ରିତା ଧନି ପରିବାରର ଝିଅ ଥିଲା। ସେଇ ସ୍କୁଲରେ ରୋହିତ ମଧ୍ୟ ପାଠ ପଢ଼ୁଥିଲା। ରୋହିତ ସ୍କୁଲକୁ ଚାଲି ଚାଲି ଯିବା ଆସିବା କରୁଥିଲା। ତା ବାପା ଚାଷୀ ଥିଲେ। ସେମାନଙ୍କ ବଡ଼ ପରିବାର ଥିଲା। ତିନି ଝିଅ ଓ ଗୋଟିଏ ପୁଅ। ସମସ୍ତଙ୍କ ପଢ଼ା ଖର୍ଚ ବହନ କରିବା ରୋହିତ ବାପାଙ୍କ ପାଇଁ ସମସ୍ୟା ଥିଲା। ରୋହିତ ବହୁତ ପରିଶ୍ରମୀ ପିଲା ଥିଲା। ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହ ନିଜେ ମନ ଦେଇ ପାଠ ପଢ଼ୁଥିଲା। ରିତା ତା’ର କ୍ଲାସମେଟ୍ ଥିଲା। ସେ ସ୍କୁଲକୁ ସାଇକେଲରେ ଯିବା ଆସିବା କରୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରେଣୀରେ ରିତା କାହା ସହ ମିଶି ପାରେ ନାହିଁ। ସେ କଥା ମଧ୍ୟ କମ ହୁଏ। ଏଇଥିପାଇଁ ରୋହିତ ରିତାକୁ ଗର୍ବୀ ବୋଲି ଭାବୁଥିଲା। ସେଦିନ ସକାଳୁଆ କ୍ଲାସ୍ ଥାଏ। ଇଂରାଜୀ ସାର୍ ଶ୍ରେଣୀରେ ରୋହିତକୁ ନପାଇ ରୋହିତ କ’ଣ ପାଇଁ ଅନୁପସ୍ଥିତ ଅଛି ବୋଲି ପିଲାମାନଙ୍କୁ ପଚାରିଲେ। ପିଲାମାନେ କୌଣସି ଉତ୍ତର ଦେଲେନି। ରୋହିତ ପାଖଘର କାହାର ବୋଲି ପଚାରିବାରୁ ରିତା ହାତ ଟେକିଲା କିନ୍ତୁ ରୋହିତ ନଆସିବାର କାରଣ କହି ପାରିଲା ନାହିଁ।
ସାର୍ କହିଲେ ପିଲେ ତୁମେ ସମସ୍ତେ ସମସ୍ତଙ୍କ ବନ୍ଧୁ ଅଟ। ନିଜର ବନ୍ଧୁତା ଶ୍ରେଣୀ କକ୍ଷରେ ସୀମିତ ନରଖି ନିଜ ନିଜ ସାଙ୍ଗମାନଙ୍କ ଭଲମନ୍ଦ ବିଷୟରେ ଖବର ରଖ। ଜନ୍ମଦିନ ମନେରଖି ପରଷ୍ପରକୁ ଶୁଭେଚ୍ଛା ଜଣାଅ। ସାର୍ଙ୍କ କଥା ରିତା ମନକୁ ଛୁଇଁଲା। କ୍ଲାସ୍ ସରିଲା ପରେ ସେ ଘରକୁ ଫେରିବା ବାଟରେ ଦେଖିଲା ରୋହିତ ବିଲରେ ଧାନ କାଟୁଛି। ସେ ସାଇକେଲ ରାସ୍ତାକଡ଼ରେ ଥୋଇ ରୋହିତକୁ ଦେଖା କରିବାକୁ ଗଲା। ଦୂରରୁ ରିତାକୁ ବିଲ ମଧ୍ୟକୁ ଆସିବା ଦେଖି ରୋହିତ ଆଶ୍ଚର୍ଯ୍ୟ ହୋଇଗଲା। ରିତା ତାକୁ ଭଲମନ୍ଦ ପଚାରିଲା। ଆଉ ଦୁଇ ଦିନରେ ବାତ୍ୟା ହେବ ବୋଲି ଟିଭିରେ ଖବର ଆସିଛି। ଏଇ ସମୟରେ ବାପାଙ୍କୁ ଜ୍ବର ହୋଇଛି। ସେ ଘରେ ଅଛନ୍ତି। ଠିକ ସମୟରେ ଧାନକଟା ନହେଲେ ବାତ୍ୟାରେ ଫସଲ ନଷ୍ଟ ହୋଇଯିବ। ବାପାଙ୍କ ବର୍ଷକର ପରିଶ୍ରମ ମାଟିରେ ମିଶି ଯିବ ବୋଲି ରୋହିତ କହିଲା।
ରିତା ଘରେ ସାତଟା ଧାନକଟା ମେସିନ୍ ଥିଲା। ସେ ଘରକୁ ଫେରି ତା ବାପାଙ୍କୁ ରୋହିତର ଅସୁବିଧା ବିଷୟରେ କହିଲା। ରିତା ବାପା କହିଲେ ଗାଁରେ ତ ସମସ୍ତେ ଧାନକଟାରେ ବ୍ୟସ୍ତ ଅଛନ୍ତି। ମୋ ପାଖରେ ଏବେ ତିନିଟି ମେସିନ ଖାଲି ରହିଛି , ହେଲେ ମେସିନ ଚଳେଇବାକୁ ଲୋକ ନାହାନ୍ତି। ରିତା ତା’ର ଅନ୍ୟ ସାଙ୍ଗମାନଙ୍କୁ ରୋହିତ ବିଷୟରେ ଫୋନ୍ କଲା। ଠିକ୍ ସମୟରେ ମେସିନ୍ ସହ ରିତା ଧାନବିଲରେ ପହଞ୍ଚିଲା। ରିତାସହ ତା’ର ଅନ୍ୟ ସାଙ୍ଗମାନଙ୍କ ବାପାଙ୍କୁ ଦେଖି ରୋହିତର ରିତା ପ୍ରତି ଥିବା କୁଧାରଣା ଦୂର ହୋଇଗଲା। ତା’ ଆଖି କୃତଜ୍ଞତାର ଚାହାଁଣିରେ ଭରି ଯାଇଥିଲା। ମେସିନରେ ଧାନକଟା ଆରମ୍ଭ ହେଲା। ସାର୍ଙ୍କ ସହ ରୋହିତ ବାପା ଚାଦର ଘୋଡ଼ି ହୋଇ କେନାଲବନ୍ଧ ଉପରେ ବସି ଏସବୁ ଦୃଶ୍ୟ ଦେଖୁଥାନ୍ତି। ତାଙ୍କ ଆଖିରୁ ଆର୍ଶିିବାଦର ଆନନ୍ଦ ଅଶ୍ରୁ ଝରି ପଡୁଥାଏ।
ରିତା ଏସବୁର ଶ୍ରେୟ ମନେ ମନେ ସାର୍ଙ୍କୁ ଦେଉଥିଲା। ସେ ଭାବୁଥିଲା ପ୍ରକୃତରେ ଏ ଦେଶ ଓ ଜାତିର ନିର୍ମାଣ ଶ୍ରେଣୀ କକ୍ଷରେ ହିଁ ହୋଇଥାଏ।
ଅଷ୍ଟମ ଶ୍ରେଣୀ,
କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର,ପୁରୀ