାଇଲା ।
ପଞ୍ଚମ ଶ୍ରେଣୀ
ବିମଳା କନଭେଣ୍ଟ,ଭବାନୀପାଟଣା