ସେଦିନର ଗୁରୁଶିଷ୍ୟ

ତୁମ କାହାଣୀ - ତ୍ରିନାଥ ନନ୍ଦୀ

ସେଦି‌ନେ ପିଲାମାନଙ୍କ ପାଇଁ ଆଜି ଭଳି ସ୍କୁଲ କଲେଜ ନଥିଲା। ପିଲାମାନେ ଗୁରୁଙ୍କର ଶିକ୍ଷାଳୟ ଚାଟଶାଳୀ ଓ ଆଶ୍ରମ ରେ ରହି ଶିକ୍ଷା ଗ୍ରହଣ କରୁଥିଲେ। ପିଲାମାନେ ପୁରାଣ ମହାଭାରତ ଶିକ୍ଷା କରୁଥିଲେ। କେବଳ ଏତିକି ନୁହେଁ ଏହା ସହିତ ସେମାନେ ଆଶ୍ରମ ର ଦାୟିତ୍ୱ ସହିତ ଗୋପାଳନ ଚାଷ କାର୍ଯ୍ୟ ମଧ୍ୟ କରୁଥିଲେ। ଗୁରୁ ସେମାନଙ୍କ ପାଇଁ ଥିଲେ ଚଳନ୍ତି ପ୍ରତିମା। ଶିକ୍ଷା ପାଇଁ ପିଲାମାନେ ବର୍ଷ ବର୍ଷ ଧରି ପରିବାର ଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରୁଥିଲେ। ସତେ ଯେପରି ଶିକ୍ଷା ଥିଲା ତାଙ୍କ ବାଲ୍ୟ ଜୀବନର ସିଦ୍ଧି ଓ ଆଶ୍ରମ ଥିଲା ସିଦ୍ଧସ୍ଥଳ। ଆଜି ସେଇ ଗୁରୁକୁଳ ଚାଟଶାଳୀ , ସ୍କୁଲ କଲେଜ ରେ ପରିଣତ ହୋଇଯାଇଛି। ଆଜି ପିଲାମାନେ ସ୍କୁଲ ରେ କେବଳ ଶିକ୍ଷା ଗ୍ରହଣ କରୁଛନ୍ତି। ସେଦିନ ଆଶ୍ରମର ଦାୟିତ୍ୱ ପିଲାମାନେ ନେଉଥିଲେ କିନ୍ତୁ,ଆଜି ସ୍କୁଲର ଦାୟିତ୍ୱ ପିଲାମାନେ ନେଉନାହାନ୍ତି, କି ସେ ସମୟ ର ଗୋପାଳନ ଚାଷ କାର୍ଯ୍ୟ ମଧ୍ୟ ପିଲାମାନେ କରୁ ନାହାନ୍ତି।

ମନେ ପଡ଼େ ସେଦିନର ଗୋଟିଏ କଥା। ଥରେ ଗୁରୁଙ୍କର ଏକ ଯଜ୍ଞରେ ଯୋଗଦାନ କରିବାର ଥାଏ। ତେଣୁ ସେ ଶିଷ୍ୟମାନଙ୍କୁ ନେଇ ଆଗେଇ ଚାଲିଥାନ୍ତି। ସେତେବେଳେ ଥାଏ ବଳଦର ଶଗଡ଼। ଯିବା ସମୟରେ ଏକ ଛୋଟ ନଦୀ ପଡ଼ିଲା। ତା’କୁ ପାର କରିବା ପାଇଁ କୂଳରେ ଡଙ୍ଗା ନ ଥାଏ। ସମୟର ଅପବ୍ୟବହାର ନ କରି ଶିଷ୍ୟ ମାନେ ଶଗଡ଼ ଛାଡି ନିଜ କାନ୍ଧରେ ବସାଇ ଗୁରୁଙ୍କୁ ନଦୀ ପାର କରାଇଲେ। ସେ କଥା ଆଜି ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି।

ନବମ ଶ୍ରେଣୀ,
ଜଳେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ, ଜଳେଶ୍ବର, ବାଲେଶ୍ବର

ସମ୍ବନ୍ଧିତ ଖବର