ରାମୁର ଜିଦ୍‌ ହାରିଲା

ତୁମ କାହାଣୀ - ସିଦ୍ଧାର୍ଥ ସାହୁ

ଗୋବିନ୍ଦପୁର ଗାଁରେ ରାମୁର ଘର। ପାଖ ସ୍କୁଲରେ ଷଷ୍ଠଶ୍ରେଣୀରେ ପାଠ ପଢ଼େ। କିନ୍ତୁ ସେ ସବୁଦିନ ସ୍କୁଲ୍‌କୁ ଯାଏ ନାହିଁ। ସ୍କୁଲକୁ ଯିବା ବାଟରେ ଅଟକି ଯାଇ ଘରୁ ନେଇଥିବା ପଇସାରେ ଗୁପ୍‌ଚୁପ୍‌, ଚାଟ୍‌, ବରା, ପିଆଜି ଖାଇ କେଉଁ ଲୋକ ଘରେ ଲୁଚିଯାଏ। ୪ଟା ବାଜିଲେ ଘରକୁ ଫେରେ। ଏମିତି ତା’ର ଦୁଷ୍ଟାମି ଏତେ ବଢ଼ିଗଲା ଯେ ବେଳେବେଳେ ଘରୁ ବାପାଙ୍କ ପକେଟରୁ ଟଙ୍କା ପଇସା ଚୋରିକରି ପାଖ ହଲ୍‌ରେ ସିନେମା ଦେଖିଲା। ତା’ର ବଦମାସୀ ଗୁଣ ବଢ଼ି ବଢ଼ି ଚରମସୀମାରେ ପହଞ୍ଚିଲା। ବାପାଙ୍କୁ ଧମକେଇ ପଇସା ନ ଦେଲେ ଆତ୍ମହତ୍ୟା କରିବ ବୋଲି ଜିଦ୍‌ ଧରିଲା। ବାପା ଟଙ୍କା ଦେଲେ ସିନେମା ଦେଖିଲା ଓ ଜୁଆ ଖେଳରେ ପଇସା ଉଡ଼ାଇଲା।

କ’ଣ କରିବେ ମା’ ବାପା ବଡ଼ ଚିନ୍ତାରେ ପଡ଼ିଲେ। ପଡ଼ୋଶୀଙ୍କ ପରାମର୍ଶରେ ମା’ ଓ ବାପା ଜଣେ ପଣ୍ଡିତଙ୍କ ଘରକୁ ପୁଅର ଏଭଳି ଆଚରଣ ପାଇଁ ବୁଝିବାକୁ ଗଲେ, ଆଉ ପୁଅ ବିଷୟରେ ତାଙ୍କୁ ସବୁ କଥା କହିଲେ। ପଣ୍ଡିତ ସବୁ ଶୁଣି ତାଙ୍କ ପାଖରେ ପୁଅକୁ ଛାଡ଼ିଦେବାକୁ କହିଲେ। ସେମାନେ ରାମୁକୁ ବୁଝାଇ ଶୁଝାଇ ପଣ୍ଡିଙ୍କ ପାଖରେ ଛାଡ଼ିଦେଲେ। ପଣ୍ଡିତ ପ୍ରଥମ ୨ଦିନ ରାନୁ ସହ କିଛି କଥା ହେଲେ ନାହିଁ। ତୃତୀୟ ଦିନ ସେ ତାକୁ ଡକାଇ ସବୁ କଥା ବୁଝାଇଲେ। ରାମୁ ସିନେମା ଦେଖିବାକୁ ତାଙ୍କ ପାଖରେ ଜିଦ୍‌ ଧରିଲା। ପଣ୍ଡିତ ତାକୁ ସିନେମା ଦେଖିବାକୁ ଟଙ୍କା ଦେଲେ ଓ କହିଲେ ତୁମର ଯାହା ଅଭ୍ୟାସ ଅଛି ମୁଁ ସବୁଥିରେ ସୁଯୋଗ ଦେବି। କିଛିଦିନ ପରେ ରାମୁ ଭାବିଲା, ଜଣେ ପଣ୍ଡିତ ମୋର ଏସବୁ କଥାରେ କି ଭଳି ରାଜି ହୋଇଯାଉଛନ୍ତି? ସେ କିଛି ବୁଝିପାରିଲା ନାହିଁ।

ଦିନେ ଦୁଇଦିନ ଗଲା। ରାମୁକୁ ଡାକି ପଣ୍ଡିତ କହିଲେ ତୁମେ ଯେଉଁ ସିନେମା ଦେଖୁଛ ତା’ର ପୂରା କାହାଣୀ ଆସି କହିବ। ଏମିତି କାହାଣୀ ଶୁଣାଇଲା ଫଳରେ ସେଦିନ ଆଉ ସିନେମା ଦେଖି ଯାଇପାରିଲା ନାହିଁ। ପୁଣି ପର ଦିନ ଏହି କାହାଣୀଗୁଡ଼ିକ ଲେଖି ଆଣିବାକୁ କହିଲେ। ସେ ଏ ସବୁ ଲେଖିଲା ବେଳକୁ ୩ଦିନ ହୋଇଗଲା। ଆଉ ସିନେମା ଦେଖି ଯାଇପାରିଲା ନାହିଁ। ଏମିତି କରୁ କରୁ ପ୍ରାୟ ସିନେମା ଦେଖା ବନ୍ଦ ହୋଇଗଲାଣି। ପରେ ପରେ ସେ ଆଗରୁ ଦେଖିଥିବା ସୁନ୍ଦର ସୁନ୍ଦର କାହାଣୀଗୁଡ଼ିକୁ ଲେଖିବାରେ ଲାଗିଲା। ଥରେ ଜଣେ ସିନେମା ପ୍ର‌େଯାଜକ ପଣ୍ଡିତଙ୍କ ପାଖକୁ ଆସିଲେ। ସେ ରାମୁର କାହାଣୀକୁ ଦେଖେଇଲେ। ଏହାକୁ ପଢ଼ି ପ୍ରା‌େଯାଜକ ଖୁବ୍‌ ପ୍ରଶଂସା କଲେ। କହିଲେ ରାମୁ ଜଣେ ଭଲ ସିନେମା ପ୍ରା‌େଯାଜକ ହେବ। ଧୀରେ ଧୀରେ ରାମୁର ପରିବର୍ତ୍ତନ ଘଟିଲା। ସେ ଜଣେ ଭଲ କଳାକାର ପାଲଟିଗଲା।

ପରେ ପଣ୍ଡିତ ରାମୁର ବାପା ମା’ଙ୍କୁ ଡକାଇ ସବୁକଥା କହିଲେ। ସବୁ ଶୁଣି ସାରି ସେମାନେ ପଣ୍ଡିତଙ୍କୁ କୃତଜ୍ଞତା ଜଣାଇଲେ। ଶେଷରେ ବାପା ମା’ଙ୍କୁ ପଣ୍ଡିତ ବୁଝାଇଲେ, ପିଲାଙ୍କ ଉପରେ ନ ରାଗି ବାଲ୍ୟକାଳରୁ ସେମାନଙ୍କର ଇଚ୍ଛାକୁ ପରଖିବା ଉଚିତ୍‌। ଏବଂ ଏହି ଗୁଣକୁ ପରଖି ସେ ବିଷୟରେ ସୁଯୋଗ ଦେଲେ ସେ ସୁଧୁରିଯିବ ।

ନବମ ଶ୍ରେଣୀ
ମଠକରଗୋଳା, ଢ଼େଙ୍କାନାଳ

ସମ୍ବନ୍ଧିତ ଖବର