ବୁଦ୍ଧିଆ ଛେଳି ଛୁଆର କମାଲ୍‌

ତୁମ କାହାଣୀ - ତପନ କୁମାର ବଳ

ଚାରିଟି ଛୁଆ-ବୋନି,ଟୋନି, ପିଙ୍କି ଆଉ ମିକିକୁ ନେଇ ବାପା ମା ଛେଳିର ସଂସାର। ଥରେ ବାପା ମା ଛେଳି ଦୁହେଁ ଜଙ୍ଗଲରେ ଛନଛନିଆ ଶାଗୁଆ ପତର ଚରିବାକୁ ବାହାରିଲେ। ଗଲାବେଳେ ବାପା ଛେଳି ଛୁଆଙ୍କୁ କହିଲେ ସଂଜ ନଇଁ ଆସିଲେ ମୁଁ ଫେରି ଆସିବି। ଏତକ କହୁକହୁ ଚାରି ଜଣଯାକ ଛୁଆ ସଂଗେସଂଗେ ଘର କବାଟ ଖୋଲିଦେଲେ।

ତା ପରେ ମାଆ ଛେଳି କହିଲା, ମୁଁ ତୁମମାନଙ୍କ ପାଇଁ ଆହାର ଖୋଜି ଆଣି ଘର ଆଗରେ ରାବ ଛାଡ଼ିଲେ ତୁମେମାନେ ଘର ଦୁଆର ଖୋଲିବ ଏ କଥା କହି ସେ ଘଂଚ ଜଂଗଲ ଆଡେ ମୁହାଁଇଲା। ଗଧିଆ ପାଖ ଜାଗାରେ କୋଉଠି ଛପିରହି ସେମାନଙ୍କ କଥାକୁ କାନେଇଥିଲା। ଯେମିତି ବାପା ମା ଛେଳି ଦୁହେଁ ଘରୁ ଗୋଡ଼ କାଢ଼ିଛନ୍ତି, ସେ ବେଗାବେଗି ସେଠାକୁ ଯାଇ ଘର ଦୁଆର ଖଟଖଟ କଲା। ବାପା ଛେଳିର ରାବକୁ ନକଲ କରି କହିଲା ବୋନି,ଟୋନି,ପିଙ୍କି ଓ ମିକି, ତୁମେମାନେ ଜଲଦି ଦୁଆର ଖୋଲ ମୁଇଁ ତୁମମାନଙ୍କ ସକାଶେ ଆହାର ନେଇ ଆସିଚି।

ସେଇ ଚାରୋଟି ଛୁଆ ଭିତରୁ ସବା ସାନ ଛୁଆ ମିକି ଥାଏ ବେଶ୍ ବୁଦ୍ଧିଆ। କର୍କଶ ସ୍ବର ଶୁଣିଲା କ୍ଷଣି ତାର ସନ୍ଦେହ ହେଲା। ସେ କବାଟ ଫାଙ୍କ ଦେଇ ଦେଖିଲା ଗଧିଆଟିଏ ଠିଆ ହୋଇଛି। ତା ପରେ ସେ ଗଧିଆକୁ କହିଲା -ତୁ‌େମ ଆମର ବାପା କି ନୁହେଁ ଆଗେ ତୁମର ଅସଲ ରୂପ ଦେଖା। ହେଲେ ତୁମେ ଆଜି ଦାଢ଼ି ଲଗେଇବାକୁ ବୋଧେ ଭୁଲିଯାଇଛ। ତୁମ ଜାଣିଛନା, ଛେଳିର ଦାଢ଼ି ଅଛି ବୋଲି! ଏବେ ଶୀଘ୍ର ଯାଇ ଦାଢ଼ି ଲଗେଇ ଆସ। କୁନି ଛେଳି ଛୁଆଟିର କଥା ଶୁଣି ଗଧିଆ ନିଜର ଭୁଲ ବୁଝିପାରିଲା। ଆଉ ମୁଣ୍ଡ ତଳକୁ କରି ସେଠାରୁ ଚାଲିଗଲା।

ଗେଲଟୁଆ, ଭଦ୍ରକ

ସମ୍ବନ୍ଧିତ ଖବର