କୁକୁର ଓ ବିଲେଇ

ତୁମ କାହାଣୀ - ଚକ୍ରଧର ସାଥୁଆ

ଗୋଟିଏ ଜଙ୍ଗଲ‌ରେ କୁକୁର ଆଉ ବିଲେଇଟିଏ ରହୁଥିଲେ। ସେଠାରେ ଗୋଟିଏ ଗାଁ ଥିଲା। ମଧୁବାବୁ ବୋଲି ଜଣେ ଗୋପାଳକ ୧୦ଟି ଗାଈ ରଖିଥିଲେ। ସେଥିପାଇଁ କ୍ଷୀରର ଅଭାବ ନଥିଲା। ଏହାର ସୁରାକ୍ ପାଇ ବିଲେଇ ଦିନେ କୁକୁରକୁ କହିଲା ଚାଲେ ଭାଇ ସେ ମଧୁବାବୁଙ୍କ ଘରେ ପଶି କ୍ଷୀର ପିଇବା। ସେଥିପାଇଁ ପରସ୍ପର ମଧ୍ୟରେ ବୁଝାମଣା ହେଲା।

ସେପଟ ଗାଁକୁ ଯିବା ପାଇଁ ଗୋଟିଏ ନଦୀ ପାର କରି ଯିବାକୁ ପଡ଼ିବ। ସେଥିପାଇଁ ନଦୀ ପାଖରେ ଆସି ଦୁହେଁ ପହଞ୍ଚିଲେ। କେମିତି ଯିବେ ବୋଲି ଚିନ୍ତା କଲେ। ବିଲେଇ କହିଲା କୁକୁର ଭାଇ ମତେ ତୁମ ପିଠିରେ ବସାଇ ଦିଅ, ମଁୁ ଆରାମ‌ରେ ନଦୀ ପାର କରାଇଦେବି।

କୁକୁର ଆଉ କ’ଣ କରିବ ବିଲେଇକୁ ପିଠି ଉପରେ ବସାଇ ମଧୁବାବୁଙ୍କ ଘରେ ଯାଇ ପହଞ୍ଚିଲା। ସେଠାରେ ଶିକାରେ, ଡେକେଚିରେ କ୍ଷୀର, ଛେନା କେତେ କ’ଣ ରଖାଯାଇଥିଲା। ଦୁହେଁ ମନ ଭରି ଖାଇଲେ। କିଛି ସମୟ ପରେ ବିଲେଇ ଖାଇସାରି ଭୁଆଁ ରଡ଼ି ଚାଡ଼ିଲା। ଏହା ଦେଖି କୁକୁର କହିଲା ଏମିତି ଶବ୍ଦ କରେନି କିଏ ଶୁଣିଲେ କ’ଣ ହେବ ଜାଣିପାରୁଛୁ। କିନ୍ତୁ ବିଲେଇ କିଛି ଶୁଣିଲାନି। କହିଲା ମଁୁ ଖାଇ ସାରି ଏମିତି ରଡ଼ି ଛାଡ଼େ। କୁକୁର ଯେତେ ମନା କଲା ତଥାପି ବିଲେଇ ଶୁଣିବାକୁ ନାରାଜ। ଥରକୁ ଥର ବିଲେଇଟି ତା’ର ସ୍ବର ବଢ଼ାଇବାକୁ ଲାଗିଲା। ଏମିତି ଶୁଣି ମଧୁବାବୁ ଆସି ଦେଖିଲେ ତ ଦୁହେଁ ପଶି ଖ‌ାଉଛନ୍ତି। ଏତିକିବେଳେ ବିଲେଇଟି ଝରକା ପଟେ ଲୁଚି ପଳାଇଲା। ଶେଷରେ କୁକୁରଟି ଧରା ପଡ଼ି ବହେ ମାଡ଼ ଖାଇଲା।

ତା’ପରେ ଉଭୟ ଜଙ୍ଗଲକୁ ଫେରିବାକୁ ବାହାରିଲେ। ଏବେ ‌େଯତେବେଳେ କୁକୁର ଆଉ ବିଲେଇ ଫେରିବାକୁ ବାହାରିଲେ ପୁଣି ଥରେ କୁକୁରକୁ ବିଲେଇଟିକୁ ପିଠିରେ ନେବାକୁ ପଡ଼ିବ। ଭାବିଲା ଏଇଟା ହିଁ ଠିକ୍‌ ସମୟ। ସେ ବିଲେଇକୁ ପାନେ ଦେବ ଆଉ ତା’ର ପ୍ରତିଶୋଧ ନେବ।

ନଦୀର ମଝିରେ ଆସି ପହଞ୍ଚିଲେ। କୁକୁର କହିଲା ମୋତେ ଭାରି ନିଦ ମାଡ଼ିଲାଣି। ର୍ମୁ ଖାଇସାରି ଟିକେ ଶୁଏ। ପାଣିରେ ଥଣ୍ଡା ବି ଲାଗୁଛି ଯାଉଛି ଟିକେ ବୁଡ଼ିକି ଗାଧୋଇ ସାରି ଶୋଇପଡ଼ିବି। ବିଲେଇ କହିଲା ତୁମେ ଏମିତି କଲେ ମଁୁ ବୁଡ଼ିଯିବି। କିଛି ସମୟ ରହିଯାଅ। ମତେ ଛାଡ଼ି ତୁମେ ଗାଧୋଇବ। ଏଥର ଏହି ମଉକା କୁକୁର ଛାଡ଼େ କୁଆଡ଼େ, ଦେଲା ବୁଡ଼ ମାରି। ବିଲେଇଟି ବୁଡ଼ି ଶେଷରେ ମରିଗଲା।

ମୁଣ୍ଡମୁହାଁଣ, କଟକ

ସମ୍ବନ୍ଧିତ ଖବର