ଆରାଧ୍ୟାର ଜିଦି ହଟିଲା

ତୁମ କାହାଣୀ - ତୁଷାର ରଞ୍ଜନ ନାଥ

ବାପା ମା’ଙ୍କର ଏକମାତ୍ର ଝିଅ ଆରାଧ୍ୟା। ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଛି କିନ୍ତୁ ମହାମାରୀ ଆସିବାରୁ ସରକାର କିଛି ଦିନ ହେବ ଦେଶକୁ ଲକଡାଉନ୍‌ ଘୋଷଣା କରିଛନ୍ତି। ତେଣୁ ଆରାଧ୍ୟା ଆଉ ସ୍କୁଲ ଯାଇପାରୁନାହିଁ। ସବୁବେଳେ ଘରେ ରହୁଛି। ଗୋଟିଏ ବୋଲି ଝିଅ ହୋଇଥିବାରୁ ବହୁତ ସ୍ନେହ ଶ୍ରଦ୍ଧାରେ ବାପା, ମା’ଙ୍କ ସହିତ ଘରେ ରହିଥାଏ। ତା’ର ପ୍ରତ୍ୟେକଟି ଅଳିକୁ ବାପା ମା’ ପୂରଣ କରିଥାଆନ୍ତି। ଧୀରେ ଧୀରେ ଝିଅର ଜିଦି ବିଷୟରେ ବାପା, ମା’ କଥାବାର୍ତ୍ତା ହୁଅନ୍ତି ଓ ସେହି କାରଣ ପାଇଁ ପହୁତ ଚିନ୍ତା କରିବା ସହିତ ମନ ଦୁଃଖ ମଧ୍ୟ କରନ୍ତି। କିପରି ଭାବରେ ଝିଅକୁ ବୁଝାଇବେ ସେ ଚିନ୍ତାରେ ଥାଆନ୍ତି। ଝିଅକୁ ବୁଝାଇବାକୁ ଚେଷ୍ଟା କରନ୍ତି ଓ ଝିଅକୁ ଡରାଇ ଧମକାଇ ତାଗିଦ ମଧ୍ୟ କରନ୍ତି କିନ୍ତୁ ଝିଅ ବାପା ମା’ଙ୍କର ପ୍ରତ୍ୟେକ କଥାକୁ ଶୁଣେ ଓ ବଡ଼ ଜୋରରେ ହଁ ଭରିଦିଏ କିନ୍ତୁ କିଛି ସମୟ ପରେ ସେହି ସମାନ କଥା।

ଆରାଧ୍ୟାର ଖେଳନା କାର ଗାଡ଼ି ବହୁତ ପସନ୍ଦ। ତେଣୁ ସେ ତା’ ବାପାଙ୍କୁ ଗୋଟିଏ ନୂଆ ଲାଲ ରଙ୍ଗର ଖେଳନା କାର ଆଣିବାକୁ ବାଧ୍ୟ କରେ। ଝିଅର ଜିଦି ଦେଖି ଏକ ଗାଡ଼ି ଝିଅ ପାଇଁ କିଣିଦେଲେ। ଗାଡ଼ିଟି ଝିଅର ବହୁତ ପସନ୍ଦ ହୋଇଥିବାରୁ ସବୁବେଳେ ତା’ ପାଖରେ ଗାଡ଼ିକୁ ରଖିଥାଏ। ଏପରିକି ଶୋଇଲା ସମୟରେ ବି ତା’ ପାଖରେ ଧରି ଶୁଏ। ଏମିତି ଦିନେ ବାପା ମାର୍କେଟ ଯିବା ପାଇଁ ବାହାରିଲେ। ସେହି ସମୟରେ ଝିଅ ଜିଦି କ‌ଲା ତା’ଙ୍କ ସହ ଯିବାପାଇଁ। ବାପା ମନା କରିବା ସତ୍ତ୍ବେ ସେ ସାଥିରେ ତା’ର ଖେଳନା କାରଟିକୁ ଧରି ଯାଏ। କିଛି ବାଟ ଯିବାପରେ ଆରାଧ୍ୟାର ହାତରୁ କାରଟି ପଡ଼ିଗଲା। ପଛରୁ ଆସୁଥିବା ଏକ ବଡ଼ ଗାଡ଼ି ତା’ ଉପରେ ଚଢ଼ିଗଲା ଓ ଖେଳନାଟି ଭାଙ୍ଗିଗଲା। ଶେଷରେ ଝିଅ କାନ୍ଦିଲା ଓ ନିଜର ଭୁଲ ବୁଝି ପାରି ବାପାଙ୍କୁ କହିଲା ଯଦି ମୁଁ ତୁମ କଥାରେ ମୋ ଖେଳନାଟି ନ ଆଣିଥାନ୍ତି ତାହାହେଲେ ଭଲ ହୋଇଥାଆନ୍ତା। ଏଥର ବାପା ମା’ଙ୍କର ପ୍ରତ୍ୟେକ କଥାକୁ ମାନିବି ଆଉ ଜିଦି କରିବିନି।

ମହାପଦା, ଢେଙ୍କାନାଳ

ସମ୍ବନ୍ଧିତ ଖବର