ଗୋଟିଏ ଜଙ୍ଗଲରେ ଏକ ସିଂହ ଥିଲା। ରାଜା ହେବା ଦିନଠାରୁ ତାକୁ ସମସ୍ତେ ସମ୍ମାନ ଦେଉଥିଲେ। ସିଂହ ବି ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଥିଲା।
ଦିନକର ଘଟଣା। ଜଣେ ଶିକାରୀ, ହାତୀଛୁଆ ଓ ଠେକୁଆ ଶୋଇଥିବା ଅବସ୍ଥାରେ ଫାଶ ପକାଇ ଦୁହିଁଙ୍କୁ ଧରିନେଲା ଓ ନିଜ ସାଥିରେ ଘରକୁ ନେଇଯିବା ପାଇଁ ପ୍ରୟାସ କରୁଥିଲା। ଏହି ସମୟରେ ହଠାତ୍ ହାତୀଛୁଆର ନିଦ ଭାଙ୍ଗିଗଲା। ଏବଂ ନିଜକୁ ଜାଲ ଭିତରେ ଦେଖି ସେ ଚିତ୍କାର କରିବାକୁ ଲାଗିଲା। ଜଙ୍ଗଲରେ ହାତୀଛୁଆର ଚିତ୍କାର ପ୍ରତିଧ୍ବନିତ ହେବାକୁ ଲାଗିଲା। ମହାରାଜ ସିଂହ ଘୋର ଅରଣ୍ୟରେ ହାତୀଛୁଆର ବିକଳ କ୍ରନ୍ଦନ ଶୁଣି ନିଜକୁ ସମ୍ଭାଳି ପାରିଲା ନାହିଁ। ତତ୍କ୍ଷଣାତ୍ ଚିତ୍କାର ଶୁଭୁଥିବା ଦିଗ ଆଡ଼କୁ ଲମ୍ଫ ପ୍ରଦାନ କଲା। ସିଂହକୁ ଦେଖି ଶିକାରୀ ଜାଲ ନିକ୍ଷେପ କଲା ଧରିବା ପାଇଁ। ମାତ୍ର ପରାକ୍ରମଶାଳୀ ସିଂହର ପ୍ରତି ଆକ୍ରମଣରେ ଶିକାରୀର ପ୍ରାଣବାୟୁ ଉଡ଼ିଗଲା ଓ ସିଂହ ମହାରାଜ ହାତୀଛୁଆ ଓ ଠେକୁଆକୁ ସାଙ୍ଗରେ ନେଇ ଘଞ୍ଚ ଅରଣ୍ୟ ମଧ୍ୟକୁ ଫେରି ଆସିଲା।
ଜୀବନ ବଞ୍ଚାଇଥିବାରୁ ହାତୀଛୁଆ ଓ ଠେକୁଆ ମହାରାଜ ସିଂହକୁ ବହୁତ ବହୁତ ସାଧୁବାଦ ଦେଲେ ଓ ନିଜ ଭିତରେ ଟୁପୁରୁ ଟାପୁରୁ ହେଲେ- ରାଜା ହେବ ତ ଏମିତି।
ଝାରପଡ଼ା, ଭୁବନେଶ୍ବର